ଶାଢ଼ୀ ପିନ୍ଧି ଘୋଡା ଚଢ଼ିଲେ ଓଡ଼ିଆ ବୋହୂ, ବାଃ ବାଃ କରିବାକୁ ଲାଗିଲେ ୟୁଜର।: ଦେଖନ୍ତୁ ଭିଡ଼ିଓ

ଅନେକ ସମୟରେ ଆପଣ ନାରୀ ନିର୍ଯ୍ୟାତନା ହେଉଥିବାର ଦେଖିଥିବେ। ସମାଜରେ ନାରୀମାନଙ୍କ ପ୍ରତି ଅତ୍ୟାଚାର ଏବଂ ଦୁର୍ବ୍ୟବହାର ବଢ଼ିବାରେ ଲାଗିଛି। ନାରୀ ମାନଙ୍କ ଉପରେ ଚାପ ପକେଇ ତାଙ୍କୁ ଦଳିତ ହିସାବରେ ରଖିବାକୁ ଚାହୁଁଛି ଏହି ପୁରୁଷ କେନ୍ଦ୍ରିକ ସମାଜ। ନାରୀର ସଫଳତା ବାଟରେ କଣ୍ଟା ସାଜି ସଫଳତା ପାଖରେ ପହଞ୍ଚିବା ପୂର୍ବରୁ ତା’ର ସ୍ବପ୍ନ କୁ ବାଟରେ ମାରିଦିଏ ଏହି ପୁରୁଷ। ଯଦି ନାରୀ ଘର ବାହାରକୁ ଗୋଡ଼ ବାହାର କରେ ତେବେ ସମାଜରେ ନିନ୍ଦା କରାଯାଇଥାଏ। ନାରୀକୁ ସର୍ବଦା ଘରର ଚାରି କାନ୍ଥ ଭିତରେ ରହିବାକୁ ପଡିଥାଏ।

ବର୍ତ୍ତମାନ ସମୟରେ ନାରୀ ପୁରୁଷ ସମକକ୍ଷ ହେବାକୁ ଆପ୍ରାଣ ଉଦ୍ୟମ କରିବାକୁ ପ୍ରଚେଷ୍ଟା କରୁଛି। ଆଜିର ପୁରୁଷ କେନ୍ଦ୍ରିକ ସମାଜରେ ନାରୀ ମଧ୍ୟ ତା’ର ପ୍ରତିଭା ଦେଖେଇବାରେ ଲାଗିଲାଣି। ଶିକ୍ଷା କ୍ଷେତ୍ରରେ ହେଉ ଅବା ଅନ୍ୟ କୌଣସି ବୈଷୟିକ କ୍ଷେତ୍ରରେ ହେଉ ବର୍ତ୍ତମାନ ନାରୀ ନିଜ ଦକ୍ଷତାକୁ ଲୋକ ଲୋଚନକୁ ଆଣିବକୁ ଚେଷ୍ଟା କରୁଛି। ତେବେ ସେଥିପାଇଁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ହାର ମାନୁ ନାହିଁ। ସୋସିଆଲ ମିଡ଼ିଆରେ ମଧ୍ୟ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ତେବେ ଆପଣ ପୁରୁଷ ମାନଙ୍କୁ ଘୋଡାରେ ଚଢି ଯୁଦ୍ଧ କ୍ଷେତ୍ରକୁ ଯାଇ ଯୁଦ୍ଧ କରିବାର ଦେଖିଥିବେ। କିନ୍ତୁ କଣ ଆପଣ କୌଣସି ଶାଢ଼ୀ ପିନ୍ଧିଥିବା ମହିଳାଙ୍କୁ ଘୋଡାରେ ଚଢ଼ିବାରେ ଦେଖିଛନ୍ତି। ଯଦି ଦେଖି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଭିଡ଼ିଓ ନେଇ ଆସିଛୁ ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କୁ ରାଣୀ ଲକ୍ଷ୍ମୀବାଈ ଙ୍କ କଥା ମନେ ପଡିଯିବ। ଝାନ୍ସି ରାଣୀ ଲକ୍ଷ୍ମୀବାଈ ନିଜ ଶତ୍ରୁକୁ ହରେଇବା ପାଇଁ ଘୋଡାରେ ଚଢି ରଣକ୍ଷେତ୍ରକୁ ଓହ୍ଲେଇଥିଲେ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଓଡ଼ିଆ ବୋହୂ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ଓ କାଚ ପିନ୍ଧି ଘୋଡ଼ ଉପରେ ବସି ଚାରି ଆଡ଼େ ଭ୍ରମଣ କରୁଛନ୍ତି। ତେବେ ସେ ଯେଉଁସ୍ଥାନକୁ ଘୋଡାରେ ବସି ଯାଉଥିଲେ ତେବେ ସେଠାରେ ନାରୀର ଆଉ ଏକ ରୂପ ଦେଖି ଆଶ୍ଚର୍ଯ୍ୟ ହେଉ ଯାଉଥିଲେ। ମହିଳା ଜଣକ ଅତି ସୁନ୍ଦର ଭାବରେ ଘୋଡାକୁ ନିଜ ନିୟନ୍ତ୍ରଣ ରେ ରଖିଥିଲେ। ସେ ଯେଉଁ ଦିଗକୁ ଯିବାକୁ ଚାହୁଁଥିଲେ ଘୋଡା ସେହି ଦିଗକୁ ଯାଉଥିଲା

ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ପୋଷ୍ଟ କରିବା ପରେ ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଲୋକମାନେ ଏହି ଭିଡ଼ିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। କେବଳ ସେତିକି ନୁହେଁ ଏହି ଭିଡ଼ିଓକୁ ଜଣେ ଆଉ ଜଣଙ୍କ ପାଖକୁ ସେୟାର କରୁଛନ୍ତି। କେବଳ ସେତିକି ନୁହେଁ ୟୁଜର ମାନେ ନିଜେ ନିଜର ମତ ମଧ୍ୟ ରଖିଛନ୍ତି। ଏହି ଭିଡ଼ିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଯଦି ଆପଣ ଦେଖି ନାହାନ୍ତି ତେବେ ଦେଖନ୍ତୁ ଏହି ଭିଡ଼ିଓ।

Leave a Reply

Your email address will not be published. Required fields are marked *