ନିଜ କେଶ ଲଢ଼ିବେ ନିଜେ ଅର୍ଚନା, ନିଜ ପାଇଁ ଅଣ୍ଟା ଭିଡ଼ିଲେ ନିଜେ ଅର୍ଚ୍ଚନା….

ସୁନ୍ଦରୀ ଅର୍ଚ୍ଚନା ନାଗ ଏଥର ଅଣ୍ଟା ଭିଡିଛନ୍ତି ନିଜ କେଶ ଲଢ଼ିବାକୁ । ନିଜେ ପଢିବେ ଆଉ ନିଜେ ଲଢ଼ିବେ । କୁହାଯାଉଥିଲା କି ସୁନ୍ଦରୀ ଅର୍ଚ୍ଚନା କୁଆଡେ ବ୍ଲାକ ମେଲିଙ୍ଗ କରି ଯେଉଁ ଅର୍ଥ ଉପାର୍ଜନ କରିଥିଲେ ସେଥିରେ ବିଶାଳ କାୟ ଘର ବନାଇ ଥିଲେ । ଆଉ ଏହା ପରେ ଅର୍ଚ୍ଚନାଙ୍କ ନାମରେ ଅଭିଯୋଗ ପରେ ଅଭିଯୋଗର ଲମ୍ବା ଫର୍ଦ୍ଦ ଯୋଡି ହୋଇଥିଲା।

ଆଉ ଯେଉଁଥି ପାଇଁ ଅର୍ଚ୍ଚନା ଏବେ ଜେଲ ଭିତରେ ଥିବା ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା ଅଛି । ହେଲେ ଏବେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି କି ନିଜ କେଶ ବର୍ତ୍ତମାନ ନିଜେ ଲଢ଼ିବେ ସୁନ୍ଦରୀ ଅର୍ଚ୍ଚନା । ଅର୍ଚ୍ଚନା ଜେଲ ଭିତରେ ରହିବା ଦିନ ଠାରୁ ଅନେକ ଚେଷ୍ଟା କରିଥିଲେ ଜେଲ ହାଜତ ଭିତରୁ ମୁକୁଳିବା ପାଇଁ । ହେଲେ ଅର୍ଚ୍ଚନା ଯେତେ ଥର ଜାମିନ ପାଇଁ ଆବେଦନ କରିଥିଲେ ସେତେଥର ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା । ଆଉ ଅର୍ଚ୍ଚନାଙ୍କ ଜେଲ ଭିତରୁ ମୁକୁଳିବା ଆଶା ଧୀରେ ଧୀରେ ମଉଳି ଯିବାରେ ଲାଗିଥିଲା ।

ଏହାରି ଭିତରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯିବାକୁ ଅନେକ ଦିନ ବିତିଗଲାଣି। ଆଉ ଜେଲ ଭିତରେ ଗୋଟେ ଦିନ ଅର୍ଚ୍ଚନାଙ୍କ ପାଇଁ ଗୋଟେ ଯୁଗ ଭଳି ଲାଗୁଛି । ପୁଅ କଥା ମନେ ପଡିଲେ କୁଆଡେ ଅର୍ଚ୍ଚନାଙ୍କ ହୃଦୟ କୋହରେ ଫାଟି ପଡୁଛି । କେମିତି ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବେ ସେ ନେଇ ଅର୍ଚ୍ଚନା ସବୁବେଳେ କୁଆଡେ ଚିନ୍ତା କରୁଛନ୍ତି । କେବଳ ଅର୍ଚ୍ଚନା ନୁହନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ମଧ୍ୟ ଜେଲ ଭିତରେ ଥାଇ ଦିନ ଗଣୁଛନ୍ତି କେବେ ଆସିବ ସେହି ଦିନ ଯେବେ ଅର୍ଚ୍ଚନା ନାଗ ଆଉ ଜଗବନ୍ଧୁ ଚାନ୍ଦଙ୍କୁ ଜେଲ ଭିତରୁ ମୁକ୍ତି ମିଳିବ ।

