ଜନ୍ମ ହେଲା ଏପରି ଅଦ୍ଭୁତ ଛେଳି , ଛେଳିକୁ ଦେଖି ଭୟଭୀତ ଗାଁ ଲୋକେ

ବେଳେ ବେଳେ ଏ ସୃଷ୍ଟିରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ । ଯାହା ମଣିଷକୁ ଆଶ୍ଚର୍ଯ୍ୟ କରି ଦେଇଥାଏ । କିଛି ସାଧାରଣ ଠାରୁ ଅସାଧାରଣ ଘଟଣା ଘଟିଥାଏ, ଯାହାକୁ ମଣିଷ ସହଜରେ ଆପଣାଇ ପାରେ ନାହିଁ । କେତେବେଳେ ଅଦ୍ଭୁତ ଆକାରର ମଣିଷ ଛୁଆ ଜନ୍ମ ହୋଇଥାଏ ତ ଆଉ କେବେ ଅଦ୍ଭୁତ ପ୍ରକାରର ପଶୁ । ଅର୍ଥାତ୍ ସେ ତାର ସାଧାରଣ ପ୍ରକାର କିମ୍ବା ଆକାର ଠାରୁ ଟିକିଏ ଅଲଗା ହୋଇ ଯାଇଥାଏ । ତେବେ ଏ ମଣିଷ ତାକୁ କେତେବେଳେ ଭୂତ ଛୁଆ ବୋଲି ଭାବି ନେଇଥାଏ ତ ଆଉ କେତେବେଳେ ଭଗବାନ ଭାବି ପୂଜା କରିଥାଏ ।

ଠିକ୍ ଏହିପରି ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଜବରପଟ ଗାଆଁରେ । ତେବେ ଏହି ଗାଆଁରେ ମଣିଷ ଛୁଆ ନୁହେଁ ବରଂ କିମ୍ଭାକାର ଆକାରର ଛେଳି ଛୁଆଟିଏ ଜନ୍ମ ହୋଇଛି । ଯାହା ସାଧାରଣ ଛେଳି ଠାରୁ ପୁରା ଅଲଗା । ଛେଳିଟିଏ ଦେଖିବାକୁ ପ୍ରାୟତଃ ମଣିଷ ଭଳି । ମଣିଷ ମୁହଁ ପରି ତାର ମୁହଁ ମଧ୍ୟ ହୋଇ ଯାଇଥିଲା । ଯେଉଁଥିରେ ତାର ଆଖି ପୁରା ମଣିଷ ଭଳି ହେବା ସହିତ ଆଖିର ଚାରି ପଟରେ ଏକ କଳା ରଙ୍ଗର ଆକାର ରହିଥିଲା ।

ଏହାବ୍ୟତୀତ ତାର ପାଟି ଭଲ ଭାବରେ ଗଢା ନ ହୋଇ ଥିବା ବେଳେ ତାର ନାକ ମଧ୍ୟ ଭଲ ଭାବରେ ନାହିଁ । ତେବେ ଏହି ଛେଳିଟି ଏକ ଅଦ୍ଭୁତ ପ୍ରକାରର ଶବ୍ଦ ମଧ୍ୟ ବାହାର କରୁଛି । ଛେଳି ଯେପରି ଡାକ ଦେଇଥାଏ , ସେଭଳି ଡାକ ନ ଦେଇ ଏହା ଟିକିଏ ଅଲଗା ପ୍ରକାରର ଡାକ ଦେଉଛି । ଏହି ଛେଳିଟିର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ପ୍ରଥମେ ଦେଖିବା ପରେ ଭୟଭୀତ ହୋଇ ଯାଉଛନ୍ତି । ତେବେ ଛେଳିଟିକୁ ନେଇ ଚାରିଆଡେ ଅତ୍ୟନ୍ତ ଚର୍ଚ୍ଚା ଲାଗି ରହିଛି ।

ଛେଳିଟିକୁ ଦେଖିବା ପାଇଁ ବହୁତ ଲୋକ ଧାଇଁ ଆସୁଛନ୍ତି । କିଛି ଜଣ ତାକୁ ଦେଖି ଭୟଭୀତ ହୋଇ ଯିବା ସହିତ କିଛି ଲୋକ ତା ସହିତ ସେଲ୍ଫି ମଧ୍ୟ ଉଠାଉଛନ୍ତି । ଅନେକ ଲୋକ ତାକୁ ଭୂତ ବୋଲି ମଧ୍ୟ କହୁଛନ୍ତି ତ ଆଉ କିଛି ଲୋକ ଭଗବାନ ବୋଲି କହି ପୂଜା କରୁଛନ୍ତି । ତେବେ ବାସ୍ତବରେ ଛେଳିଟିର ନାକ, ପାଟି ଭଲ ଭାବରେ ଗଢା ହୋଇ ନଥିବାରୁ ସେ ଭଲ ଭାବରେ ଖାଇ ନ ପାରିବା ସହିତ ନିଃଶ୍ବାସ ହେବାରେ ମଧ୍ୟ ସମସ୍ୟା ଦେଖା ଦେଉଛି । ତେଣୁ ଛେଳିଟି ମୃତ୍ୟୁବରଣ କରିବ ବୋଲି ସମସ୍ତେ କହୁଛନ୍ତି ।

Leave a Reply

Your email address will not be published. Required fields are marked *