ପିଲାଙ୍କ ଜୀବନ ବଞ୍ଚାଇ ଆରପାରିକୁ ଚାଲିଗଲେ ପ୍ରଧାନ ଶିକ୍ଷକ

କୁହାଯାଏ ଗୁରୁଙ୍କୁନ ମଣିବ ନର , ଗୁରୁ ହିଁ ସାକ୍ଷାତ ଈଶ୍ୱର । ସେହି ଗୁରୁ ନିଜ ଛାତ୍ର ଛାତ୍ରୀ ମାନଙ୍କ ଜୀବନକୁ ଗଢ଼ି ତୋଳନ୍ତି ଆଉ ସେହି ଗୁରୁ ନିଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ କିଛି ବି କରି ପାରନ୍ତି । ନିଜ ପିଲା ମାନଙ୍କ ପାଇଁ ସେ ଜୀବନ ମଧ୍ୟ ଦେଇ ପାରନ୍ତି । ତେବେ ଏପରି ବହୁତ କମ୍ ଗୁରୁ ଥିବେ, ଯିଏ ନିଜ ପିଲା ମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବେ । ଆଉ ଏପରି ଜଣେ ଗୁରୁ ଯିଏ ବର୍ତ୍ତମାନ ସମୟରେ ଉଦାହରଣ ସୃଷ୍ଟି କରିଛନ୍ତି । ନିଜ ପିଲା ମାନଙ୍କ ଜୀବନ ବଞ୍ଚାଇ ଦେଇ ନିଜେ ଚାଲି ଯାଇଛନ୍ତି ଆରପାରିକୁ ।

ତେବେ ଏପରି ଏକ ଦୁଃଖମୟ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଜଣେ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତା ପାର କରାଉଥିବା ସମୟରେ ଦୁର୍ଘ-ଟଣାରେ ନିଜ ଜୀବନ ହରାଇ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ, ଗତକାଲି ସାରଙ୍ଗପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କର ସଡ଼କ ଦୁର୍ଘଟ-ଣାରେ ପ୍ରାଣ ଚାଲି ଯାଇଛି । ସେ ଜଣେ ନିଷ୍ଠାପର ଏବଂ ଭଦ୍ର ବ୍ୟକ୍ତି ଥିଲେ । ନିଜ କର୍ମ ପ୍ରତି ସେ ସବୁବେଳେ ନିଜ ଜୀବନକୁ ଉତ୍ସର୍ଗ କରି ଦେଉଥିଲେ । କିନ୍ତୁ ସବୁକିଛି ଅଧା ବାଟରେ ରହିଗଲା ।

ଯାଜପୁର ଜିଲ୍ଲା କୁଆଖିଆ ବରୁଆକୁ ସଂଯୋଗ କରୁଥିବା ୨୦ ନମ୍ୱର୍ ଜାତୀୟ ରାଜପଥର ପାର୍ଶ୍ବରେ ବିଦ୍ୟାଳୟଟି ରହିଛି । ଏହି ରାସ୍ତା କଡ଼ରେ ପିଲା ମାନେ ଖେଳା ଖେଳି କରିଥାନ୍ତି । ଆଉ ସବୁଦିନ ପରି କାଲି ମଧ୍ୟ ପିଲା ମାନେ ଖେଳୁଥିଲେ ଆଉ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର ସେମାନଙ୍କୁ ଜଗି ଥିଲେ । ରାସ୍ତା ପାର କରୁଥିବା ସମୟରେ ସେ ପିଲା ମାନଙ୍କୁ ରାସ୍ତା ପାର କରିବା ପାଇଁ ସାହାଯ୍ୟ କରୁଥିଲେ । ତେବେ ପିଲା ମାନେ ତ ରାସ୍ତା ପାର ହୋଇ ବିଦ୍ୟାଳୟକୁ ପଳାଇ ଯାଇଥିଲେ କିନ୍ତୁ ପ୍ରଧାନ ଶିକ୍ଷକ ରାସ୍ତା ପାର ହେଉଥିବା ସମୟରେ ତାଙ୍କୁ ଏକ ଦ୍ରୁତ ଗତିରେ ଆସୁଥିବା ବାଇକ୍ ଧକ୍କା ଦେଇଥିଲା ।

ତେବେ ଏହାପରେ ତାଙ୍କୁ ଧର୍ମପୁର ମେଡିକାଲରେ ଭର୍ତି କରା ଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇ ଯିବାରୁ ତାଙ୍କ କଟକ ବଡ ମେଡ଼ିକାଲକୁ ନିଆ ଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ଲୋକ ମାନେ ରାସ୍ତା ରୋକ କରି ନ୍ୟାୟ ପାଇଁ ଦାବି କରିଛନ୍ତି। ରାସ୍ତା ଉପରେ ନିଆଁ ଲଗାଇ ରାସ୍ତା ପାଖରେ ବିଦ୍ୟାଳୟ ଥିବାରୁ କିଛି ନିୟମ କାନୁନ ନାହିଁ ବୋଲି କହିଛନ୍ତି । ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଘଟଣାର ସମାଧାନ କରିବା ସହିତ ମୃତ ପ୍ରଧାନଶିକ୍ଷକଙ୍କ ପରିବାରକୁ ସହାୟତା ଦେବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *