ବିଶ୍ୱକପକୁ କରିଥିଲେ ଅସମ୍ମାନ । ଆଉ ଏବେ ନିଜ ଦେଶରେ ତିଳେ ହେଲେ ସମ୍ମାନ ନାହିଁ । ଅସମ୍ମାନିତ ହେଲେ ଅଷ୍ଟ୍ରେଲିଆ ଖେଳାଳି ।

ସାରା ଭାରତରେ ଏବଂ ପୁରା ବିଶ୍ୱରେ ବିଶ୍ୱକପ ୨୦୨୩ ର କ୍ରେଜ ରହିଥିଲା । ଆଉ ତାହା ବର୍ତ୍ତମାନ ଶେଷ ହୋଇଛି । ଅଷ୍ଟ୍ରେଲିଆ ଟିମ ଜବରଦସ୍ତ ପ୍ରଦର୍ଶନ କରି ୨୦୨୩ ୱାର୍ଲଡ଼ କପ ଟ୍ରଫି ନିଜ ନାମରେ କରିଛନ୍ତି । ତେବେ ଏହା ପ୍ରଥମଥର ନୁହେଁ । ଅଷ୍ଟ୍ରେଲିଆର ଏହା ଷଷ୍ଠ ୱାର୍ଲଡ଼ କପ ବିଜୟ । ଆଗରୁ ମଧ୍ୟ ଅଷ୍ଟ୍ରେଲିଆ ପାଞ୍ଚ ଥର ବିଶ୍ୱକପ ଜିତିଥିଲା ଏବଂ ବର୍ତ୍ତମାନ ଆଉଥରେ ଜିତି ଭାରତରେ ପ୍ରଶଂସା ସାଉଣ୍ଟିବା ସହିତ ନିଜ ଦେଶକୁ ଫେରିଛି । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଅଷ୍ଟ୍ରେଲିଆ ଖେଳାଳି ନିଜ ଦେଶରେ ଆଦୋୖ ସମ୍ମାନ ପାଇ ନାହାଁନ୍ତି । ଏମିତିକି ସେମାନେ ବସକୁ ଅପେକ୍ଷା କରିବା ପରେ ବସ ସୁଦ୍ଧା ଆସିଲା ନାହିଁ ।

ଏପଟେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ଼ ମଧ୍ୟ ସ୍ୱାଗତ କରିବାକୁ ଆସି ନଥିଲା । ବିଶ୍ୱକପ ବିଜେତାଙ୍କୁ ଅଷ୍ଟ୍ରେଲିଆରେ କିଛିବି ସ୍ୱାଗତ ନାହିଁ । ବିଶ୍ୱକପ ଜିତିବା ପରେ ବି ପରାଜିତ ଭଳି ନିଜ ଦେଶକୁ ଫେରିଲେ । ସାଧରଣ ଜନତା ମଧ୍ୟ ସ୍ୱାଗତ ପାଇଁ ଆସିଲେନି । ଅଧିନାୟକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଏକାଏକା ଘରକୁ ଗଲେ । ଯେଉଁ କାରଣରୁ ବର୍ତ୍ତମାନ କୁହାଯାଉଛି ଯେ ବିଶ୍ୱକପକୁ ଆସମ୍ମାନୀତ କରିଥିଲେ ଆଉ ବର୍ତ୍ତମାନ ଅସମ୍ମାନ ହେଲେ । ଚଳିତ ବିଶ୍ୱକପ ଜିତି ଅଷ୍ଟ୍ରେଲିଆ ଖେଳାଳି ଭାରତରେ ଯେତିକି ଖୁସି ହୋଇଥିଲେ ତାହା ନିଜ ଦେଶକୁ ଗଲା ପରେ ପୁରାପୁରି ମଉଳି ଯାଇଥିଲା ।

ଏୟାରପୋର୍ଟରେ ପହଞ୍ଚିବା ପରେ କିଛି ଖେଳ ସମ୍ବାଦିକ ମାନେ କେବଳ ତାଙ୍କର ଫୋଟ ଉଠାଇବା ପାଇଁ ସେଠାରେ ରହିଥିଲେ । ଅଧିନାୟକ ପ୍ୟାଟ କମିନ୍ସଙ୍କ ସମେତ କୌଣସି ଖେଳାଳିଙ୍କୁ କେହିବି ସ୍ୱାଗତ କରିବାକୁ ଆସି ନଥିଲେ । ଆଶ୍ଚର୍ଯ୍ୟ କଥା ଏହା ଯେ ଏୟାରପୋର୍ଟରେ ଥିବା ଅଷ୍ଟ୍ରେଲିଆର ସାଧାରଣ ଜନତା ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇ ନଥିଲେ ।

ଏହି କାରଣରୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଅଷ୍ଟ୍ରେଲିଆରେ କ୍ରିକେଟର ଆଦୋୖ ଚର୍ଚ୍ଚା ନାହିଁ । କିନ୍ତୁ ଭାରତ ବିଶ୍ୱକପ ଜିତିଥିଲେ ସ୍ୱାଗତ କିଛି ଅଲଗା ପ୍ରକାରର ହୋଇଥାନ୍ତା । କ୍ରିକେଟ ପ୍ରେମୀ ବାଣ ଫୁଟାଇ ବାଜା ବଜାଇ ଅଲଗା ପ୍ରକାରର ଶୁଭେଚ୍ଛା ଜଣାଇ ଥାନ୍ତେ । ଏମିତି ୨୦୧୧ ମସିହାରେ ମଧ୍ୟ ହୋଇଥିଲା । କାରଣ ଭାରତରେ କ୍ରିକେଟ ପ୍ରେମୀ କ୍ରିକେଟ ଖେଳକୁ ବହୁତ ସମ୍ମାନ ଦିଅନ୍ତି । ତେଣୁ କ୍ରିକେଟ ଖେଳାଳି ଭାରତରେ କେଉଁ ସେଲିବ୍ରିଟି ଠାରୁ କମ ନୁହଁନ୍ତି ।

Leave a Reply

Your email address will not be published. Required fields are marked *