ତେବେ ଏହି ସବୁ ଭିତରେ ସମସ୍ତଙ୍କ ଉପରୁ ଭରସା ହଟି ଯିବା ପରେ ଏବେ ନିଜ ପାଇଁ ନିଜେ ଆଗେଇ ଆସିଛନ୍ତି ଅର୍ଚ୍ଚନା । ଆଉ ନୁହେଁ ସେ ଜେଲର ଅନ୍ଧାର କୋଠରୀ ଅର୍ଚ୍ଚନାଙ୍କୁ ଅଣନିଶ୍ୱାସୀ କରି ସାରିଲାଣି । ଆଉ ନୁହେଁ ଏଥର ସେ ନିଜ ପାଇଁ ଲଢ଼ିବେ ଆଉ ନିଜକୁ ନିର୍ଦୋଷ ବୋଲି ପ୍ରମାଣ କରିବେ ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପାଠ ପଢିବେ ପରୀକ୍ଷା ଦେବେ ଆଉ ଓକିଲ ହୋଇ ନିଜ କେଶ ନିଜେ ଲଢ଼ିବେ । ଆଉ ଯେତେବେଳେ ଅର୍ଚ୍ଚନା ନାଗ ନିଜ କେଶ ନିଜେ ଲଢ଼ିବେ ସେତେବେଳେ ସବୁ ବଡ଼ ବଡ଼ିଆ ଲୋକଙ୍କ ମୁଖା ଖୋଲିବେ । କାରଣ ମଜା ନେଲା ବେଲକୁ ସମସ୍ତେ ମଜା ନେଉଥିଲେ ହେଲେ ସଜା କେବଳ ଅର୍ଚ୍ଚନାଙ୍କୁ ଭୋଗିଭାକୁ ପଡିଲା ।

ପୂର୍ବରୁ କେତେ ନେତା ମନ୍ତ୍ରୀ ମାନଙ୍କ ସହ ତାଙ୍କର ଭାବ ଥିଲା ପୂର୍ବରୁ କେତେ ନେତା ମନ୍ତ୍ରୀ ମାନେ ତାଙ୍କ ସହ ଖୁସିରେ ଖୁସିରେ ସମୟ କଟୁଥିଲେ ହେଲେ ଏବେ ଅର୍ଚ୍ଚନା ଜେଲ ଭୋଗୁଥିବା ବେଳେ ସମସ୍ତେ ନିଜକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଛନ୍ତି । ହେଲେ ଅର୍ଚ୍ଚନା କିନ୍ତୁ ଏବେ ରାଗ ମୁଖା ହୋଇ ଯାଇଛନ୍ତି କାହାକୁ ସେ ଆଉ ଛାଡିବେ ନାହିଁ ।

ଥରେ ଖାଲି ସେ ଓକିଲ ହୋଇ ଯାଆନ୍ତୁ । ତା ପରେ ଦେଖିବେ କିପରି ଗୋଟି ଗୋଟି କରି ନେତା ମନ୍ତ୍ରୀ ମାନଙ୍କ ମୁଖା ଖୋଲିବେ ଅର୍ଚ୍ଚନା ନାଗ । ଗୋଟି ଗୋଟି କରି ପ୍ରତିଶୋଧ ନେବେ । ଆଉ ସମସ୍ତଙ୍କୁ ଜେଲ ପଠାଇବେ । ଏମିତି କିଛି କହିଛନ୍ତି ଅର୍ଚ୍ଚନା ନାଗ । ତେବେ ଅନେକ ଦିନ ହେଲାଣି ଜେଲ ଭିତରେ ରହି ରହି ଅର୍ଚ୍ଚନା ଏବେ ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିବାକୁ ଚେଷ୍ଟା କରୁଥିବା ବେଳେ ସମୟ କହିବ ଅର୍ଚ୍ଚନା କେବେ ଜେଲ ଭିତରୁ ବାହାରକୁ ଆସିବେ । ଆଉ କେବେ ନେତା ମନ୍ତ୍ରୀ ମାନଙ୍କ ମୁହଁ ଖୋଲି ନିଜକୁ ନିର୍ଦୋଷ ବୋଲି ପ୍ରମାଣ କରିବେ । ଏହା କେବଳ ସମୟ ହିଁ କହି ପାରିବ।

Leave a Reply

Your email address will not be published. Required fields are marked *