ସ୍ୱାମୀଙ୍କ ସିକ୍ରେଟ ମେସେଜ ସୋସିଆଲ ମିଡିଆରେ ଭାଇରାଲ କରିଦେଲା ସ୍ତ୍ରୀ, ସ୍ତ୍ରୀ ର ଏଭଳି କାରନାମା ଦେଖି ଆଶ୍ଚର୍ଯ୍ୟ ସମସ୍ତେ….

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଅନେକ ସମୟ ଅତିବାହିତ କରୁଛନ୍ତି । ସୋସିଆଲ ମିଡିଆ କେବଳ ଟାଇମପାସ ଏବଂ ଦେଶଦୁନିଆର ଘଟଣା ବିଷୟରେ ଅପଡେଟ୍ କରେ ନାହିଁ, ବେଳେବେଳେ ଏଥିରେ ଆସୁଥିବା ଘଟଣା ଆଶ୍ଚର୍ୟଜନକ ମଧ୍ୟ ହୋଇଥାଏ । ଏହିପରି ଏକ ଘଟଣା ଜଣେ ଟିକଟକରଙ୍କ ସହ ଘଟିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର …

ବ୍ରିଟେନରେ ଟିକଟକର କ୍ୟାଣ୍ଡି ଗିଗି ତାଙ୍କ ସ୍ଵାମୀଙ୍କ ସିକ୍ରେଟ୍ ମେସେଜ ଭାଇରାଲ କରିଥିଲେ । କ୍ୟାଣ୍ଡି ଗିଗି (@candygigiyoung) ତାଙ୍କ କମେଡି ସ୍କେଚ୍ ପାଇଁ ଟିକଟକରେ ବହୁତ ପ୍ରସିଦ୍ଧ ଅଟନ୍ତି । ଟିକଟକରେ କ୍ୟାଣ୍ଡି ଗିଗିଙ୍କର 400,000 ରୁ ଅଧିକ ଫଲୋଅର୍ ଅଛନ୍ତି ।

ତେବେ ଆମେ ଆପଣଙ୍କୁ କ୍ୟାଣ୍ଡିଙ୍କ ସ୍ୱାମୀ ପଠାଇଥିବା ମେସେଜ ବିଷୟରେ କହିବାକୁ ଯାଉଛୁ । ବାସ୍ତବରେ ଏହା ଏକ ମେସେଜ ନୁହେଁ ବରଂ ତାଗିଦ ଥିଲା । କପଡ଼ା ସଫା କରିବାକୁ ନେଇ ଏକ ଭଏସ ମେସେଜ ପଠାଇ ସ୍ୱାମୀ କ୍ୟାଣ୍ଡିଙ୍କୁ ତାଗିଦ କରିଥିଲେ । ସେ ଭଏସ୍ ମେସେଜରେ କ୍ୟାଣ୍ଡିଙ୍କୁ କହିଥିଲେ ଯେ,’ପୋଷାକ କିପରି ସଫା କରାଯାଏ’ । ମେସେଜରେ କପଡ଼ା ଧୋଇବାର ଉପାୟରେ ଉନ୍ନତି ଆଣିବାର ପରାମର୍ଶ ମଧ୍ୟ ଦିଆଯାଇଥିଲା ।

‘ଦି ମିରର’ର ରିପୋର୍ଟ ଅନୁଯାୟୀ, କ୍ୟାଣ୍ଡି ଗିଗି ତାଙ୍କ ସ୍ୱାମୀଙ୍କ ଠାରୁ ପାଦେ ଆଗକୁ ଯାଇ ଟିକଟକରେ ତାଙ୍କ ଭଏସ୍ ମେସେଜର ଏକ ଭିଡିଓ ଭାଇରାଲ କରିଥିଲେ । ଟିକଟକରେ ଏହି ଭିଡିଓକୁ 8 ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । କ୍ୟାଣ୍ଡି ଟିକଟକରେ ଥିବା ଲୋକଙ୍କଠାରୁ ଭିଡ଼ିଓ ଉପରେ ମତାମତ ମଧ୍ୟ ମାଗିଥିଲେ । ଅଧିକାଂଶ ଲୋକ ମନ୍ତବ୍ୟ ଦେଇଛନ୍ତି ଯେ ପୁରା ଭିଡିଓ ଦେଖିବା ପରେ ସେମାନେ ଏହାକୁ ଗମ୍ଭୀର ଭାବରେ ନେଇଛନ୍ତି ।

କ୍ୟାଣ୍ଡି ଗିଗି କ୍ଲିପ୍‌ରେ କହୁଛନ୍ତି,’ଏହି କ୍ଲିପ୍ ସେୟାର ନକରିବା ଭଲ ହୋଇଥାନ୍ତା ।’ ଏହିଠାରୁ କ୍ୟାଣ୍ଡିଙ୍କ ସ୍ୱାମୀଙ୍କ ମେସେଜ ଆରମ୍ଭ ହୁଏ,’ ତୁମକୁ ଅନୁରୋଧ କରୁଛି ଆଉ ପୋଷାକ ଧୋଇବ ନାହିଁ ।’ ସ୍ୱାମୀ କହିଛନ୍ତି, ପୋଷାକକୁ ଥାକ ଉପରେ ଏତେ ଖରାପ ଭାବରେ ରଖାଯାଇଥିଲା ମୁଁ ବିଶ୍ୱାସ କରିପାରୁନାହିଁ । ସ୍ୱାମୀ ତାଙ୍କ ସକ୍ସ ପାଇଁ ମଧ୍ୟ କ୍ୟାଣ୍ଡିଙ୍କୁ ଗାଳି ଦେଇଥିଲେ ।

Leave a Reply

Your email address will not be published. Required fields are marked *