ହାତ ଆଙ୍ଗୁଳି ଚିକିତ୍ସା ପାଇଁ ଯାଇଥିଲେ ପେଟରେ କରିଦେଲେ ଅ-ସ୍ତ୍ରୋପ-ଚାର, ମି-ଛ କହି ନେଇଗଲେ 4 ଲକ୍ଷ ଟଙ୍କା….

ଛତୁ ଫୁଟିବା ପରି ଗଢି ଉଠିଛି ନର୍ସିଂ ହୋମ। ଚିକିତ୍ସା ନାମରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠ-କୁଛି ଏହି ଘରୋଇ ହସ୍ପିଟାଲ। ହାତର ଆଙ୍ଗୁଠି ଚିକିତ୍ସା ପାଇଁ ଆସିଥିଲେ ହେଲେ ଡାକ୍ତର କଲେ ପେଟରେ ଅ-ସ୍ତ୍ରୋପ-ଚାର। ଆଜ୍ଞା ହଁ ବାଇକ ଧୋଉଥିବା ସମୟରେ କଟିଯାଇଥିଲା ଯୁବକଙ୍କ ଆଙ୍ଗୁଠି।

ତେବେ କଟା ଆଙ୍ଗୁଠିକୁ ଯୋଡ଼ିବାକୁ କହି ଡାକ୍ତରଖାନାରେ ପହଞ୍ଚିଥିଲେ ଯୁବକ। କିନ୍ତୁ ଡାକ୍ତର କଟା ଆଙ୍ଗୁଠିକୁ ଯୋଡ଼ିବା ପାଇଁ ପେଟରେ ଆଙ୍ଗୁଠି ଟିକୁ ରଖିଥିଲେ। ଶେଷରେ ଏହି କଟା ଆଙ୍ଗୁଠିଟି ପେଟରେ ସଂକ୍ର-ମିତ ହେବା ପରେ ନ-ଷ୍ଟ ହୋଇଥିଲା। ଶେଷରେ ଆଙ୍ଗୁଠିକୁ ଆଉ ଯୋଡ଼ିବାରେ ଡାକ୍ତର ସକ୍ଷମ ହୋଇନଥିବା ଅଭି-ଯୋଗ ହୋଇଛି।

ଜିଲ୍ଲାର ହୀରାକୁଦ କଲୋନୀ ଅଞ୍ଚଳର ଜଣେ ଯୁବକ ରାୟପୁର ସହରର ଏକ ଘରୋଇ ହସ୍ପିଟାଲ ବିରୋଧରେ ଏହି ଅଭି-ଯୋଗ ଆଣିଛନ୍ତି। ସମ୍ପୁର୍ଣ୍ଣ ସୂଚନା ଅନୁସାରେ ସମ୍ବଲପୁର ସହରର ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବକଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ହୀରାକୁଦ କଲୋନୀରେ ରହୁଥିବା 23 ବର୍ଷୀୟ ଯୁବକ ସନତ କୁମାର ମହାନ୍ତି ନିଜର ବାଇକ ଧୋଉଥିବା ବେଳେ ତାଙ୍କ ଆଙ୍ଗୁଠି ଚେନରେ ଫସିଯାଇଥିଲା।

ଫଳରେ ତାଙ୍କର ହାତର ଆଙ୍ଗୁଠି କଟିଯାଇଥିଲା। ଏହାପରେ କଟା ଆଙ୍ଗୁଠିକୁ ଧରି ପ୍ରଥମେ ସମ୍ବଲପୁର ମେଡିକାଲ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ଭିମସାର ବଡ଼ ମେଡିକାଲକୁ ନିଆଯାଇଥିଲେ। ତେବେ ଭିମସାର ମେଡିକାଲର ଡାକ୍ତର ଏଠାରେ କଟା ଆଙ୍ଗୁଠି ଯୋଡିବାର କୌଣସି ବ୍ୟବସ୍ଥା ନାହିଁ କହି 6 ଘଣ୍ଟା ଭିତରେ କଟକ ଅଥବା ରାୟପୁରକୁ ଯିବାକୁ ପରାମର୍ଶ ଦେଇଥିଲେ।

ଏହା ପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ରାୟପୁର ସହରର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। ସେଠାରେ ଯୁବକଙ୍କ ଆଙ୍ଗୁଠିର ଚିକିତ୍ସା ପାଇଁ ଭୁଲ ଅସ୍ତ୍ରୋପଚାର କରାଯାଇଥିବା ନେଇ ଆଜି ଯୁବକ ଏବଂ ଯୁଵକଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭି-ଯୋଗ କରାଯାଇଛି।

ଏପରିକି ଯୁବକଙ୍କ କ-ଟିଥିବା ହାତର ଆଙ୍ଗୁଠିକୁ ପେଟରେ ଅସ୍ତ୍ରୋପଚାର କରାଯାଇ ଭର୍ତ୍ତି କରାଯାଉଥିବାର ଅଭି-ଯୋଗ ହୋଇଛି। ଫଳରେ ଆଙ୍ଗୁଠି ସଂକ-ମ୍ରିତ ହେବା ସହ ଯୁଵକଙ୍କ ଆଙ୍ଗୁଠି ମଧ୍ୟ ନ-ଷ୍ଟ ହୋଇଯାଇଛି ବୋଲି ଅଭି-ଯୋଗ ହୋଇଛି। ଏହାସହ ମୋଟ 4 ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିବା ଅଭି-ଯୋଗ କରିଛନ୍ତି ପରିବାର ଲୋକେ।

ତେବେ ଅଭି-ଯୋଗ କରି ହସ୍ପିଟାଲ ବିରୁଦ୍ଧରେ ଖାଉଟି ଅଦା-ଲତରେ କେ-ସ କରିବେ ବୋଲି କହିଛନ୍ତି ପରିବାର ଲୋକେ। ସେଠାରେ ତାଙ୍କୁ ନ୍ୟା-ୟ ପ୍ରଦାନ କରିବା ସହ କ୍ଷତିପୂରଣ ପ୍ରଦାନ ପାଇଁ ସେ ଅପିଲ କରିଛନ୍ତି।

Leave a Reply

Your email address will not be published. Required fields are marked *