ହାଓଡ଼ା ବ୍ରିଜର ବଡ଼ ରହସ୍ୟ । କାହିଁକି ରାତି ୧୨.୩୦ ପରେ ହୋଇଯାଏ ବନ୍ଦ ?

ଭାରତରେ ହାଓଡ଼ା ବ୍ରିଜ ନାମ ହିଁ ଏକ ରହସ୍ୟ ଅଟେ । କାରଣ ସାରା ଦେଶର ଲୋକେ ଏହି ବ୍ରିଜକୁ ନେଇ ଏଥିପାଇଁ ଆଶ୍ଚର୍ଯ୍ୟ ହୁଅନ୍ତି କାରଣ ଏହି ବ୍ରିଜ ଦୀର୍ଘ ବର୍ଷ ହେବ ବିନା କୌଣସି ପିଲର କିମ୍ବା ନୋଟରେ ତିଷ୍ଠି ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଏକ ସାଧାରଣ କଥା ଅଟେ । ପୁଣି କୋଲକାତାର ହାଓଡ଼ା ବ୍ରିଜକୁ ନେଇ ଏହି କଥା ଶୁଣିବାକୁ ମିଳିଥାଏ ଯେ ଏହି ବ୍ରିଜ ରାତି ୧୨.୩୦ ପରେ ବନ୍ଦ ହୋଇଯାଏ । ଯାହା ଆହୁରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । କେହି କେହି ଅନୁମାନ କରନ୍ତି ଯେ ଏହାକୁ ନେଇ ନିଶ୍ଚିତ ଭାବରେ କିଛି ରହସ୍ୟ ରହିଛି । କାରଣ ବ୍ରିଟିଶ ଶାସନ ସମୟରୁ ହିଁ ଏହି ବ୍ରିଜ ତିଆରି ହୋଇଥିଲା ।

ଏଭଳି ମଧ୍ୟ ଶୁଣିବାକୁ ମିଳିଥାଏ ଯେ ରାତି ୧୨ ପରେ ଏହି ବ୍ରିଜ ଉପରୁ କୌଣସି ମହିଳାର କାନ୍ଦିବାର ବିକଟାଳ ଶବ୍ଦ ଶୁଣିବାକୁ ମିଳିଥାଏ । କିନ୍ତୁ ଏହାକୁ ଆଜି ଯାଏଁ କେହିବି ଜାଣି ପାରି ନାହାଁନ୍ତି କିମ୍ବା କେବଳ ଶବ୍ଦ ଶୁଣିବା ବ୍ୟତୀତ କୌଣସି ମହିଳାଙ୍କୁ କେହିବି ଦେଖି ନାହାଁନ୍ତି । କୋଲକାତାର ଲୋକଙ୍କ ଅନୁଯାୟୀ ଏହି ବ୍ରିଜ ତିଆରି ସମୟରେ କୁଆଡ଼େ ହଜାର ହଜାର ନର ବଳି ଦିଆଯାଇଥିଲା । ତେଣୁ ବର୍ତ୍ତମାନ ସୁଦ୍ଧା ସେହି ବ୍ରିଜ ଥିବାରୁ ସେଠାରେ ହଜାର ହଜାର ଲୋକଙ୍କ ଆତ୍ମା ମଧ୍ୟ ଏବେ ସୁଦ୍ଧା ଘୁରି ବୁଲୁଛି । କୁହାଯାଏ ଯେ ମଣିଷର ରକ୍ତ ମାଂସ ହାଡ଼ରେ ଏହି ବ୍ରିଜ ତିଆରି ହୋଇଛି ।

ଏମିତିକି ଏହି ହାଓଡ଼ା ବ୍ରିଜର ଏକ ଚାବି ରହିଛି ଯାହାକି ଭାରତରେ ନାହିଁ । ଇଂରେଜ ମାନେ ସେହି ଚାବିକୁ ନେଇ ଯାଇଥିଲେ । ଯାହା ବର୍ତ୍ତମାନ ମଧ୍ୟ ସେମାନଙ୍କ ପାଖରେ ରହିଛି । ଏହି ଚାବି ଦ୍ୱାରା ଏହି ବ୍ରିଜ ଖୋଲା ଯାଇ ପାରିବ । ବଡ଼ ବଡ଼ ଜାହାଜ ଯିବା ସମୟରେ ଏହି ବ୍ରିଜକୁ ଖୋଲିବା ପାଇଁ ମଧ୍ୟ କରାଯାଇଥିଲା । ହାଓଡ଼ା ମଧ୍ୟରେ ଥିବା ହୁଗୁଳି ନଦୀ ପାଇଁ ଲୋକମାନେ ଯିବା ଆସିବା କରିପାରୁ ନଥିଲେ । ଯେଉଁ କାରଣରୁ ଲୋକଙ୍କ ସୁବିଧା ପାଇଁ ଏହି ବ୍ରିଜ ନିର୍ମାଣ କରାଯାଇଥିଲା । ଏହି ବ୍ରିଜର ପିଲର ନହେବାର କାରଣ ହେଉଛି ଯେ , ଜାହାଜ ଯିବା ଆସିବା ସମୟରେ ଯେପରି କୌଣସି ଅସୁବିଧା ନହୁଏ ।

୨୮୦ ଫୁଟର ଦୁଇଟି ସ୍ତମ୍ଭ ଉପରେ ବ୍ରିଜଟି ଛିଡ଼ା ହୋଇଛି । ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିବାରୁ ତାହାକୁ ବିନା ଉଦ୍ଘାଟନରେ କାର୍ଯ୍ୟକାରୀ କରାଯାଇଥିଲା । ସେତେବେଳେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ତିଆରି ହୋଇଥିବା ଏହି ବ୍ରିଜ ଏବେ ବିପଦରେ ପଡ଼ିଛି । ଲୋକଙ୍କର ପାନ ଏବଂ ଗୁଟଖାର ଛେପ ପଡ଼ି ମଧ୍ୟ ଏହା ନଷ୍ଟ ହେବାରେ ଲାଗିଛି । ଆରମ୍ଭରୁ ରବୀନ୍ଦ୍ର ସେତୁ ନାମରେ ଥିବା ଏହି ବ୍ରିଜ ବର୍ତ୍ତମାନ ମଧ୍ୟ ସେମିତି ରହିଛି । ଏବେବି ବିଶ୍ୱରେ ଏହାର ନାଁ ରହିଛି ।

Leave a Reply

Your email address will not be published. Required fields are marked *