IPL:- ଦମଦାର ବିଜୟ ପରେ ଖୁସି ନାହାଁନ୍ତି ଗୁଜୁରାଟ ଅଧିନାୟକ, ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି ହାର୍ଦିକ ପାଣ୍ଡ୍ୟା।

ମୁମ୍ବାଇ:- ଆଇପିଏଲ ୨୦୨୨ ଆରମ୍ଭ ହୋଇସାରିଛି। ଦୀର୍ଘ ଦୁଇ ବର୍ଷ ପରେ ସମସ୍ତ ମ୍ୟାଚ ଭାରତରେ ଖେଳ ହେବ ବୋଲି ଆଶା ରଖିଛି ବିସିସିଆଇ। ଭାରତରେ ଆଇପିଏଲ ଏକ ପର୍ବ ଭଳି ହୋଇଥାଏ। ଆଇପିଏଲ ଦେଖିବା ପାଇଁ ଅନେକ ଲୋକଙ୍କ ମନରେ ଆଗ୍ରହ ଓ ଉତ୍ସାହ ରହିଥାଏ। ବର୍ତ୍ତମାନ ଆଇପିଏଲ ନା କେବଳ ଭାରତରେ ପରିଚିତ ହୋଇ ରହିଛି ବରଂ ସାରା ବିଶ୍ୱରେ ଖୁବ ଲୋକପ୍ରିୟତା ହାସଲ କରିଛି।

ଆଇପିଏଲ ୨୦୨୨ ରେ ୧୦ ଟି ଟିମ ଖେଳୁଛନ୍ତି। ତେବେ କରୋନା କଟକଣା ପାଇଁ ସମସ୍ତ ଲିଗ ମ୍ୟାଚ ମୁମ୍ବାଇରେ ଥିବା ୪ ଟି ଷ୍ଟାଡିୟମରେ ଖେଳାଯିବ ଏବଂ ୨୫% ଦର୍ଶକଙ୍କୁ ନେଇ ଆରମ୍ଭ ହୋଇଛି। ତେବେ ଗତକାଲି ଆଇପିଏଲ ର ୪ ନମ୍ବର ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ଥିଲା। ଗତକାଲି ଲକ୍ନୌ ସୁପର ଜ୍ୟାଣ୍ଟ ଏବଂ ଗୁଜୁରାଟ ଟାଇଟନ ମଧ୍ୟରେ ଥିଲା। ଟସ ଜିତି ଗୁଜୁରାଟ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଲକ୍ନୌ ୬ ଉଇକେଟ ହରାଇ ୧୫୮ ରନ୍ ହାସଲ କରିଥିଲେ ମଧ୍ୟ ଗୁଜୁରାଟ ୫ ଉଇକେଟରେ ବିଜୟ ହାସଲ କରିଥିଲା।

ହାର୍ଦିକ ପାଣ୍ଡ୍ୟା ଟି-20 ବିଶ୍ୱ କପ ପରେ ଭାରତ ପାଇଁ ଖେଳି ନାହାଁନ୍ତି। କିନ୍ତୁ ଆଇପିଏଲରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି। ସେ ଗୁଜୁରାଟର ଅଧିନାୟକ ଅଟନ୍ତି। ଏହା ପୂର୍ବରୁ ସେ କେବେ ମଧ୍ୟ ଅଧିନାୟକ କରି ନାହାଁନ୍ତି। ତେବେ ପ୍ରଥମେ ତାଙ୍କର ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ ଯଦିଓ ସେଥିରେ କୌଣସି ସଫଳତା ହାସଲ କରି ପାରି ନଥିଲେ କିନ୍ତୁ ବ୍ୟାଟିଂ ଭାର ଉଠେଇ ଥିଲେ। ୨୮ ବଲ ଖେଳି ୩୩ ରନ ସଂଗ୍ରହ କରି ପାରିଥିଲେ। ୧୫୮ ରନକୁ ସଫଳ ଭାବେ ଚେସ କରି ୫ ଉଇକେଟରେ ବିଜୟ ହାସଲ କରି ପାରି ଥିଲେ।

ନିଜେ ଦାୟିତ୍ୱ ନେବାକୁ ଚାହାନ୍ତି

ତେବେ ମ୍ୟାଚ ଶେଷରେ ପରେ ପ୍ରେସ କନ୍ଫରେନ୍ସ କରାଯାଇଥିଲା। ତେବେ ସେଥିରେ ପାଣ୍ଡ୍ୟାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ୪ ନମ୍ବର ରେ ବ୍ୟାଟିଂ କରିବା ପାଇଁ ଆସିଥିଲେ ଏହା ପଛରେ ଗେମ ପ୍ଲାନ କଣ ଥିଲା। ତେବେ ହାର୍ଦିକ କହିଥିଲେ ସେ ସମସ୍ତ ଦାଇତ୍ୱ ନେବା ପାଇଁ ଚାହାନ୍ତି। ସେ ନିଜକୁ ଜଣେ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ଦେଖିବାକୁ ଚାହାଁନ୍ତି। କେବଳ ସେତିକି ନୁହେଁ ମ୍ୟାନ୍ ଅଫ ଦି ମ୍ୟାଚ ଜିତିଥିବା ମହମ୍ମଦ ସାମୀଙ୍କ ପ୍ରସଂଶ କରିଥିଲେ।

ଶାମିଙ୍କ ଦମଦାର ପ୍ରଦର୍ଶନ

ଗତକାଲି ମ୍ୟାଚରେ ଗୁଜୁରାଟର ବୋଲର ମହମ୍ମଦ ଶାମି ଖୁବ ରୋମାଞ୍ଚକ ପ୍ରଦର୍ଶନ କରିଥିଲେ। ସେ ୪ ଓଭର ବୋଲିଂ କରି ୨୫ ରନ ଦେଇ ତିନି ଉଇକେଟ ନେଇଥିଲେ। ଶାମି କହିଛନ୍ତି, ମୁଁ କେବଳ ଭଲ ଲାଇନ ଓ ଲେଣ୍ଥ ବଲ ପକେଇବା ପାଇଁ ଦେଖିଥିଲି। ଯେଉଁଥିରେ ମୁଁ ସଫଳତା ପାଇଥିଲି। ହାର୍ଦିକ ମୋତେ ଲଗାତାର ୪ ଓଭର ପକେଇବା ପାଇଁ କହିଥିଲେ କିନ୍ତୁ ମୁଁ ମନା  କରିଥିଲି।

Leave a Reply

Your email address will not be published. Required fields are marked *