ଘରେ ରାତିରେ ଜଳେଇ ଦିଅନ୍ତୁ ଏହି ୨ଟି ଜିନିଷ। ୧୦ଗୁଣା ଧନ ବଢିବ

ବନ୍ଧୁମାନେ ଧନ କମେଇବାକୁ କିଆ ବା ନ ଚାହେଁ। ସମସ୍ତେ ଅଧିକ ଧନ ସଂପତ୍ତି ସହିତ ନିଜ ଜୀବନରେ ଖୁସି ଓ ସମୃଦ୍ଧି ଆଣିବାକୁ ଚାହିଁଥାନ୍ତି। ଆମେ ସମସ୍ତେ ଧନବାନ ବନିବା ପାଇଁ ବହୁ କିଛି ଉପାୟ ମାନ ଅବଲମ୍ବନ କରିଥାଉ। ଘରେ ଯଦି ଏହି ଜିନିଷ ଜାଳି ଦିଅନ୍ତି ତେବେ ଘରେ ଧନର ଅଭାବ ରହିବ ନାହିଁ। ଆଜିର ସମାଜରେ ଧନ କମେଇବା ଏତେ ସହଜ ହୋଇନଥାଏ। ବହୁ ପରିଶ୍ରମ କରି ମଧ୍ୟ ଅଳ୍ପ ଟଙ୍କା ରୋଜଗାର କରି ପାରନ୍ତି। ଆଜି ଆମେ ଆପଣଙ୍କୁ କିଛି ଏପରି ଜିନିଷ ବିଷୟରେ କହିବୁ ଯାହା ଧନ ଅର୍ଜନରେ ଆପଣଙ୍କୁ ସହଜ ହୋଇଥାଏ। ଆପଣ ମାନେ ଧନ ମଧ୍ୟ ରୋଜଗାର କରିପାରିବେ।

ଘରେ ଏହି ୨ଟି ଜିନିଷ ଜଳେଇବା ଦ୍ଵାରା ଘରେ ସୌଭାଗ୍ୟ ଅର୍ଜନ କରିପାରିବେ। ପ୍ରଥମେ କର୍ପୁର ଏବଂ ଲବଙ୍ଗ ଏହି ୨ଟି ଜିନିଷ ଘରକୁ ଆଣନ୍ତୁ। କେବଳ ଏହାକୁ କିପରି ଜାଳିବେ ତାହା ଜାଣିବାର ଉପାୟ ଜାଣି ରଖନ୍ତୁ। ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂରେଇ ଯିବ। ଏହା କରିବା ଦ୍ଵାରା ଆପଣଙ୍କ ଅଟକି ରହିଥିବା କାମ ପୂର୍ଣ୍ଣ ହେବ ଓ ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ଘରର ସମସ୍ତ ସମସ୍ୟାକୁ ଦୂରେଇ ଦେବ। ଏହି ଉପାୟ ବହୁ ଲାଭକାରୀ ହୋଇଥାଏ।

ରାତ୍ରି ସମୟରେ ଗୋଟିଏ ମାଟି ଦୀପରେ ଏକ କର୍ପୁର ରଖି ଦିଅନ୍ତୁ। ସେଥିରେ ୫ଟି ଲବଙ୍ଗ ରଖି ଦିଅନ୍ତୁ ଓ ଏହାକୁ ଜଳାନ୍ତୁ। ଦେଖିବେ ଏହି ୨ଟି ଜଳିବାକୁ ଲାଗିବ ଓ ଏହା ଜାଳିବା ପରେ ଏହାକୁ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ବୁଲେଇ ଦୁଆର ବାହାରେ ଡାହାଣ ପଟେ ରଖନ୍ତୁ। ଏହି କର୍ପୁର ଜଳିବା ଦ୍ଵାରା ଘରୁ ନକାରାତ୍ମକ ଉର୍ଜା ବାହାରି ଯାଇଥାଏ। ଏହା ଘରକୁ ଧନ ଆସିବାର ସମସ୍ତ ରାସ୍ତା ଖୋଲି ଦେଇଥାଏ। ଧନ ସମ୍ପତ୍ତି ବଢ଼ିବାକୁ ଲାଗିଥାଏ ଓ ସବୁ ବାଟ ଖୋଲିଯାଏ।

