ହ୍ୟୁମାନ କହିଲେ ବାର୍ଥରୁମକୁ ଆସ ସବୁ ଜାଣିବ ।

ପତ୍ନୀଙ୍କ ଅଭିଯୋଗ ପରେ ଆଜି ଥାନାରେ ହାଜର ହୋଇଥିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କୁ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ । ଆଉ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ବଣରେ ହ୍ୟୁମାନ କହିଥିଲେ କି ମୁଁ କଣ କରୁଛି କଣ ନାଇଁ ମୋ ସହ ମୋ ବାର୍ଥରୁମ ଭିତରକୁ ଚାଲ ତା ପରେ ଦେଖିବ ।

ଗତକାଲି ଠାରୁ ପାରିବାରିକ ବିବାଦରେ ଛନ୍ଦିହୋଇଥିବା ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବା ନେଇ ବେଶ ଚର୍ଚ୍ଚା ହେଉଛି । ହ୍ୟୁମାନଙ୍କ ପତ୍ନୀ ଏଭଳି କିଛି ଅଭିଯୋଗ ଆଣିବା ପରେ ଏବେ ଚାରି ଆଡ଼େ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ହ୍ୟୁମାନ ତାଙ୍କ ପତ୍ନୀ ଆଜି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ହ୍ୟୁମାନ କହିଛନ୍ତି ତାଙ୍କ ପତ୍ନୀ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ।

ହ୍ୟୁମାନଙ୍କ କହିବା ଅନୁଯାୟୀ ନା ହ୍ୟୁମାନ ତାଙ୍କ ଗଳା ଚିପିବାକୁ ଉଦ୍ୟମ କରିଛନ୍ତି ନା ହିଁ ହ୍ୟୁମାନ ତାଙ୍କ ପତ୍ନୀଙ୍କ ବାପାଙ୍କ ଘରକୁ ୧୦ ଲକ୍ଷ ଟଙ୍କା ମାଗିଛନ୍ତି । ହ୍ୟୁମାନ କହିଛନ୍ତି କି ତାଙ୍କୁ ଦଶ ଲକ୍ଷ ଲୋକ ଭଲ ପାଆନ୍ତି ତାହା ତାଙ୍କ ପାଇଁ ବହୁତ ତାଙ୍କର ଦଶ ଲକ୍ଷ ଟଙ୍କା ଉପରେ ଆଦୌ ଲୋଭ ନାହିଁ ।

ତେବେ ଏପରି କିଛି ହ୍ୟୁମାନ କହିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ଯେତେବେଳେ ଗୁଡେଇ ତୁଡେଇ ଅନେକ ପ୍ରଶ୍ନ ପଚାରିଥିଲେ ସେହି ସମୟରେ ହ୍ୟୁମାନ ଏକ ଦମ ବିଗିଡି ଯାଇଥିଲେ । ଆଉ ଏହା ପରେ ହ୍ୟୁମାନ କହିଥିଲେ କି ମୁଁ କଣ କରୁଛି କଣ ନାହିଁ ଆସ ମୋ ବାର୍ଥରୁମ ଦେଖିଯିବ । ତେବେ ସେପଟେ ଆଜି ଦୁଇ ପରିବାର ଲୋକଙ୍କ ସାଥିରେ ଥାନାରେ ପହଞ୍ଚିଥିଲେ ହ୍ୟୁମାନ ଓ ତାଙ୍କ ପତ୍ନୀ ।

ଉଭୟ ପକ୍ଷଙ୍କୁ ଅନେକ ସମୟ ଧରି ପଚରା ଉଚୁରା କରାଯାଇଥିଲା । ମାତ୍ର ଘଟଣାର ଶେଷରେ ଉଭୟ ପରିବାର ଲୋକେ ଉଭୟଙ୍କ ଉପରେ ଦୋଷ ଲଦା ଲଦି ହୋଇଥିଲେ । ହ୍ୟୁମାନଙ୍କ ମା କହିଥିଲେ ବୋହୁ ଖରାପ ପୁଅକୁ ନଷ୍ଟ କରିଦେଲା । ବୋହୁ ମଦ ପିଇ ଘରେ ଅସାନ୍ତି ସୃଷ୍ଟି କଲା । ଆଉ ଶେଷରେ ପୁଅ ନାମରେ ମିଥ୍ୟା ଆରୋପ ଆଣିଲା ।

ହେଲେ ସେପଟେ ୱେୟାଙ୍କ ବାପାଙ୍କ କହିବା ଅନୁଯାୟୀ ଜ୍ବାଇଁ ହ୍ୟୁମାନ ସାଗର ବିବାହ ପରଠାରୁ ଶଶୁର ଘର ଲୋକଙ୍କୁ ଟଙ୍କା ମାଗୁଥିଲେ । ଆଉ ଟଙ୍କା ନ ଦେଲେ ଝିଅର ତଣ୍ଟି ମଧ୍ୟ ଚିପିବାକୁ ପଛାଉ ନଥିଲେ । କେବଳ ଏତିକି ନୁହେଁ ପିଲା ଜନ୍ମ ହେବା ପରଠାରୁ ହ୍ୟୁମାନ ତାଙ୍କ ଝିଅଙ୍କୁ ଅବହେଳା କରି ଆସୁଥିଲେ । ଆଉ ବାରମ୍ବାର ଧର୍ମ ପରିବର୍ତ୍ତନ କରିବା ପାଇଁ ଚାହୁଁଥିଲେ ।

ହେଲେ ଯେତେବେଳେ ଶ୍ରେୟା ହ୍ୟୁମାନଙ୍କ କଥାରେ ରାଜି ହୋଇନଥିଲେ ସେତେବେଳେ ହ୍ୟୁମାନ ତାଙ୍କୁ ମଦ ପିଇ ବହୁତ ପିଟୁଥିଲେ । ଯେତେବେଳେ ନିର୍ଯ୍ୟାତନା ଅସହ୍ୟ ହେଲା ସେତେବେଳେ ଶ୍ରେୟା ବାଧ୍ୟ ହୋଇ ଶାଶୁ ଘର ଛାଡ଼ି ବାପାଙ୍କ ଘରକୁ ଚାଲିଯାଇଥିଲେ । ଆଉ ଏହା ପରେ ହ୍ୟୁମାନଙ୍କ ସ୍ୱଭାବରେ କୌଣସି ପରିବର୍ତ୍ତନ ନ ହେବାରୁ ଶେଷରେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ତେବେ ଡିସିପିଙ୍କ ନିର୍ଦେଶ ଅନୁସାରେ ଆଜି ଦୁହିଁଙ୍କୁ କାଉନସେଲିଂ କରାଯାଇଛି । ତେବେ ଆଗକୁ ସମୟ କହିବ ଦୁହେଁ ଏକାଠି ହେଉଛନ୍ତି କି ନାହିଁ। ସମୟ କହିବ ଦୁହିଁଙ୍କ ଘଟଣାର ସମାଧାନ ହେଉଛି କି ନାହିଁ । ତେବେ କିନ୍ତୁ ଏହି ଘଟଣା ଉପରେ ସାରା ଓଡିଶା ବାସୀଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *