ମିଡ଼ିଆ ସାମ୍ନାରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଏଭଳି କହିଲେ ଲୋକପ୍ରିୟ ୟୁଟ୍ୟୁବର ମନ୍ମୟ ଦେ । କହିଲେ ଅଡିସନ ଖାଲି ନାଁ କୁ ……….

ଓଡ଼ିଶାର ଅନେକ ଲୋକପ୍ରିୟ ୟୁଟୁବରଙ୍କ ମଧ୍ୟରେ ମନ୍ମୟ ଦେଙ୍କୁ ବା କିଏ ନଜାଣେ । ଅଭିନେତା ହେବାର ଇଚ୍ଛା ନେଇ କିଛି ବର୍ଷ ପୂର୍ବେ ବାଲେଶ୍ୱରରୁ ଭୁବନେଶ୍ୱର ଆସିଲେ । ବିପ୍ରିକ ସିଜନ 2 ରେ ସେମି ଫାଇନାଲରେ ଏଲିମିନେଟ ହୋଇଥିଲେ ଏବଂ ତାପରେ ଓଡ଼ିଶାର ବେଶ ସିନେ ଷ୍ଟାରର ଖୋଜ ଆରମ୍ଭ ହୋଇଥିଲା । ସିନେ ଷ୍ଟାରର ଖୋଜରେ ସେ ବିଜେତା ହେବାପରେ ଭାବିଥିଲେ ଯେ ନିଶ୍ଚିତ ଭାବରେ ଅଲିଉଡ଼ ଇଣ୍ଡଷ୍ଟ୍ରିକୁ ତାଙ୍କ ଏଣ୍ଟ୍ରି ପକ୍କା । କିନ୍ତୁ ଭାଗ୍ୟ ତାଙ୍କ ପାଇଁ ବୋଧହୁଏ ଅଲଗା ରାସ୍ତା ବାଛିଥିଲା । ସେ କହିଛନ୍ତି ଯେ କିଭଳି ସ୍ୱପ୍ନ ନେଇ ସେ ଭୁବନେଶ୍ୱର ଆସିଲେ ମାତ୍ର ଅଲିଉଡ଼ ଇଣ୍ଡଷ୍ଟ୍ରି କିଭଳି ତାଙ୍କ ମନ ଭାଙ୍ଗି ଦେଇଥିଲା । ଏଭଳି ୬ ମାସ ଅପେକ୍ଷା ପରେ ନିଜ ଜୀବନର ମୋଡ଼କୁ କିଭଳି ବଦଳାଇବେ ତାହା ଭାବି ସେ ୟୁଟୁବ ଯାତ୍ରା ଆରମ୍ଭ କଲେ ।

ଅଭିନେତା ହେବାକୁ ଇଚ୍ଛା ନେଇ ଆସିଥିବା ବ୍ୟକ୍ତି ଧୀରେ ଧୀରେ ଜଣେ ଲୋକପ୍ରିୟ ୟୁଟୁବର ହେଲେ । ଯାହାର ସଂଘର୍ଷ ସେ ନିଜ ମୁହଁରେ ହିଁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ମନ୍ମୟ କହନ୍ତି ଯେ କିଭଳି ପ୍ରଥମ ରିୟାଲିଟି ଶୋରୁ ଏଲିମିନେଟ ହେବା ପରେ କିଭଳି ମନ ଭାଙ୍ଗି ଯାଇଥିଲା ମାତ୍ର ଓଡ଼ିଶାର ସିନେ ଷ୍ଟାର ଖୋଜକୁ ଯିବା ପାଇଁ ତାଙ୍କ ବାପା ତାଙ୍କ ଖୁବ ବୁଝେଇ ଥିଲେ । ତେବେ ସେଥିରୁ ବିଜେତା ହେବା ପରେ ଯେତେବେଳେ ତାଙ୍କୁ କେଉଁଥିରେ ସଯୋଗ ମିଳି ନଥିଲା ତେଣୁ ସେ ଧୀରେ ଧୀରେ ଫିଲ୍ମ ଏବଂ ସିରିଏଲ ଅଡିସନ ଦେଲେ । କିନ୍ତୁ ସେଥିରେ କିଛି ଲାଭ ମିଳିନଥିଲା ବରଂ ସେ ତାଙ୍କ ଅଭିନୟକ୍ୱୟ ନେଇ ଅନେକ ଲଜ୍ଜିତ ହେବାକୁ ପଡ଼ିଥିଲା । ମନ୍ମୟ ଦେ କହିଛନ୍ତି ଯେ ଅଡିସନ କେବଳ ନାଁ କୁ କରାଯାଏ ।

