ହାତରେ ରହିଥିବା ଏମିତି ଚିହ୍ନର ଅର୍ଥ କଣ ! କେଉଁଟା ଶୁଭ ଆଉ କେଉଁଟା ଅଶୁଭ

ଦୁନିଆଁରେ ଏଭଳି ଅନେକ ଶାସ୍ତ୍ର ରହିଛି , ଯାହା ମାଧ୍ୟମରେ ଆମେ ଅନେକ କଥା ଜାଣିବାକୁ ସକ୍ଷମ ହୋଇଥାଉ । ଆଜିକାର ମଣିଷ ମାନେ ମଧ୍ୟ ସେଗୁଡିକୁ ବହୁ ମାତ୍ରାରେ ବିଶ୍ୱାସ କରିଥାନ୍ତି । ଆଉ ସେହି ଅନୁଯାୟୀ ନିଜକୁ ପରିଚାଳିତ କରିଥାନ୍ତି । ତେବେ ଆପଣ ମାନେ ସମସ୍ତେ ହସ୍ତରେଖା ଶାସ୍ତ୍ର ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । ଏହାକୁ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ହାତ ଦେଖାଇବା ପାଇଁ ସୁଦୂର ସ୍ଥାନରୁ ଅନେକ ଲୋକ ଦୌଡ଼ି ଆସିଥାନ୍ତି ।

ତେବେ ହାତର ରେଖା ମାଧ୍ୟମରେ ବ୍ୟକ୍ତିଙ୍କର ଭଲ ଖରାପ ଗୁଣ , ଭବିଷ୍ୟତ ବିଷୟରେ ମଧ୍ୟ ଅନେକ କଥା ଅନୁମାନ କରା ଯାଇପାରେ । ତେବେ ଏହି ହସ୍ତରେଖା ଶାସ୍ତ୍ର ଅନୁଯାୟୀ , ହାତରେ ରହିଥିବା ଏଭଳି କିଛି ରେଖା ମଣିଷକୁ ଶୁଭ ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ସେ ବିଷୟରେ ବିସ୍ତ୍ରୁତ ଭାବରେ ଜାଣିବା ।

୧) ତ୍ରିଶୁଳ ଚିହ୍ନ:-

ସୂଚନା ଅନୁଯାୟୀ , ଏହି ଚିହ୍ନ ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଜୀବନରେ ଏମାନଙ୍କୁ ଅନେକ ମାନ ସମ୍ମାନ ମିଳିଥାଏ । ଏହାବ୍ୟତୀତ ଜୀବନରେ ଏମାନଙ୍କୁ ବହୁତ ସୁଖ ସୁବିଧା ମଧ୍ୟ ପ୍ରାପ୍ତ ହୋଇଥାଏ ।

୨) ଅଣ୍ଡାକାର ଚିହ୍ନ:-

କୌଣସି ବ୍ୟକ୍ତିଙ୍କର ହାତରେ ଥିବା ରେଖା ଉପରେ ଯଦି ଅଣ୍ଡାକାର ଚିହ୍ନ ରହିଥାଏ , ତେବେ ତାହା ରେଖାର ଶୁଭ ପ୍ରଭାବକୁ କମାଇ ଦେଇଥାଏ । ତେବେ ଏହି ଚିହ୍ନ ଅଶୁଭ ହୋଇଥାଏ । ଏହାକୁ ଶୁଭ ଭାବରେ ବିବେଚନା କରା ଯାଇନଥାଏ ।

୩) ହାତୀ ଚିହ୍ନ:-

ହାତୀ ଚିହ୍ନକୁ ଅତ୍ୟନ୍ତ ଶୁଭ ଚିହ୍ନ ଭାବରେ ବିବେଚନା କରା ଯାଇଥାଏ । କାରଣ ହାତୀର ଗଣେଶଙ୍କ ସହ ସମ୍ପର୍କ ଥିବା କଥା କୁହାଯାଏ । ତେଣୁ ଏହି ଚିହ୍ନ ଥିବା ଲୋକମାନଙ୍କୁ ରାଜକୀୟ ସୁଖ ମିଳିଥାଏ ।

୪) ସ୍ୱସ୍ତିକ ଚିହ୍ନ:-

ସ୍ୱସ୍ତିକ ଚିହ୍ନ ଥିବା ବ୍ୟକ୍ତି ମାନଙ୍କର ଧର୍ମ ପ୍ରତି ଅତ୍ୟନ୍ତ ଆଦର ରହିଥାଏ ବୋଲି କୁହାଯାଏ । କାରଣ ଏହି ଚିହ୍ନକୁ ଶାସ୍ତ୍ରରେ ଅତ୍ୟନ୍ତ ପବିତ୍ର ଭାବରେ ବିବେଚନା କରା ଯାଇଥାଏ । ଏହି ବ୍ୟକ୍ତି ମାନେ ଧର୍ମ କ୍ଷେତ୍ରରେ ସମାଜରେ ଅତ୍ୟନ୍ତ ସମ୍ମାନ ପାଇଥାନ୍ତି ।

୫) ରଥ ଚିହ୍ନ:-

ରଥ ଚିହ୍ନକୁ ମଧ୍ୟ ଅତ୍ୟନ୍ତ ଶୁଭ ଚିହ୍ନ ଭାବରେ ବିବେଚନା କରା ଯାଇଥାଏ । କାରଣ ଶାସ୍ତ୍ର ଅନୁଯାୟୀ , ରଥ ଚିହ୍ନ ଥିବା ବ୍ୟକ୍ତି ମାନେ କୌଣସି ରାଜା ଠାରୁ କମ୍ ହୋଇନଥାନ୍ତି ।

Leave a Reply

Your email address will not be published. Required fields are marked *