ମଟନ କହି ଗାଆଁରେ ବିକୁଥିଲେ ଗୋମାଂସ , ଧରା ପଡ଼ି ଗଲେ ଜେଲ

ଦିନକୁ ଦିନ ଗୋ ଚାଲାଣ ବଢିବାରେ ଲାଗିଛି ଆଉ ଏହାର ଫାଇଦା ଉଠାଇ ଚାଲିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ବଢିବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯାହା ବିଷୟରେ ଆପଣ କେବେ କଳ୍ପନା କରିପାରିବେ ନାହିଁ । ଥରେ ଚିନ୍ତା କରନ୍ତୁ ତ ଯଦି ଆପଣ ଜଣେ ହିନ୍ଦୁ ଆଉ ଆପଣଙ୍କୁ କେହି ଜଣେ ଗୋମାଂସ ଖାଇବାକୁ ଦେଉଛନ୍ତି , ତେବେ ସେଠାରେ ଆପଣ କଣ କରିବେ ଆଉ ଆପଣଙ୍କ ପରିସ୍ଥିତି କଣ ହୋଇପାରେ ।

ତେବେ ଏପରି ଗୋମାଂସ ଜଣେ ନୁହେଁ , ଗୋଟିଏ ଗାଆଁର ଅନେକ ଲୋକ ଖାଇଛନ୍ତି , ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ଜଣେ ବ୍ୟକ୍ତି ମଟନ କହି କେଜି କେଜି ଗୋମାଂସ ଗୋଟିଏ ଗାଁରେ ବିକ୍ରି କରି ଦେଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ , ଆଗରୁ ଏପରି ଅନେକ ଥର ସେହି ଗାଁରେ ଗୋମାଂସ ବ୍ୟକ୍ତି ଜଣକ ବିକ୍ରି କରିଥିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଆଗରୁ କେହି ଏ ବିଷୟରେ ଜାଣି ପାରି ନଥିଲେ ଏବଂ ଏବେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ବୋଲି ଦେଖାଯାଉଛି ।

ତେବେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି , ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ଅନୁସାରେ , ମୟୂରଭଞ୍ଜ ଜିଲ୍ଲା କୁଲିଅନା ଥାନା ଅନ୍ତର୍ଗତ ପଲାଶବନି ଗାଆଁରେ ଏପରି ଘଟଣା ଘଟି ଯାଇଛି । ତେବେ ଗାଆଁକୁ ଅନେକ ମାସ ହେବ ଜଣେ ବ୍ୟକ୍ତି ମାଂସ ବିକ୍ରି କରିବାକୁ ଆସୁଥିଲେ , ଆଉ ତାହାକୁ ଲୋକ ମଟନ ଭାବି ଖାଇ ଦେଉଥିଲେ । କିନ୍ତୁ ସେମାନେ ଜାଣି ନଥିଲେ , ଯେଉଁ ମାଂସକୁ ସେମାନେ ମଟନ ବୋଲି ଭାବି ଖାଇ ଦେଉଛନ୍ତି , ତାହା ସେମାନେ ପୂଜା କରୁଥିବା ଗୋମାତାଙ୍କର ଅଟେ ।

ତେବେ ହଠାତ୍ କାଲି ଯେତେବେଳେ ବ୍ୟକ୍ତି ଜଣକ ୨୦ କିଲୋ ଗୋମାଂସ ଧରି ଗାଆଁକୁ ବିକ୍ରି କରିବାକୁ ଆସିଥିଲେ , ସେତେବେଳେ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା । ଆଉ ତାପରେ ସେମାନେ ବ୍ୟକ୍ତି ଜଣକୁ ଧରି ପକାଇଥିଲେ । ଏହାପରେ ତାଙ୍କୁ ସବୁ ସତ କଥା ପଚାରି ଥିଲେ । ସେ ଧିରେ ଧିରେ ସବୁ ସତ କହି ଦେଇଥିଲେ । ତେବେ ଏହାପରେ ପୋଲିସ ଆସି ବ୍ୟକ୍ତି ଜଣକୁ ଗିରଫ କରି ନେଇଯିବା ସହିତ ତାଙ୍କ ବାଇକ ସହିତ ଗୋଟିଏ କେଜି ଗୋମାଂସ ତାଙ୍କ ଠାରୁ ଜବତ କରିଛନ୍ତି ।

Leave a Reply

Your email address will not be published. Required fields are marked *