ଜିନ୍ସ ପାଲଟିଲା କାଳ, ସ୍ୱାମୀକୁ ନିର୍ମମ ଭାବେ ହ-ତ୍ୟା କଲା ସ୍ତ୍ରୀ। କାରଣ ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ….

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଦୁହିଁଙ୍କ ସମ୍ପର୍କକୁ ଉତ୍ତମ ସଂପର୍କ ବୋଲି ବିବେଚନା କରାଯାଏ। କିନ୍ତୁ କିଛି ପାରିବାରିକ ଝଡ଼ ଦୁଇ ସଂପର୍କରେ ଫାଟ ନେଇ ଆସିଥାଏ। ତେବେ ଏହିଭଳି ଏକ ଖବର ସାମ୍ନାକୁ ଆସିଛି। ପାରିବାରିକ ବିବାଦ ଶେଷରେ ରକ୍ତପାତର ରୂପ ନେଲା। ସବୁଠୁ ଆଶ୍ଚର୍ଯ୍ୟ ଜନକ ଖବର ହେଉଛି ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିଛି।

ତେବେ ଝାଡ଼ଖଣ୍ଡର ଜାମତାଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଜିନ୍ସ ପିନ୍ଧିବା ପାଇଁ ମନା କରିଦେବାରୁ ତାହା ତାଙ୍କ ପାଇଁ କାଳ ସାଜିଲା। ସ୍ତ୍ରୀ ସ୍ୱାମୀଙ୍କ କଥାରେ ଉତ୍ତ୍ୟକ୍ତ ହୋଇ ଛୁରୀ ଭୂଷି ହ-ତ୍ୟା କରିଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ-ବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା। ଏଥିସହିତ ସ୍ତ୍ରୀକୁ ଗିରଫ ମଧ୍ୟ କଲା।

ମିଳିଥିବା ସୂଚନା ଅନୁସାରେ, ଜାମତାଡା ଥାନା ଅନ୍ତର୍ଗତ ଜୋଡଭୀଟା ଗାଁର ଟୁଡୁ ଗତ ଦୁଇ ମାସ ତଳେ ପୁଷ୍ପା ହେମ୍ବ୍ରମଙ୍କୁ ବିବାହ କରିଥିଲେ। ତେବେ ବିବାହ ପର ଠାରୁ ଦୁଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସଂପର୍କ ଉତ୍ତମ ନଥିଲା। ଜୁଲାଇ ୧୬ ତାରିଖ ରାତିରେ ପୁଷ୍ପା ହେମ୍ବ୍ରମ ଜିନ୍ସ ପିନ୍ଧିକି ମେଳା ଦେଖିବାକୁ ଗୋପାଳପୁର ଗାଁକୁ ଯିବା ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ଏହା ତାଙ୍କ ସ୍ୱାମୀଙ୍କୁ ଭଲ ଲାଗି ନଥିଲା। ତେବେ ସେ ଏହାକୁ ନେଇ ଅମଙ୍ଗ ହୋଇଥିଲେ। ଯାହାଫଳରେ ଚାହୁଁ ଚାହୁଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ଏକ ଝଡ଼ ଚାଲି ଆସିଲା।

କ୍ରୋଧରେ ସ୍ତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲା। ପାଖରେ ଥିବା ଏକ ଛୁରୀ ରେ ସ୍ୱାମୀକୁ ନିର୍ମମ ଭାବେ ଭୂଷି ଦେଇଥିଲେ। ତେବେ ଏହି ସମୟରେ ଟୁଡୁଙ୍କ ପରିବାର ଓ ଗାଁ ଲୋକ ଆସି ପହଞ୍ଚିଲେ। ଟୁଡୁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇ ଯାଇଥିଲେ। ତେବେ ଡାକ୍ତର ସେଠାରେ ଟୁଡୁଙ୍କୁ ମୃ-ତ ବୋଲି ଘୋଷଣା କଲା। ଅଭିଯୁକ୍ତ ପତ୍ନୀ ହ-ତ୍ୟା ପାଇଁ ନିଜକୁ ଦାୟୀ ବୋଲି ପୋଲିସ ଆଗରେ କହିଛି।

Leave a Reply

Your email address will not be published. Required fields are marked *