ଦେଖନ୍ତୁ ଭିଡ଼ିଓ:- ଅଧାରୁ ଗୀତ ଭୁଲି ଗଲେ ଭାଇରଲ ବୟ ସାନ୍ତୁନୁ କୁମାର, ଆଉ ତା’ପରେ ଲୋକେ….

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ୟାଜନକ ଭିଡ଼ିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସମୟରେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଷ୍ଟେଜ ଉପରେ କଣ୍ଠଶିଳ୍ପୀ ସାନ୍ତୁନୁ ଗୀତ ଗାଉଥିବା ବେଳେ ହଠାତ lyrics ଭୁଲି ଯାଇଥିଲେ।

ଯେତେବେଳେ ଛୋଟ ପ୍ୟାକେଟ ବଡ଼ ଧମାକା କଥା ପଡେ ସେତେବେଳେ କୁନି କଳାକାର ସାନ୍ତୁନୁ କୁମାରଙ୍କ କଥା ମନେ ପଡେ। ବୟସରେ ଛୋଟ ହୋଇଥିଲେ ମଧ୍ୟ ସେ କଣ୍ଠଶିଳ୍ପୀ ଓ ଅଭିନୟ ମଧ୍ୟ ବେଶ ଭଲ ଭାବରେ ଜାଣିଛନ୍ତି। ତେବେ ଆପଣମାନେ ଜାଣିଛନ୍ତି ଯେ ସାନ୍ତୁନୁ କୁମାରଙ୍କ ଛଅଟି ଆଲବମ ଗୀତ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା। ଏହି ଗୀତ ଗୁଡିକ ଖୁବ ଲୋକପ୍ରିୟତା ହାସଲ କରିଥିଲା। ଯାହାଫଳରେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ।

କେବଳ ସେତିକି ନୁହେଁ ସେ ଅନେକ ରିଆଲିଟି ଶୋ’ରେ ଭାଗ ନେଇ ଗୀତ ଗାଇ ଜର୍ଜ ମାନଙ୍କ ହୃଦୟ ଜିତି ପାରିଛନ୍ତି। ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଛି। ସେ ଜଣେ ସୁନାମଧନ୍ୟ ସଂଗୀତଜ୍ଞ ହେବେ ବୋଲି ସ୍ୱପ୍ନ ଦେଖିଛନ୍ତି। ତାଙ୍କର ଗୀତ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକମାନେ ଖୁବ ପ୍ରଶଂସା କରୁଛନ୍ତି।

ସେ ଓଡିଶାର ନୂଆସୁର ନାମର ଏକ ମଞ୍ଚରେ ନିଜର ସଙ୍ଗୀତ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରି ପାରିଛନ୍ତି। କେବଳ ସେତିକି ନୁହେଁ ହିନ୍ଦୀ ରିଆଲିଟି ଶୋ’ରେ ମଧ୍ୟ ଭାଗ ନେଇଛନ୍ତି।ତାଙ୍କର କମେଡି ସାଙ୍ଗକୁ ତାଙ୍କର ଆକ୍ସନ ମଧ୍ୟ ସଭିଙ୍କ ପସନ୍ଦ। କିନ୍ତୁ ତାଙ୍କର ଏକ ଷ୍ଟେଜ ଶୋ’ ର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ସାନ୍ତୁନୁ କୁମାର ନିକଟରେ ହୋଇଥିବା ଏକ ଦୋଳ ମହୋତ୍ସବରେ ଷ୍ଟେଜ ଶୋ କରୁଥିଲେ।

ସେ ପପୁ ପମ ପମଙ୍କ ଏକ ଗୀତ ଗାଉଥିଲେ।ଗୀତ ଗାଇବା ବେଳେ ତାଙ୍କର ଗୀତ ମାନେ ପଡ଼ି ନଥିଲା।ସେ ଅଳ୍ପ ଗାଇବା ପରେ ଆଉ ଗାଇ ନଥିଲେ। କିନ୍ତୁ ସେ ଏହାକୁ ଭଲ ଭାବରେ ସମ୍ଭାଳି ପାରି ଥିଲେ। ତାଙ୍କୁ ଓଡିଶା ଲୋକ ବହୁତ ଭଲ ପାଇବା ଦେଉଛନ୍ତି।

Leave a Reply

Your email address will not be published. Required fields are marked *