ଖଗେଶ୍ବର ଖୋଲିଲେ ସବୁ ରାଜ, IAS ବାବୁ ଦେଉଥିଲେ ଅର୍ଚ୍ଚନାକୁ ସୁନା ଉପହାର…

ବ୍ଲାକମେଲର ନାୟିକା ତଥା ଲେଡୀ ଡନ ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ ବର୍ତ୍ତମାନ ଜେଲର ଚାରିକାନ୍ଥ ଭିତରେ ରହି ନିଜ ଦିନ ବିତାଇବାକୁ ଲାଗିଛନ୍ତି । ଆଉ ଦେଖି ପାରୁ ନାହାଁନ୍ତି ସେହି ବାହାର ଦୁନିଆଁ ଆଉ କରି ପାରୁ ନାହାଁନ୍ତି ସେ ମଜା କି ଲୁଟି ପାରୁ ନାହାଁନ୍ତି ଲକ୍ଷ ଲକ୍ଷ ଟଙ୍କା । ବର୍ତ୍ତମାନ ଇଡିର ତୀକ୍ଷ୍ଣ ନଜର ରହିଛି ଅର୍ଚ୍ଚନା ଉପରେ । ଅର୍ଚ୍ଚନାର ଗୋଟି ଗୋଟି ସବୁ ସତ ବର୍ତ୍ତମାନ ଇଡି ଖୋଲିବାରେ ଲାଗିଛି ଆଉ ଏଥିରେ ଇଡିର ସହାୟତା କରୁଛନ୍ତି ଅର୍ଚ୍ଚନାର ସହଯୋଗୀ ତଥା ଘନିଷ୍ଠ ବନ୍ଧୁ ଖଗେଶ୍ବର ।

ବର୍ତ୍ତମାନ ସମୟରେ ଆଉ ଇଡି କବଳରୁ ଖଗେଶ୍ବର ବଞ୍ଚି ଯାଇପାରିବେ ନାହିଁ । କାରଣ ଏବେ ପୁରା ନଜର ଇଡି ଖଗେଶ୍ବର ଉପରେ ରଖିଛି । ସେ ଏପରି ଏକ ମାଧ୍ୟମ ଯାହାଙ୍କ ଦ୍ଵାରା ସବୁକିଛି ହାସଲ କରାଯାଇପାରିବ । ସେ ହିଁ ଏପରି ଜଣେ ମଣିଷ ଯିଏ , ସବୁ ସତ ସାମ୍ନାକୁ ଆଣିବାରେ ଇଡି କୁ ସହାୟତା କରିପାରିବେ । ତେଣୁ ଇଡି ନିଜ କବଳକୁ ଖଗେଶ୍ୱରକୁ କରି ନେଇଛି । ତେବେ ବର୍ତ୍ତମାନ ଇଡିର ନଜର ଜଣେ IAS ଙ୍କ ଉପରେ ପଡ଼ିଛି ଆଉ ଏ ବିଷୟରେ ସୂଚନା ଦେଇଛନ୍ତି ଖୁଦ୍ ଖଗେଶ୍ବର ।

ତେବେ ଖଗେଶ୍ବରଙ୍କ କହିବା ଅନୁଯାୟୀ , ଜଣେ IAS ଅଫିସର ଅର୍ଚ୍ଚନାଙ୍କ ପୁଅଙ୍କ ଜନ୍ମ ଦିନରେ ତାଙ୍କୁ ସୁନା ଉପହାର ଦେଇଥିଲେ ଆଉ ସେ ପୁଣି ଦାମିକା ସୁନା । କେବଳ ଏତିକି ନୁହେଁ , ଅର୍ଚ୍ଚନା ଆଉ ତାଙ୍କ ମଧ୍ୟରେ ରହିଥିଲା ଗଭୀର ସମ୍ପର୍କ । ଅର୍ଚ୍ଚନାଙ୍କ ଜାଲରେ ମଧ୍ୟ ସେ ଫସି ଯାଇଥିଲେ । ଆଉ ତାଙ୍କ ଘରକୁ ଅନେକ ସମୟରେ ଆସୁଥିଲେ । ତାଙ୍କ ଘରକୁ ଆସିବା ସହିତ ବାବୁ ହାତ ଚାଟି ଚାଟି ପେଟ ପୁରା ଖାଦ୍ୟ ଖାଇ ଯାଉଥିଲେ ।

ଅର୍ଚ୍ଚନାଙ୍କ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରକୁ ବାବୁ ଜଣକ ଯିବା ଆସିବା କରୁଥିଲେ ଆଉ ପ୍ରତିଦିନ ତାଙ୍କ ଘରେ ଭିଡ ଜମି ରହୁଥିଲା । ବାବୁ ଜଣକ ପ୍ରତିଦିନ ସେଠାରେ ଆସର ଜମାଉ ଥିଲେ ଆଉ ଖାଇ ପିଇ ଯାଉଥିଲେ । ସେଥିପାଇଁ ବାବୁ ଅର୍ଚ୍ଚନା ପୁଅଙ୍କ ଜନ୍ମଦିନରେ ସୁନା ଉପହାର ଦେଇଥିଲେ । ତେବେ ଇଡି ଆଗରେ ଏତେ ସବୁ କଥା କହିବା ପରେ ଇଡି ବର୍ତ୍ତମାନ ସେହି ବାବୁଙ୍କୁ ଖୋଜିବା ପାଇଁ ଲାଗିପଡିଛି । କୁହାଯାଉଛି କି , ଖୁବଶୀଘ୍ର ଇଡି ସେହି IAS ବାବୁଙ୍କୁ ଡ଼ାକି ପଚରା ଉଚରା କରିବ ।

Leave a Reply

Your email address will not be published. Required fields are marked *