ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ଇଡିର ଜେରା….

ଦିନ ଯେତେ ଗଡି ଗଡି ଯାଉଛି ସବୁ ସତ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ଅର୍ଚ୍ଚନା ନାଗ କିପରି ନିଜ କଳା ସାମ୍ରାଜ୍ୟ ବିସ୍ତାର କରି ରଖିଥିଲା ଆଉ ସେଥିରେ ସମସ୍ତଙ୍କୁ ଫସାଇ ଚାଲିଥିଲା , ତାହା ଆପଣ ସମସ୍ତେ ଜାଣି ସାରିଥିବେ । ତେବେ ସେ ଯାହା ବି ହେଉ ନା କାହିଁକି , ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରି ନେଇଛି ଆଉ ସେ ନିଜର କଲା କର୍ମର ଫଳ ଭୋଗିବାକୁ ଲାଗିଛନ୍ତି । ତେବେ ବର୍ତ୍ତମାନ ନୂଆ ନୂଆ ଚେହେରା ସାମ୍ନାକୁ ଆସିବାରେ ଲାଗିଛନ୍ତି ।

ଆମେ ଯେଉଁ ମାନଙ୍କ ବିଷୟରେ ଜାଣି ମଧ୍ୟ ନାହାଁନ୍ତି ସେମାନେ ସବୁ ସାମ୍ନାକୁ ଆସିବାରେ ଲାଗିଛନ୍ତି ଆଉ ଏସବୁର ଗୁମର ଖୋଲୁଛନ୍ତି , ଅର୍ଚ୍ଚନାଙ୍କ ଘନିଷ୍ଠ ବନ୍ଧୁ ତଥା ସହଯୋଗୀ ଖଗେଶ୍ବର । ଇଡି ବର୍ତ୍ତମାନ ତାଙ୍କ ଉପରେ ନଜର ରଖିଛି ଆଉ ତାଙ୍କୁ ପଚରାଉଚରା କରିବାରେ ଲାଗିଛି । ଆଉ ତାଙ୍କ ଠାରୁ ନୂଆ ନୂଆ ତଥ୍ୟ ବାହାର କରିବାରେ ଲାଗିଛି । ବର୍ତ୍ତମାନ ଇଡିର ନଜର ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କ ଉପରେ ପଡ଼ିଛି ।

ସେ କାଷ୍ଟିଂ କାଉଚ୍ଚ ମାମଲାରେ ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ଇଡି ତାଙ୍କୁ ଡ଼ାକି ପଠାଇଛି ଆଉ ତାଙ୍କୁ ପଚରାଉଚରା କରିବ ବୋଲି କୁହାଯାଉଛି । ତେବେ ଦେଖା ଯାଉ ଇଡି କେଉଁ ସବୁ ଗୁମର ବାହାର କରିପାରୁଛି । ଆଉ ଅକ୍ଷୟ ପରିଜା କେଉଁ ସବୁ କାଣ୍ଡ କରିଛନ୍ତି ତାହା ଗୋଟି ଗୋଟି କରି ସବୁ ଜଣା ପଡ଼ିଯିବ । ତେବେ ସେହି ସମୟକୁ ସମସ୍ତେ ଅପେକ୍ଷା କରିଛନ୍ତି , ଯେତେବେଳେ ସମସ୍ତଙ୍କ ନାମ ସାମ୍ନାକୁ ଆସିଯିବ।

ଅନ୍ୟ ପକ୍ଷରେ ଖଗେଶ୍ବରଙ୍କୁ ଇଡିର ପଚରାଉଚରା ଭିତରେ ସେ ଜଣକ ପରେ ଜଣକ ନାମ କହିବାରେ ଲାଗିଛନ୍ତି । ଏହା ମଧ୍ୟରେ ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣିବାର ଅନେକ ଦିନ ବିତି ଗଲାନି ଆଉ ମାତ୍ର ଦିନ କେଇଟା ପରେ ତାଙ୍କର ତାରିଖ ସରିଯିବ ଆଉ ତାପରେ ଇଡି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କୁ ପଚରା ଉଚରା ଜାରି ରଖିବ ବୋଲି ଆଲୋଚନା ହେଉଛି । ଗୋଟିଏ ପରେ ଗୋଟିଏ ସତ ସବୁ ଧରା ପଡ଼ିଯିବ । ଆଉ ସମସ୍ତେ ଜେଲ ଦଣ୍ଡ ଭୋଗିବେ ବୋଲି ଚର୍ଚ୍ଚା ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *