ଶଳା ବାହାଘର ପାଇଁ ଛୁଟି ନମିଳିବାରୁ ଟ୍ରେନ ଆଗରେ ଶୋଇଲେ ଯୁବକ , ଶରୀର ଦୁଇ ଭାଗ ହେବା ପରେ ବି କହି ଚାଲିଲେ ନିଜ ମନ କଥା :-

କେଉଁଠି ମଣିଷ କେତେ ଯନ୍ତ୍ରଣା ରେ ଥିଲେ ଆତ୍ମହତ୍ୟା କରିଥାଏ । କିନ୍ତୁ କଣ ଆପଣ କେବେ ଏପରି ଘଟଣା ଦେଖିଛନ୍ତି କି ଯେଉଁଠି ଜଣେ ଯୁବକଙ୍କ ଆତ୍ମହତ୍ୟା କରିବାର କାରଣ ହେଉଛି ଛୁଟି ନମିଳିବା । କିନ୍ତୁ ଆତ୍ମହତ୍ୟା ପର ଘଟଣା ଶୁଣିଲେ ଆପଣ ଆହୁରି ଅଧିକ ଆଶ୍ଚର୍ଯ୍ୟ ହେବେ । ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିନେବା ।

ତେବେ ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କାନପୁର ରୁ ଏପରି ଏକ ଘଟଣା ଶୁଣିବାକୁ ମିଳିଛି । ଉତ୍ତରପ୍ରଦେଶର କାନପୁର ରେ ଜଣେ ରେଳ ବିଭାଗର କର୍ମଚାରୀ ଟ୍ରେନରେ କଟି ନିଜର ଜୀବନ ହରାଇଛନ୍ତି । ତେବେ ଆତ୍ମହତ୍ୟା ର କାରଣ ଏହା ଯେ କାନପୁର ର ପନକୀ ରେଲୱେ ଷ୍ଟେସନ ରେ କାମ କରୁଥିବା ରମେଶ ଯାଦବ ନାମକ ଯୁବକ ତାଙ୍କ ଶଳା ର ବାହାଘର ପାଇଁ ଛୁଟି ମାଗିଥିଲେ । କିନ୍ତୁ ରେଳପଥ ନିରୀକ୍ଷକ ଚିତ୍ରେଶ ତିୱାରୀ ଛୁଟି ମନା କରିଥିଲେ । ତେବେ କଥା ଏଠାରେ ରହି ନଥିଲା । ଏପଟେ ଛୁଟି ନମିଳିବା କାରଣ ସାଧାରଣ ଥିଲା କିନ୍ତୁ ସେପଟେ ତାଙ୍କ ସ୍ତ୍ରୀ ଏବଂ ଶଳା ବାହାଘର କୁ ଆସିବାକୁ ଚାପ ପକାଉଥିଲେ ।

ତେଣୁ ଏହି କାରଣରୁ ଯୁବକ ଜଣକ ଏତେ ଚିନ୍ତାଗ୍ରସ୍ତ ହୋଇଗଲେ ଯେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ଚିନ୍ତା କଲେ । ତେଣୁ ସେ ରେଳ ଧାରଣାରେ ଶୋଇ ଯାଇଥିଲେ ଏବଂ ଟ୍ରେନ ମଧ୍ୟ ତାଙ୍କ ଉପର ଦେଇ ଚଢ଼ି ଯାଇଥିଲା । ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହେଲା ସତ କିନ୍ତୁ ସେ ଜୀବିତ ଥିଲେ କହିଲେ ମିଛ ହେବ ନାହିଁ । ତାଙ୍କ ଶରୀର ଦୁଇ ଖଣ୍ଡ ହୋଇ ଯାଇଥିଲା କିନ୍ତୁ ସେ କିଛି ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କରୁଥିଲେ । ସେଠାରେ ଲୋକେ ତାଙ୍କୁ ଆତ୍ମହତ୍ୟା ର କାରଣ ପଚାରିବାରୁ ନିଜ ଶଳା ବାହାଘରକୁ ଯିବାକୁ ଛୁଟି ନମିଳିବାରୁ ଏପରି କରିଥିବା କଥା କହିଥିଲେ ।

ଲୋକେ ଏହାର ଭିଡ଼ିଓ ବନାଇଛନ୍ତି ଏବଂ ତାହା ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହେଉଛି । ତେବେ କିଛି ସମୟ ପର୍ଯ୍ୟନ୍ତ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ପରେ ତାଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଏହାର କାରଣ ଦର୍ଶାଇ ଜଣେ ଡାକ୍ତର କହିଛନ୍ତି ଯେ ଯେତେବେଳେ ଜଣେ ମଣିଷ ଦେହରୁ ଅଧିକ ରକ୍ତ ବୋହି ଯାଇଥାଏ ସେତେବେଳେ ଶରୀରରେ ଯନ୍ତ୍ରଣା ଏତେ ଅଧିକ ହୁଏ ନାହିଁ । ଏହି କାରଣରୁ ହିଁ ଯୁବକ ଜଣକୁ କିଛି ସମୟ ପର୍ଯ୍ୟନ୍ତ କୌଣସି ଯନ୍ତ୍ରଣା ଅନୁଭୂତ ହୋଇ ନଥିଲା ।

Leave a Reply

Your email address will not be published. Required fields are marked *