ମୁଣ୍ଡଠୁ ନେଇ ଗୋଡ଼ ପର୍ଯ୍ୟନ୍ତ ଆଣ୍ଠୁଗଣ୍ଠି ବିନ୍ଧା ଏହି ତେଲ ଦୁର କରିଦେବ, ଏହାକୁ ଲଗେଇ ମାଲିସ କରନ୍ତୁ।

ବନ୍ଧୁମାନେ ଆଜି କାଲି ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ତ ବୟସ୍କ ଏବଂ ଯୁବ ପିଢ଼ିଙ୍କ ପାଇଁ ଏକ ସାଧାରଣ ସମସ୍ୟା। ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ ଯାହାକୁ ପ୍ରୟୋଗ କରି ଆପଣ ଏହି ସବୁ କଷ୍ଟରୁ ମୁକ୍ତି ପାଇ ପାରିବେ। ଏଥିପାଇଁ ଆପଣଙ୍କୁ କିଛି ଖାଇବା ପାଇବାର ଆବଶ୍ୟକତା ନାହିଁ। ଏହି ଉପାୟ ଆପଣଙ୍କୁ ମୁଣ୍ଡ଼ଠୁ ନେଇ ଗୋଡ଼ ପର୍ଯ୍ୟନ୍ତ ଥିବା ଗଣ୍ଠି ବାତକୁ ଦୂରେଇ ପାରିବ।

ଏହାର ପ୍ରସ୍ତୁତି ପାଇଁ ସର୍ବ ପ୍ରଥମେ ଆମକୁ ଲବଙ୍ଗର ଆବଶ୍ୟକତା ରହିଛି। ଏହାର ପ୍ରଥମ ପ୍ରୟୋଗ ଆପଣଙ୍କୁ ଏହି ପିଡ଼ାରୁ ମୁକ୍ତି ଦେବ। ଏଥିପାଇଁ ଆପଣଙ୍କୁ ୨୦ରୁ ୨୫ଟି ଲବଙ୍ଗର ଆବଶ୍ୟକତା ରହିଛି। ଯେଉଁ ମାନଙ୍କ ଆଣ୍ଠୁ ଗଣ୍ଠି ପ୍ରବଳ ବିନ୍ଧା ହେଉଛି ସେମାନଙ୍କୁ ଏଥିରୁ ବହୁ ଉପଶମ ମିଳିବ।

ଆପଣ କଡ଼େଇ ବସେଇ ସେଥିରେ ଲବଙ୍ଗ ୨୦-୨୫ଟି ଲବଙ୍ଗ ପକେଇଦେବେ। ଏହାପରେ ୧୦୦ ଗ୍ରାମ ସୋରିଷ ତେଲର ପ୍ରୟୋଗ ଆପଣ କରିବେ। ଏଥିରେ ଆପଣ ଗୋଟା ଲବଙ୍ଗ ଅବା ଲବଙ୍ଗକୁ କୁଟି ଆପଣ ଏହାକୁ ବ୍ୟବହାର କରିପାରିବେ। ଏବେ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଧିମା ଆଞ୍ଚରେ ବୁଲାନ୍ତୁ। ଅଧିକ ଉତ୍ତାପ ଦେଲେ ଏହା ଜଳି ଯିବାର ସମ୍ଭାବନା ରହିଥାଏ। ଲବଙ୍ଗ ସମ୍ପୂର୍ଣ୍ଣ କଳା ହେବା ପର୍ଯ୍ୟନ୍ତ ଆପଣ ଏହାକୁ ଫୁଟାନ୍ତୁ। ଏବେ ୧୦ମିନିଟ୍ ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ।