କର୍ପୁର ହିଁ ସବୁ ଧନ ସମ୍ପତ୍ତି ବଢ଼େଇବାକୁ ଲାଗିଥାଏ ଓ ଘରୁ ନକାରାତ୍ମକ ଉର୍ଜାକୁ ଦୂରେଇ ରଖିଥାଏ। ଘରେ ଧନ ସମ୍ପତି ଆସିବାକୁ ଲାଗିଥାଏ ଓ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରକୁ ଟଙ୍କା ପଇସା ଆସିବାକୁ ଲାଗିଥାଏ। ଏହା ଦ୍ଵାରା ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ ଓ ଘରେ ଟଙ୍କା ପଇସାର ଅଭାବ ରହି ନଥାଏ। ଏହା ଦ୍ଵାରା ସମସ୍ତେ ଭୋଗ ବିଳାସରେ ଜୀବନ ବିତାଇ ଥାଆନ୍ତି।

ଏବେ ଜାଣିବା ଅନ୍ୟ ଏକ ଉପାୟ ବିଷୟରେ ଯାହା ହେଉଛି ଲୁଣ। ଏହାର ପ୍ରୟୋଗ କରି ଆପଣ କିପରି ଧନବାନ ହୋଇପାରିବେ ସେହି ଉପାୟ ଆସନ୍ତୁ ଜାଣିବା। ଆସନ୍ତୁ ଜାଣିବା କେଉଁ ଲୁଣର ଉପଯୋଗ ଆମ ଜୀବନରେ ରହିଅଛି। ଲୁଣକୁ ଆମେ ସ୍ଵାଦ ପାଇଁ ବ୍ୟବହାର କରୁ। ଡାଲି ବା ତରକାରୀରେ ଲୁଣର ପରିମାଣ ଅଧିକ ବା କମ୍ ହେଇଗଲେ ତାହା ଖାଇବା ଉପଯୋଗୀ ହୋଇନଥାଏ।

ଲୁଣ ଆୟୁଷ ବଢେଇ ଥାଏ ଓ ଲୁଣ ମଧ୍ୟ ଆୟୁଷ କମେଇ ଥାଏ। ଲୁଣର ଉପଯୋଗ କରିବା ବହୁତ୍ କମ୍ ଲୋକ ଜାଣିଛନ୍ତି। ଆଜି ଆମେ ଲୁଣର କିଛି ଚମତ୍କାରି ଉପାୟ ବିଷୟରେ ଜାଣିବା। ଏହି ଉପାୟ ଦ୍ଵାରା ଆପଣ ଆପଣଙ୍କ ଘରୁ ନକାରାତ୍ମକ ଉର୍ଜା ମଧ୍ୟ ବାହାରକୁ ବାହାର କରି ପାରିବେ। କାରଣ ଏହା ଘରେ ଖରାପ ପ୍ରଭାବ ପକେଇ ଥାଏ। ଏହା ଦ୍ଵାରା ଘରେ ମାନସିକ ଚିନ୍ତା ସହ ଅଯଥା ଧନ ହାନି ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଉପାୟ ମାନ।

ପ୍ରଥମେ ଆପଣ ଅଳ୍ପ ଲୁଣ ଆଣନ୍ତୁ ତାପରେ ଏକ ଲାଲ କପଡା ଆଣି ଏହି ଲୁଣ ସବୁ ବାନ୍ଧି ଦିଅନ୍ତୁ। ସେହି କପଡାକୁ ଆପଣ ଘରର ମୁଖ୍ୟ ଦ୍ଵାର ଆଗରେ ଲଗେଇ ଦିଅନ୍ତୁ। ଏହା ଟଙ୍ଗେଇଲେ ଘରେ କାହାର ନଜର ଲାଗି ନଥାଏ ଓ ଘରେ କାହାର ଖରାପ ଦୃଷ୍ଟି ପଡି ନଥାଏ। ଏହି ଲାଲ କପଡାକୁ ଯଦି ଆପଣ ଆପଣଙ୍କ ଟ୍ରେଜେରି ଉପରେ ଟାଙ୍ଗୁଛନ୍ତି। ତେବେ ଏହା ଆପଣଙ୍କ ଧନର ଦୁଇ ଗୁଣ ଉନ୍ନତି କରିବ। ଏହା ସହିତ ବ୍ୟବସାୟୀକ ଉନ୍ନତି ଦେଖାଦିଏ।

