କର୍ଣ୍ଣାଟକର ନନ୍ଦୀ ପାହାଡର ଫାଙ୍କରେ ଫସି ଗଲା ୧୯ ବର୍ଷୀୟ ଛାତ୍ର, ଭାରତୀୟ ବାୟୁସେନା କେମିତି ଛାତ୍ରର ଜୀବନ ବଞ୍ଚାଇଲେ : ଦେଖନ୍ତୁ ଭିଡିଓ

ଏହି ସାହସିକ ମିଶନରେ ଭାରତୀୟ ବାୟୁସେନା ଏବଂ ଚିକ୍କାବାଲ୍ଲାପୁର ପୋଲିସ ମିଶି ୧୯ ବର୍ଷ ବୟସର ଛାତ୍ରଙ୍କୁ ସଫଳତାର ସହ ଉଦ୍ଧାର କରିଛି। ଛାତ୍ରଟି ନନ୍ଦୀ ପାହାଡ ରେଞ୍ଜର ରୁ ୩୦୦ ଫିଟ୍ ତଳକୁ ଖସି ଗୋଟେ ଜାଗାରେ ଫସି ଯାଇଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ଭାରତୀୟ ବାୟୁସେନାର ଏହି ଉଦ୍ଧାର କାର୍ଯ୍ୟର ଭିଡିଓ ସେୟାର କରିଛି।

ଏହି ଭିଡିଓରେ, ଏକ ଆଇଏଏଫ୍ ହେଲିକପ୍ଟରଟି ପଥରଖଣ୍ଡ ଉପରେ ବୁଲୁଥିବା ଦେଖିବାକୁ ମିଳିଛି ଯେଉଁଠାରେ ଛାତ୍ରଟି ପାହାଡର ଶିଖରରୁ ଖସିଯିବା ପରେ ସେଠାରେ ଫସିଯାଇ ଥିଲା। ତା’ପରେ ଭାରତୀୟ ବାୟୁସେନାର ହେଲିକପ୍ଟରଟି ଧୀରେ ଧୀରେ ଛାତ୍ରଙ୍କ ନିକଟକୁ ଯାଇ ତାଙ୍କୁ ସୁରକ୍ଷିତ ସ୍ଥାନରୁ ବାହାରକୁ ଆଣିବାରେ ସଫଳ ହେଇଛି। ଛାତ୍ର କିପରି ଏହି ବିପଜ୍ଜନକ ସ୍ଥାନରେ ପହଞ୍ଚିଲା ସେ ସମ୍ବନ୍ଧରେ ଅଧିକ ସୂଚନା କିଛି ମିଳିନି।

ପାର୍ବତ୍ୟରେ ଭାରତୀୟ ବାୟୁସେନାର ଏପରି ଉଦ୍ଧାର କାର୍ଯ୍ୟର କିଛି ଦିନ ପୂର୍ବରୁ ଭାରତୀୟ ସେନା କେରଳରେ ସମାନ ଉଦ୍ଧାର କାର୍ଯ୍ୟକୁ ସଫଳତାର ସହ କରିଥିଲା। ପାଲାକଡାର ଏକ ପାହାଡରେ ଫାଟରେ ଆର ବାବୁ ନାମକ ଜଣେ ଟ୍ରେକରକୁ ୪୫ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ନୌବାହିନୀ ଏବଂ ଏନଡିଆରଏଫ୍ ମିଶି ଏହି ଉଦ୍ଧାର କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *