ହ୍ୟୁମାନଙ୍କ ମାଁ କହିଲେ ମୋ ବୋହୁ ସାଙ୍ଘାତିକ ମଦ ପିଏ ।

ଏବେ ଷ୍ଟାର ଘର କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ଆଉ ଏହାରି ଭିତରେ ହ୍ୟୁମାନଙ୍କ ନାମରେ ତାଙ୍କ ପତ୍ନୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ତ ଆପଣ ମାନଙ୍କୁ ବେଶ ଭଲ ଭାବରେ ଜଣା ଥିବ । ହ୍ୟୁମାନଙ୍କ ସ୍ତ୍ରୀ ଶ୍ରେୟା ହ୍ୟୁମାନଙ୍କ ନାମରେ ଅଭିଯୋଗ ଆଣିଥିଲେ କି ହ୍ୟୁମାନ ତାଙ୍କୁ ମଦ ପିଇ ବହୁତ ପିଟନ୍ତି । ଏଭଳି ଅଭିଯୋଗ ଭିତରେ ହ୍ୟୁମାନଙ୍କ ମା ଆଜି ଗଣମାଧ୍ୟମ ସାମ୍ନାରେ ଏଭଳି କିଛି ବୟାନ ରଖିଛନ୍ତି ଯାହା ଶୁଣିବା ପରେ ଘଟଣା ଆଉ ଏକ ଭିନ୍ନ ମୋଡ଼ ନେଇଛି ।

ତେବେ ଆସନ୍ତୁ ନଜର ପକାଇବା ହ୍ୟୁମାନଙ୍କ ମା କେଉଁ ଅଭିଯୋଗ ଆଣିଛନ୍ତି । ହ୍ୟୁମାନଙ୍କ ମା କହିଛନ୍ତି ତାଙ୍କ ବୋହୁ ମାନେ ହ୍ୟୁମାନଙ୍କ ପତ୍ନୀ ସବୁବେଳେ ମଦ ନିଶାରେ ଚୁର ରହିଥାନ୍ତି । ମଦ ପିଇ ହ୍ୟୁମାନଙ୍କ ପତ୍ନୀ ସବୁବେଳେ ଘରେ ବିଶୃଙ୍ଖଳା ସୃଷ୍ଟି କରନ୍ତି । ହ୍ୟୁମାନଙ୍କ ଶାଶୁ ଶଶୁର ଓ ତାଙ୍କ ଗାଡି ଡ୍ରାଇଭର ମିଶି ହ୍ୟୁମାନଙ୍କୁ ମଦ ପିଇବା ଶିଖାଇଛନ୍ତି । ହ୍ୟୁମାନ ପୂର୍ବରୁ ମଦ ପିଉନଥିଲେ ହେଲେ ଯେବେ ପରଠାରୁ ହ୍ୟୁମାନ ଶ୍ରେୟାଙ୍କ ହାତ ଧରିଛନ୍ତି ସେବେ ଠାରୁ ସେ ମଦ ସେବନ କରିଛନ୍ତି ।

ହ୍ୟୁମାନ ତାଙ୍କ ପତ୍ନୀ ଶ୍ରେୟାଙ୍କୁ ଖୁବ ଭଲ ପାଆନ୍ତି ବୋଲି ମଧ୍ୟ ତାଙ୍କ ମା କହିଛନ୍ତି । ଏକ ରିଆଲିଟ ସୋରେ ଦୁହିଁଙ୍କ ଦେଖା ସାକ୍ଷାତ ହୋଇଥିଲା । ଆଉ ସେହିଠାରୁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି ହୋଇଥିଲା । ଏବଂ ଭଲ ପାଇବା ପରେ ବିବାହର ରୂପ ନେଇଥିଲା । ଆଉ ବିବାହର ଅନେକ ବର୍ଷ ପୁଅ ବୋହୂ ଠିକ ଭାବେ ଚାଲୁଥିବା ବେଳେ ଏଇ କିଛି ଦିନ ହେବ ବୋହୁଙ୍କ ବାପ ଘର ଲୋକେ ବୋହୂକୁ ଶିଖାଇ ନଷ୍ଟ କରିଦେଇଛନ୍ତି ।

