ବ-ର୍ବାଦ କରିଦେଲା ଇନଷ୍ଟାଗ୍ରାମ , ରିଲସ କରି ଭାବିଥିଲେ ହୋଇଯିବେ ହିରୋଇନ୍ କିନ୍ତୁ ପଡିଲେ ଇଡି ଜାଲରେ

ବେଳେବେଳେ ମଣିଷ ଯାହା କରିବ ବୋଲି ଭାବିଥାଏ , ତାର ଓଲଟା ହୋଇ ଯାଇଥାଏ । ସେ ଭାବିଥିବା ଜିନିଷର ଠିକ୍ ବିପରୀତ ହୋଇଥାଏ ତା ସହିତ । ଆଉ ଯାହା ଫଳରେ ସେ ନିରାଶ ହୋଇଯାଏ । ତେବେ ଏପରି କିଛି ସମାନ ଘ-ଟଣା ଘଟିଛି ଅର୍ଚ୍ଚନା ନାଗ ମାମ-ଲାରେ ଫସି ଯାଇଥିବା ଅଞ୍ଜଳିଙ୍କ ସହିତ । ଜୀବନରେ ସେ ଯାହା କରିବେ ବୋଲି ଭାବିଥିଲେ ଠିକ୍ ତାର ବିପରୀତ ଘ-ଟଣା ଘ-ଟିଛି ତାଙ୍କ ସହିତ । କିଛି ଅଲଗା ପ୍ରକାରର ସ୍ବପ୍ନ ଆଖିରେ ନେଇ ଆଗେଇ ଆସିଥିଲେ ଅଞ୍ଜଳି ।

ଜୀବନରେ ଜଣେ ହିରୋଇନ୍ ହେବେ ବୋଲି ଭାବିଥିଲେ ଆଉ ସେଥିପାଇଁ ନିଜର ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ ସମୟରେ ଯୁବ ସମାଜକୁ ପାଗଳ କରି ଦେଇଥିବା ଇନଷ୍ଟାଗ୍ରାମ ରିଲସରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ । ସେ ଇନଷ୍ଟାଗ୍ରାମ ରିଲ୍ସ ରେ ଅନେକ ସୁନ୍ଦର ସୁନ୍ଦର ନୃତ୍ୟ କରି ଭିଡିଓ ପୋଷ୍ଟ କରୁଥିଲେ । ଆଉ ଜଣେ ବଡ ହିରୋଇନ୍ ହେବେ ବୋଲି ଭାବି ନେଇଥିଲେ । ଅନେକ ଲୋକ ତାଙ୍କୁ ମଧ୍ୟ ପସନ୍ଦ କରିବାକୁ ଲାଗିଥିଲେ । ତାଙ୍କ ନାଚରେ ଥିଲା ଏକ ଯାଦୁ , ଯେଉଁଥିପାଇଁ ଲୋକ ମାନେ ତାଙ୍କୁ ଅତ୍ୟନ୍ତ ଭଲ ପାଇବା ମଧ୍ୟ ଦେଉଥିଲେ ।

ନିଜ ନାଚରେ ସେ ଦର୍ଶକ ମାନଙ୍କୁ କରୁଥିଲେ ଆକର୍ଷିତ । ଆଉ ଦେଖାଉଥିଲେ ଜଲୱା । ଭାବିଥିଲେ ଏଇ ରିଲସ ତାଙ୍କୁ ଏକ ଜାଗାରେ ନେଇ ପହଞ୍ଚାଇ ଦେବ । କିନ୍ତୁ ସେ ଯାହା ସବୁ ଭାବିଥିଲେ , ତାଙ୍କ ସହିତ ତାର ପୁରା ବିପରୀତ ହୋଇଥିଲା । ଜୀବନରେ ସେ ଯେଉଁ ଜିନିଷ ଭାବି ବି ନଥିଲେ , ତାଙ୍କ ସହିତ ତାହା ହୋଇଥିଲା । ଆଉ ଫସି ଯାଇଥିଲେ ଅଞ୍ଜଳି । କୁହୁକ ଜା-ଲରେ ପଶି ଯିବା ପରେ ଆଉ ସେଥିରୁ ବାହାରିବା ସମ୍ଭବ ନଥିଲା । ଅର୍ଥାତ୍ ଏହି ରିଲସ କରିବା ଭିତରେ ଅଞ୍ଜଳିଙ୍କ ଉପରେ ଅର୍ଚ୍ଚନା ନାଗର ଆଖି ପଡ଼ିଥିଲା । ଆଉ ସେ ଅଞ୍ଜଳିଙ୍କୁ ଡାକିଥିଲେ ।

ବଡ କାମ ଦେବା କଥା କହି ତାଙ୍କୁ ପୁରାପୁରି ଫ-ସାଇ ଦେଇଥିଲେ । ଅର୍ଚ୍ଚନା ନାଗ ନିଜ ଭଳି ଅଞ୍ଜଳିଙ୍କୁ ଗଢ଼ି ତୋଳି ଥିଲେ । ଆଉ ସେ ମଧ୍ୟ ବଡ ବଡ ଲୋକଙ୍କ ସହିତ ଡିଲ କରିବା ପାଇଁ ଅଞ୍ଜଳିଙ୍କୁ ପଠାଇ ଦେଉଥିଲେ । ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଏହାକୁ ଆପଣ ଦେଖିପାରିବେ । ଗୋଟିଏ ବଡ ହୋଟେଲରେ ଅର୍ଚ୍ଚନା ନାଗଙ୍କ ପାଖରେ ଅଞ୍ଜଳି ବସିଛନ୍ତି ଆଉ କେହି ଜଣେ ବଡ ବଡ଼ିଆ ବାବୁ ସେମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ତେବେ ଏହାରି ମଧ୍ୟରେ ଇଡି ଦୁଇ ଦୁଇ ଥର ଅଞ୍ଜଳିଙ୍କୁ ଜେରା କରି ସାରିଲାଣି।

Leave a Reply

Your email address will not be published. Required fields are marked *