ସିରିଏଲ କିମ୍ବା ଫିଲ୍ମରେ କିଏ ସୁଯୋଗ ପାଇବେ ତାହା ପୂର୍ବରୁ ହିଁ ଡିସାଇଡ଼ ହୋଇ ସାରିଥାଏ । ତେବେ ଥରେ ଅଡିସନରେ କିଭଳି ତାଙ୍କୁ ସୁଯୋଗ ଦିଆଯାଇଥିଲେ ବି ସୁଦ୍ଧା ସେ ସଫଳ ହୋଇ ପାରି ନଥିଲେ । ସେହିଠାରୁ ସେ ଖୁବ ମାନସିକ ଚିନ୍ତାରେ ମଧ୍ୟ ଥିଲେ । ମାତ୍ର ତଥାପି ସେ ନିଜ କାମରୁ ବିଚ୍ୟୁତ ହୋଇ ନଥିଲେ । ସେତେବେଳେ ବି ସେ ଜଣେ ୟୁଟୁବର ଥିଲେ । ନିଜର ଏକ ଟିମ ବନାଇ ନିଜର କିଛି ଆଇଡ଼ିଆକୁ ନେଇ ଅଭିନୟ କରି ଲୋକଙ୍କ ସାମ୍ନାରେ ନିଜର ପ୍ରତିଭା ଦେଖାଇବା କାମ ସେତେବେଳେ ବି ତାଙ୍କର ଜାରି ରହିଥିଲା । ଶେଷରେ ସେ ତାଙ୍କ ଭାଇ ଦେଇଥିବା ଉପଦେଶ ହିଁ କାମରେ ଆସିଲା ଏବଂ ସେ ବର୍ତ୍ତମାନ କେବଳ ୟୁଟୁବରେ ହିଁ ଅଭିନୟ କରୁଛନ୍ତି ।

ନିଜ ଅଭିନୟ କୁ ପ୍ରଦର୍ଶନ କରିବା ପାଇଁ ଏବଂ ଓଲିଉଡରେ ଏକ ସୁଯୋଗ ପାଇବା ପାଇଁ ସେ ଖୁବ ଚେଷ୍ଟା କରିଛନ୍ତି । କିନ୍ତୁ କୌଣସିଥିରେ ସଫଳ ହୋଇ ନାହାଁନ୍ତି । ତଥାପି ସେ ହାର ମାନି ନଥିଲେ । ସେ ଆଜିକାଲିକା ସିରିଏଲକୁ ନେଇ କହିଛନ୍ତି ଯେ କିଭଳି ସବୁକିଛିକୁ କପି କରାଯାଉଛି । ଆଉ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ସିରିଏଲ ଏବଂ ଫିଲ୍ମରେ ଏଭଳି କାମ ସବୁ ଚାଲିଥିବ ସେ ସିରିଏଲ କିମ୍ବା ଫିଲ୍ମ ଦୁନିଆକୁ ଯିବେନି । ତାଙ୍କ ୟୁଟୁବ ବିଷୟରେ କହିବାକୁ ଗଲେ ସାରା ଓଡ଼ିଶାରେ ତାଙ୍କର ଅନେକ ଫ୍ୟାନ ଅଛନ୍ତି ଏବଂ ତାଙ୍କୁ ଖୁବ ଭଲ ପାଇବା ମଧ୍ୟ ଦିଅନ୍ତି ।

Leave a Reply

Your email address will not be published. Required fields are marked *