ଯଦି କୌଣସି କାଚ ପାତ୍ରରେ ରଖି ଗାଧୁଆ ଘରେ ରଖିଛନ୍ତି। ତେବେ ଏହା ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିବା ସହିତ ଘରେ ସୁଖ ଶାନ୍ତି ବଢ଼ିଥାଏ। ଯଦି ଘରେ କେଉଁ କଣରେ ଏକ କାଚ ପାତ୍ରରେ କିଛି ଲୁଣ ରଖି ଦିଅନ୍ତି। ତେବେ ଘରେ ଥିବା ମୁଖ୍ୟ ଲୋକର ସମସ୍ତ ଅସୁବିଧା ଦୂରେଇ ଯାଏ। ଲୁଣକୁ କେବେ କୌଣସି ଷ୍ଟିଲ ଅବା ଲୁହରେ ରଖନ୍ତି ତେବେ ଏହା ବହୁତ୍ ଖରାପ ହୋଇଥାଏ।

ଏହାର କାରଣ ଲୁହା ଚନ୍ଦ୍ରମା ଓ ଲୁଣ ଶନି ଦେବଙ୍କର ହୋଇଥିବାରୁ ଏହା ଆପଣଙ୍କ ଘର ପାଇଁ ବହୁ ଘାତକ ଅଟେ। ଏହା ଦ୍ଵାରା ଘରେ ରୋଗ ଓ ଶୋକ ବଢ଼ିଥାଏ। ଏହା ଦ୍ଵାରା ଅଯଥା ଧନ ଖର୍ଚ୍ଚ ହେବାକୁ ମଧ୍ୟ ଲାଗିଥାଏ। ଏହାକୁ ପ୍ଲାଷ୍ଟିକ ଓ କାଚ ପାତ୍ରରେ ରଖିବା ଉଚିତ୍। ଲୁଣ ତଳେ ଢ଼ଳିଗଲେ ଚନ୍ଦ୍ରମା ଓ ଶୁକ୍ର କମଜୋର ହୋଇ ଥାଆନ୍ତି।
ଏହା ଦ୍ଵାରା ଘରୁ ଲକ୍ଷ୍ମୀ ଚାଲି ଯାନ୍ତି ଓ ରୋଷେଇ ଘରେ ଲୁଣ ପକେଇ ତରକାରୀ ଚାଖନ୍ତୁ ନାହିଁ। ଏହା ଦ୍ଵାରା ରୋଷେଇର ପବିତ୍ରତା ନଷ୍ଟ ହୋଇଯାଏ।

ଏହା ଦ୍ଵାରା ଦାରିଦ୍ର୍ୟତା ଆସିଥାଏ ତେଣୁ ଭୋଜନକୁ ବାଢ଼ି ଭଗବାନଙ୍କୁ ଅର୍ପଣ କରି ଭୋଜନକୁ ଚାଖନ୍ତୁ। ଯଦି ଘରୁ ଦରିଦ୍ରତା ଦୂର କରିବାକୁ ଚାହାନ୍ତି ତେବେ ଗୁରୁବାରକୁ ଛାଡ଼ି ଅନ୍ୟ ଦିନରେ ସାମୁଦ୍ରିକ ଲୁଣ ପକାଇ ଘର ପୋଛା ଲଗାନ୍ତୁ। ସପ୍ତାହର ସବୁ ବାର କରିବେ ହେଲେ ଗୁରୁବାର ଲକ୍ଷ୍ମୀଙ୍କ ବାର ହୋଇଥିବାରୁ ଏହି ବାରକୁ ଛାଡ଼ିଦେବେ। ଯଦି ନଜର ଉତାରିବାକୁ ଚାହାନ୍ତି। ତେବେ ଆପଣଙ୍କ ଛୁଆର ମୁଣ୍ଡ ଉପରେ ଚିମୁଟାଏ ଲୁଣ ଆଣି ୭ଥର ବୁଲାଇ ବହି ଯାଉଥିବା ପାଣିରେ ଭସେଇ ଦିଅନ୍ତୁ। ଦେଖିବେ ନଜର ଦୋଷ କଟି ଯିବ। ଏହା ଥିଲା ଏହି ୨ଟି ଉପାୟ ଯାହା ଆପଣଙ୍କ ଘରକୁ ଲକ୍ଷ୍ମୀଙ୍କ ଆଗମନ କରିଥାଏ। ତେଣୁ ଆପଣ ମଧ୍ୟ ଏହି ଉପାୟକୁ ମଧ୍ୟ ଅବଲମ୍ବନ କରନ୍ତୁ।

Leave a Reply

Your email address will not be published. Required fields are marked *