ତେବେ ବୋହୁ ଯେଉଁ ସବୁ ଅଭିଯୋଗ ଆଣିଛି ତାହା ସମ୍ପୂର୍ଣ୍ଣ ମିଛ ସେ ଅଭିଯୋଗରେ କୌଣସି ସତ୍ୟତା ନାହିଁ । ହ୍ୟୁମାନଙ୍କ ମାଙ୍କ କହିବା ଅନୁଯାୟୀ ବିବାହର ପାଞ୍ଚ ବର୍ଷ ଭିତରେ ସେ କେବେ ହେଲେ ମଧ୍ୟ ବୋହୁଙ୍କୁ ଧର୍ମ ପରିବର୍ତ୍ତନ କାରିବାକୁ କହି ନାହାଁନ୍ତି। ବୋହୁ ଯେଉଁ ସବୁ ଅଭିଯୋଗ ତାଙ୍କ ନାମରେ ଆଣିଛି ତାହା ସମ୍ପୂର୍ଣ୍ଣ ମିଛ । ସେଥିରେ କୌଣସି ସତ୍ୟତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ତେବେ କେବଳ ଏତିକି ନୁହେଁ ବୋହୁ ମଦ ପିଇ ଘରର କୌଣସି କାର୍ଯ୍ୟ କରନ୍ତି ନାହିଁ । ବୋହୂର ପରିବାର ଲୋକେ ଆଠ ଦିନରେ ଥରେ ଆସନ୍ତି । ଆଉ ମୋ ଘରେ ବସି ପ୍ରଚୁର ମଦ ମଧ୍ୟ ପିଅନ୍ତି । ସେ କାହାକୁ ହେଲେ ମଧ୍ୟ ଖାତିର କରନ୍ତି ନାହିଁ । ଶାଶୁ ଘରେ ଶାଶୁ ଶଶୁର ଅଛନ୍ତି ବୋଲି ମଧ୍ୟ ତାଙ୍କର ଖାତିର ନଥାଏ । ସେପଟେ ଯେତେବେଳେ ହ୍ୟୁମାନଙ୍କ ମାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ କି ହ୍ୟୁମାନ ଶ୍ରେୟାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଶ୍ରେୟା ଅଭିଯୋଗ କରିଛନ୍ତି ଏହି ଅଭିଯୋଗ ରେ କେତେ ସତ୍ୟତା ଅଛି ?

ହ୍ୟୁମାନଙ୍କ ମା ଏହାର ଉତ୍ତର ଦେବାକୁ ଯାଇ କହିଛନ୍ତି ଏହା ସମ୍ପୃନ ରୂପେ ମିଥ୍ୟା ଆରୋପ । ହ୍ୟୁମାନ କେବେ ହେଲେ ମଧ୍ୟ ମଦ ପିଉନଥିଲା ଶ୍ରେୟାଙ୍କ ପରିବାର ଲୋକେ ତାକୁ ନିଶା ଶିଖାଇଛନ୍ତି । ଆଉ ଏବେ ମୋ ପୁଅ ନାଁରେ ମିଛ ଆରୋପ ଲଗାଉଛନ୍ତି ।

ମୋ ବୋହୁ ଯେଉଁ ସବୁ ଅଭିଯୋଗ ଆଣିଛି ସେଥିରେ କୌଣସି ସତ୍ୟତା ନାହିଁ । ମୋ ପୁଅ ମୋ ବୋହୁ ନାଁରେ ଗାଡି କିଣିଛି । ଜାଗା ମଧ୍ୟ ମୋ ବୋହୁ ନାଁରେ କିଣା ଯାଇଛି ହ୍ୟୁମାନ ତାଙ୍କୁ କେବେ ଟଙ୍କା ମାଗି ନାହିଁ । ତେବେ ଆଜି ଥାନାରେ ହ୍ୟୁମାନ ଆଉ ଶ୍ରେୟା ସାମ୍ନା ସାମ୍ନୀ ହୋଇଥିବା ବେଳେ ଦୁହେଁ ଦୁହିଁଙ୍କ ନାମରେ ଅନେକ ଆରୋପ ଲଗାଇ ଥିଲେ । ତେବେ ଆଜି ସେମାନଙ୍କ କାଉନସେଲିଂ ଥିବା ବେଳେ ଉଭୟ ,ଉଭୟ ପରିବାର ଲୋକଙ୍କ ସାଥିରେ ଥାନାରେ ପହଞ୍ଚିଥିଲେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଏହି ଘଟଣା କେଉଁ ମୋଡ଼ ନେଉଛି ।

Leave a Reply

Your email address will not be published. Required fields are marked *