ଯେଉଁ ମାନଙ୍କୁ ଗଣ୍ଠି ଜନିତ ପୀଡ଼ା ରହିଛି ଆପଣାଙ୍କୁ କିଛି ଉପାୟ ଆମେ କହିବୁ। ଯଦି ଆପଣ ଆଣ୍ଠୁ ଗଣ୍ଠି ବିନ୍ଧାରୁ ଦୂରେଇ ବାକୁ ଚାହାନ୍ତି ତେବେ ପ୍ରତିଦିନ ଗାଈ ଘିଅ ସେବନ କରନ୍ତୁ। ଯେଉଁମାନେ ସୁସ୍ଥ ଅଟନ୍ତି ସେମାନଙ୍କୁ ମଧ୍ୟ ଏକ ଚାମଚ ଘିଅର ସେବନ କରିବା ଉଚିତ୍। ଯେପରିକି ଭବିଷ୍ୟତରେ ଏହାର ସାମ୍ନା କରିବାକୁ ପଡ଼ିବ ନାହିଁ। ଘିଅକୁ କେବେ ଫ୍ରାଏ କରି ଖାଆନ୍ତୁ ନାହିଁ। ଯଦି ଚାହିଁବେ ଏକ ଚାମଚ ଘିଅ ଡାଲି ଅବା ପରଟାରେ ଖାଇ ପାରିବେ। ଏହାର ସେବନ ବହୁ ରୋଗରୁ ଦୂର ରଖିଥାଏ।

ଯେଉଁମାନଙ୍କୁ ଗଣ୍ଠି ବ୍ୟଥା ହେଉଥାଏ ସେମାନଙ୍କ ପାଇଁ ଏହା ରାମ୍ ବାଣ ଅଟେ। ଏହା ସହିତ ଆପଣ ଦିନରେ ୩ରୁ ୪ଲିଟର ପାଣିର ସେବନ କରନ୍ତୁ। ତେବେ ଏହି ଲୋକ ମାନେ ଥଣ୍ଡା ଅବା ତେଲ ମସଲା ଜିନିଷର ସେବନ କମ୍ କରିବା ଉଚିତ୍। ଯଦି ଗରମ ଦିନ ଅଧିକ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି ତେବେ ଆପଣ ଏକ ପାତ୍ରରେ ପାଣି ନିଅନ୍ତୁ। ଏକ ରୁମାଲ ସେହି ପାଣିରେ ବିଜେଇ ତାକୁ ଚିପୁଡି ଦିଅନ୍ତୁ। ଯେଉଁଠି ଆଣ୍ଠୁ ଗଣ୍ଠି ଦରଜ ହେଉଛି ସେହି ଜାଗାରେ ଆପଣ ଏହାକୁ ପଟି ଭଳି ପକେଇ ପାରିବେ। ଏହି ପ୍ରକାରେ ଆପଣ ୫ରୁ ୭ ମିନିଟ୍ କରନ୍ତୁ।

ଯଦି ଦେହର ତାପ ଅନୁଯାୟୀ ଏହା ଗରମ ହୋଇଯାଏ ତେବେ ପୁନର୍ବାର ଏହି ଥଣ୍ଡା ପାଣିରେ ବୁଡାଇ ଓ ଚିପୁଡି ଏହାକୁ ସେକ୍ ଦିଅନ୍ତୁ। ଅଣ୍ଟା ବିନ୍ଧା ହେଉଥିଲେ ଆପଣ ଏହାକୁ ସେକ ଦିଅନ୍ତୁ। ଏହାକୁ ଆପଣ ଦିନ ବେଳା କରନ୍ତୁ।

ଏବେ ଆପଣ ବନେଇଥିବା ଲବଙ୍ଗ ତେଲ ଥଣ୍ଡା ହୋଇଯାଇଛି। ତାକୁ ଏକ ପାତ୍ରରେ ରଖି ଦିଅନ୍ତୁ। ଏହାକୁ ରାତିରେ ମାଲିସ କରି ଶୋଇବେ ଦେଖିବେ ଆପଣଙ୍କ ପୀଡ଼ା କମ୍ ହୋଇଯିବ। ଏହାକୁ ୫ମିନିଟ୍ ଆଣ୍ଠୁରେ ଘଷି ଦେଖନ୍ତୁ। ଏହା ଆପଣଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ ମାଂସପେଶୀ ଟାଣି ରହିବା ଆଦି ସମସ୍ୟାରୁ ଦୂରେଇ ଦେବ ଓ ଆପଣଙ୍କୁ ଆରାମ ମିଳିବ। ଏହି ଉପାୟ ଆପଣ ନିଶ୍ଚୟ କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *