୩୪୧୯ କୋଟିର ଲାଇନ ବିଲ୍ ଦେଖି ବ୍ୟକ୍ତି ସିଧା ପହଂଚିଗଲା ଡାକ୍ତରଖାନାରେ ଆଉ ତାପରେ…

ବୈଜ୍ଞାନିକମାନେ ମଣିଷକୁ ଅନେକ ଜିନିଷ ଉଦ୍ଭାବନ କରି ଦେଇଛନ୍ତି, ଯାହା ମଧ୍ୟରୁ ବିଦ୍ୟୁତ୍ ସବୁଠାରୁ ଦରକାରୀ। ଆମ ଜୀବନରେ ବିଦ୍ୟୁତ୍ ବହୁତ ବ୍ୟବହୃତ ହୁଏ। ବିଦ୍ୟୁତ୍ ଶକ୍ତିର ଏକ ଶକ୍ତିଶାଳୀ ଉତ୍ସ, ଯାହା ବ୍ୟବହାର କରି ଅନେକ କାର୍ଯ୍ୟ କରାଯାଏ। ଆଜିକାଲି ବିଦ୍ୟୁତ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ଆଜିର ସମୟରେ, ଘରେ ବିଦ୍ୟୁତ୍ ବ୍ୟବହାର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଯଦି କିଛି ସମୟ ପାଇଁ ବିଦ୍ୟୁତ୍ ବନ୍ଦ ହେଇଯାଏ, ତେବେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆଜିର ଆଧୁନିକ ଜୀବନରେ ବିଦ୍ୟୁତ୍ ମାନବ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଛି। ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ବିଦ୍ୟୁତ୍ ବ୍ୟବହାର କରନ୍ତି, କିନ୍ତୁ ବେଳେବେଳେ ବିଲ୍ ଏତେ ଅଧିକ ଆସେ ଯେ ବିଲ୍ ଦେବା ପାଇଁ ଲୋକମାନେ ବହୁ ଅସୁବିଧାର ପଡନ୍ତି।

ଯଦି ତୁମର ବିଦ୍ୟୁତ୍ ବିଲ୍ ହଜାରେ, ଲକ୍ଷରେ ନୁହେଁ, କୋଟିରେ ନୁହେଁ ବରଂ କୋଟି କୋଟି ଟଙ୍କାରେ ଆସେ, ତେବେ କଳ୍ପନା କର ତୁମର ଅବସ୍ଥା କ’ଣ ହେବ? ମଧ୍ୟପ୍ରଦେଶର ଗ୍ୱାଲିଅରରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି ଯେଉଁଠାରେ ବିଦ୍ୟୁତ୍ ବିଭାଗର ଏକ ବଡ ଭୁଲ ପାଇଁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେ ଖରାପ ହେଇଗଲା ଯେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା।

ଗ୍ୱାଲିଅରରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟୁତ୍ କମ୍ପାନୀ ଗୋଟେ ଘରର ବିଦ୍ୟୁତ୍ ବିଲ୍ ଭୁଲ୍ ପଠାଇଥିଲେ, ଯେଉଁଥିରେ ବିଦ୍ୟୁତ୍ ବିଲ୍ ୩୪୧୯ କୋଟି ଟଙ୍କା ଲେଖାଥିଲା। ଏତେ ଟଙ୍କାର ବିଦ୍ୟୁତ୍ ବିଲ୍ ଦେଖି ବ୍ୟକ୍ତି ଜଣଙ୍କ ଅସୁସ୍ଥ ହେଇଗଲେ। କୁହାଯାଉଛି ଯେ ମଧ୍ୟପ୍ରଦେଶର ଗ୍ୱାଲିଅର ନିବାସୀ ପ୍ରିୟଙ୍କା ଗୁପ୍ତାଙ୍କୁ ୩୪୧୯ କୋଟି ଟଙ୍କାର ବିଦ୍ୟୁତ ବିଲ୍ ମିଳିଥିଲା, ଯାହା ପରେ ତାଙ୍କ ଶଶୁର ବିଦ୍ୟୁତ୍ ବିଲ୍ ଦେଖି ଅସୁସ୍ଥ ହେଇଗଲେ।

ବର୍ତ୍ତମାନ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ପାୱାର କମ୍ପାନୀ ଏହାକୁ ମାନବୀୟ ତ୍ରୁଟି ବୋଲି କହିଛି। ଏଥି ସହିତ ସହରର ଶିବ ବିହାର କଲୋନୀର ବାସିନ୍ଦା ଗୁପ୍ତା ପରିବାରକୁ ଆରାମ ପ୍ରଦାନ କରି ସେମାନଙ୍କୁ ୧୩୦୦ ଟଙ୍କାର ଠିକ ବିଲ୍ ଦେଇଛି।

ପ୍ରିୟଙ୍କା ଗୁପ୍ତାଙ୍କ ସ୍ୱାମୀ ସଞ୍ଜୀବ କାନକାନେ ଏହା କହିଛନ୍ତି ଯେ ଜୁଲାଇ ମାସର ବିଦ୍ୟୁତ୍ ବିଲରେ କୋଟି କୋଟି ଟଙ୍କା ଦେଖିବା ପରେ ତାଙ୍କ ପିତା ଅସୁସ୍ଥ ହୋଇପଡିଛନ୍ତି। ସଞ୍ଜୀବଙ୍କ କହିବାନୁସାରେ, ଜୁଲାଇ ୨୦ ରେ ଦିଆଯାଇଥିବା ବିଲ୍ ମଧ୍ୟପ୍ରଦେଶ ମଧ୍ୟ କ୍ଷେତ୍ର ବିଦ୍ୟୁତ୍ ଭିଟ୍ରାନ୍ କମ୍ପାନୀର ପୋର୍ଟାଲ୍ କ୍ରସ୍ ଚେକ୍ କରିବା ପରେ ବିଦ୍ୟୁତ୍ ବିଲ୍ ଭୁଲ ଅଛି ବୋଲି ଜାଣି ପାରିଲେ।

ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା, ଏମପିଏମକେଭିଭିସି ଏହି ବିଷୟରେ ଜାଣିପାରି ବିଦ୍ୟୁତ୍ ବିଲ୍ ସଂଶୋଧନ କରି ପରିବାରକୁ ୧୩୦୦ ଟଙ୍କାର ସଠିକ୍ ବିଲ୍ ଦେଲେ। ଏହି ମାମଲାରେ, ଏମପିଏମକେଭିଭିସି ଜେନେରାଲ ମ୍ୟାନେଜର ନିତିନ ମଙ୍ଗଲିକଙ୍କୁ ବିଦ୍ୟୁତ ବିଲରେ ହେଇଥିବା ମାନବିକ ତ୍ରୁଟି ପାଇଁ ଦାୟୀ କରିଛନ୍ତି ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *