ହୀରାକୁଦରେ ବଢୁଛି ଜଳ ସ୍ତର ଆଉ ସମ୍ଭାଳି ହେବନି, ବର୍ତ୍ତମାନ ୩୦ ଟି ଗେଟ ଖୋଲିବ ! ।

ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଛି କହିଲେ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ଆଉ ଏହି ଘଟଣା ବର୍ତ୍ତମାନ ସତ୍ୟ ଅଟେ । କାରଣ ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ହୀରାକୁଦର ଜଳସ୍ତର ବାସ୍ତବରେ ବୃଦ୍ଧି ପାଇଛି । ପୁଣି ଆଗାମୀ ସମୟରେ ଆହୁରି ବୃଦ୍ଧି ହେବାର ଆଶଙ୍କା ରହିଛି । ଯେଉଁ କାରଣରୁ ବର୍ତ୍ତମାନ ୨୦ ଟି ଗେଟ ଏବଂ ପରେ ୩୦ ଗେଟ ଖୋଲିପାରେ ବୋଲି ହୀରାକୁଦ କର୍ତ୍ତୃପକ୍ଷ ସତର୍କ ସୂଚନା ଦେଇଛନ୍ତି । ଯାହାକି ହୀରାକୁଦ ପାଇଁ ଘୋର ବିପଦ ଅଟେ । ବର୍ତ୍ତମାନ ହୀରାକୁଦରେ ୩୦୦ ରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଛତିଶଗଡ଼ ତାର ସବୁ ଗେଟ ଖୋଲିବା ପରେ ବର୍ତ୍ତମାନ ହୀରାକୁଦ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଯାଇଛି । ବର୍ତ୍ତମାନ ସମୟରେ କହିବାକୁ ଗଲେ ହୀରାକୁଦରେ ୬୨୨ ଫୁଟର ଜଳସ୍ତର ରହିଛି । ଯାହାକି ଆଗକୁ ଆହୁରି ଅଧିକ ବୃଦ୍ଧି ପାଇବ । ତେଣୁ ଆଗକୁ ଆହୁରି ଗେଟ ଖୋଲିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ସମଗ୍ର ରାଜ୍ୟରେ ବନ୍ୟା ସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ହୀରାକୁଦରେ ବନ୍ୟା ପାଣି ବଢ଼ିବାରେ ଲାଗିଛି । ଯାହାକି ଓଡ଼ିଶା ପାଇଁ ଘୋର ବିପଦ ଅଟେ । ପ୍ରତି ସେକେଣ୍ଡରେ ଜଳ ସ୍ତର ବୃଦ୍ଧି ଲୋକଙ୍କ ମନକୁ ଭୟଭୀତ କରି ପକାଇଛି ।

ହୀରାକୁଦର ବର୍ତ୍ତମାନ ଜଳସ୍ତର ୬୨୧.୯୫ ଫୁଟ ଏବଂ ୨୦ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦରେ ବର୍ତ୍ତମାନ ସମୟରେ ୩,୮୮,୯୩୧ କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ୩,୫୫,୭୯୩ କ୍ୟୁସେକ ବନ୍ୟା ଜଳ ନିଷ୍କାସିତ ହେଉଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁଣ୍ଡୁଳିରେ ୨,୬୧,୫୦୦ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ସେତେ ବଡ଼ ବିପଦ ନାହିଁ ମାତ୍ର ଆଗକୁ ଅଧିକ ବର୍ଷା ହେଲେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ । ଯଦି ଛତିଶଗଡ଼ ଆଗକୁ ତାର ଗେଟ ବନ୍ଦ କରିଦିଏ ତେବେ ହୀରାକୁଦ ମଧ୍ୟ ତାର ଗେଟ ବନ୍ଦ କରିଦେବ ।

Leave a Reply

Your email address will not be published. Required fields are marked *