ୟୁକ୍ରେନର କାରକୁ ଦଳିଦେଲା ଋଷୀୟ ଟ୍ୟାଙ୍କ ।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଋଷିଆର ଏକ ଟ୍ୟାଙ୍କ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ତାହାର ଗତିପଥ ବଦଳାଇ ଏକ କାରକୁ ଦଳି ଦେଉଛି ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଋଷର ଟ୍ୟାଙ୍କଟି କାର ଉପରେ ଚଢ଼ିଯାଇଛି ଏବଂ କାରଟି ସମ୍ପୂର୍ଣ୍ଣ ଭାବରେ ଦବିଯାଇଛି । କାରଟିର ଅବସ୍ଥା ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

ଆମେ ଆପଣଙ୍କୁ କହିରଖୁଛୁ ଯେ ୟୁକ୍ରେନର କାରକୁ ଦଳି ଦେଇଥିବା ଟ୍ୟାଙ୍କଟି ଋଷର ଅଟେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଜିକାଲି ଅନେକ ଟ୍ୟାଙ୍କ ୟୁକ୍ରେନର ରାସ୍ତାରେ ବୁଲୁଛି ।

ଭିଡିଓ ଦେଖିବା ପରେ ଲୋକମାନେ ଏହା ଋଷ ସେନାର ଏକ ଅମାନବୀୟ କାର୍ଯ୍ୟ ବୋଲି କହୁଛନ୍ତି । ଲୋକମାନେ କହୁଛନ୍ତି ଯେ ଏହାଠାରୁ ଅଧିକ ଯନ୍ତ୍ରଣାଦାୟକ କିଛି ହୋଇପାରିବ ନାହିଁ ।

ଖୁସିର ବିଷୟ ହେଉଛି ଯେ ଦୁର୍ଘଟଣାରେ କାର ଚଳାଉଥିବା ଡ୍ରାଇଭରର ଜୀବନ ବଞ୍ଚିଯାଇଛି । ଡ୍ରାଇଭରକୁ ଉଦ୍ଧାର କରାଯାଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ଲୋକମାନେ କହୁଛନ୍ତି ଯେ, ‘ ଯାହାକୁ ରଖିବେ ଅନନ୍ତ , କି କରିପରେ ବଳବନ୍ତ’ ।

Leave a Reply

Your email address will not be published. Required fields are marked *