ଯଦି ଆମେ ହରିଙ୍କ ଭକ୍ତ ତାହାଲେ ଆମକୁ ଛୁଇଁଲେ ପାପ କାହିଁକି?

ଅନେକ ଥର ଏପରି ଦେଖା ଯାଇଛି କି , କିଛି ଫିଲ୍ମକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଥାଏ । ସେ ହିନ୍ଦୀ ଚଳଚିତ୍ର ହେଉ କି ଓଡ଼ିଆ । ସଦାବେଳେ କିଛି ନା କିଛି କାରଣ ପାଇଁ ଲୋକେ ଏହାକୁ ବନ୍ଦ କରିବା ପାଇଁ କହିଥାନ୍ତି । ତେବେ ପୁଣିଥରେ ଓଡ଼ିଆ ଚଳଚ୍ଚିତ୍ର “ପ୍ରିୟେ ତୁ ମୋର ସିଏ”କୁ ନେଇ ଆରମ୍ଭ ହୋଇ ଯାଇଛି ବିବାଦ । ଚଳଚିତ୍ରର ଗୋଟିଏ ଦୃଶ୍ୟରେ ଦେଖିବାକୁ ମିଳିଥିଲା କି , ହିରୋଇନ୍ ଜଣକ ହିରୋକୁ ହରିଜନ ସମ୍ବୋଧନ କରୁଛନ୍ତି । ଯାହା ପରେ ଦେଖା ଯାଇଛି ହାଇ ଭୋଲ୍ଟେଜ୍ ଡ୍ରାମା ।

ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି ଅନୁସୂଚିତ ଜାତି ଆଉ ଜନଜାତିର ଲୋକ ମାନେ । ଆଉ କହିଛନ୍ତି ଆମକୁ ନ୍ୟାୟ ଦରକାର୍ । ଓଡ଼ିଶାରେ ଏପରି ଚଳଚିତ୍ର ଚାଲି ପାରିବ ନାହିଁ । ତେଣୁ ଏହାକୁ ବ୍ୟାନ୍ କରିବା ପାଇଁ ଆଉ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ସେମାନେ । ତେବେ ଏହାକୁ ନେଇ ବର୍ତ୍ତମାନ ସମୟରେ ମୁଁହ ଖୋଲିଛନ୍ତି ଜଣେ ଛାତ୍ରୀ । ରାଜନୀତି ବିଜ୍ଞାନ ପାଠ ପଢୁଥିବା ଏହି ଛାତ୍ରୀ ଜଣକ କିଛି ଏପରି ମନ୍ତବ୍ୟ ରଖିଛନ୍ତି । ତାଙ୍କ କହିବା ଅନୁଯାୟୀ , ଯଦି ସେମାନେ ହରିଜନ ତେବେ ସେମାନଙ୍କୁ ଛୁଇଁବା ପାଇଁ କୁଣ୍ଠାବୋଧ କାହିଁକି ।

ସେମାନେ ଯଦି ହରିଙ୍କ ଜନ , ତେବେ ସେମାନେ ଅପବିତ୍ର କାହିଁକି ଅଟନ୍ତି । ସେମାନଙ୍କୁ ଛୁଇଁବା ପରେ ଲୋକେ କାହିଁକି ଗଙ୍ଗା ପାଣି ଛିଞ୍ଚି ହୁଅନ୍ତି । ଏପରି ଅନେକ ପ୍ରଶ୍ନ ରଖି ତାହାର ଉତ୍ତର ମାଗିଛନ୍ତି ସେ । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଯେଉଁଠି ହରିଜନ ଶବ୍ଦ ବ୍ୟବହାର କରିବା ପୁରାପୁରି ଆଇନ ଦ୍ୱାରା ବନ୍ଦ କରାଯାଇଛି , ସେଠାରେ କିପରି ଭାବରେ ଏହାକୁ ବ୍ୟବହାର କରାଗଲା । ନା ସେମାନଙ୍କୁ ନୀଚ୍ଚ ଦେଖାଇବା ପାଇଁ ଏଗୁଡ଼ିକ କରାଗଲା । ସେ କହିଛନ୍ତି ଯେଉଁଠି ତାଙ୍କ ଜାତିରୁ ଜଣେ ମହିଳା ରାଷ୍ଟ୍ରପତି ହୋଇ ଗଲେ , ସେଠାରେ ତାହାକୁ ନେଇ ଫିଲ୍ମ ନିର୍ମାଣ କରା ଯାଉ ନାହିଁ ।

ଭଲ ଜିନିଷ ବେଳେ କାହିଁକି ଲୋକ ମାନେ ଉପସ୍ଥିତ ରୁହନ୍ତି ନାହିଁ । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଜାତିପ୍ରଥା ଆଇନ ଉପରେ ସେ କହିଛନ୍ତି କି , ରାଜ୍ୟ ସରକାର କେବଳ ସେମାନଙ୍କ ମେରୁଦଣ୍ଡ ଦୃଢ଼ କରିବା ପାଇଁ ଏପରି କରିଥିଲେ । ଏହାକୁ ସାଧାରଣ ଲୋକ ସହି ପାରୁ ନାହାଁନ୍ତି । ସେମାନେ ଈର୍ଷ୍ୟା ଅନୁଭବ କରୁଛନ୍ତି । କାହିଁକି ନା ଆଗରୁ ଯେଉଁ ମାନେ ତାଙ୍କ ପାଦ ତଳେ ପଡି କାମ କରୁଥିଲେ , ଆଜି ସେ ତାଙ୍କ ଉପରେ କିପରି ବା ରହି ପାରିବେ । ତେଣୁ ଏହା ଉପରେ ବିଚାର କରିବାକୁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *