ଅଷ୍ଟପ୍ରହରୀରେ ହରି ନାମ ତାଳେ ତାଳେ ଜୀବନ୍ତ ନାଗ ଧରି ନାଚିଲେ ନାଗୀନ ଡ୍ୟାନ୍ସ : ଦେଖନ୍ତୁ ଭିଡିଓ

କୌଣସି ଅଦ୍ଭୁତ ଭିଡ଼ିଓ ହେଉ କିମ୍ବା ଦୁର୍ଘ-ଟଣା ଭିଡ଼ିଓ ହେଉ , ସୋସିଆଲ ମିଡିଆରେ ତାହା ଭାଇରଲ ହେବାକୁ ଅଧିକ ସମୟ ଲାଗି ନଥାଏ । ସେହିପରି ସମୟ ସମୟରେ ନାଗ ସାପ କିମ୍ବା ଅନ୍ୟ ସାପର ଭିଡ଼ିଓ ଭାଇରଲ ହୋଇଥାଏ । ଆଜିକାର ଲେଖାରେ ଆମେ ଏକ ଭାଇରଲ ଭିଡ଼ିଓ ସମ୍ବନ୍ଧରେ କହିବୁ । ଯେଉଁଥିରେ ଏକ ନାଗ ସାପକୁ ନାଚୁଥିବାର ଦେଖାଯାଇଛି । ତେବେ ଭିଡ଼ିଓ ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ତେବେ ଏହି ଭାଇରଲ ଭିଡ଼ିଓ ଏକ ଅଷ୍ଟମ ପ୍ରହରୀର ଅଟେ । ଯେଉଁଥିରେ ଏକାଧିକ ଭକ୍ତଙ୍କ ସହିତ ନାଗ ସାପକୁ ମଧ୍ୟ ନାଚୁଥିବାର ଦେଖାଯାଇଛି । ଆମ ଦେଶରେ ଅଷ୍ଟମୀ ପ୍ରହରୀ କିପରି ହୋଇଥାଏ ତାହା ଆପଣ ମାନେ ତ ନିଶ୍ଚୟ ଜାଣିଥିବେ । ଭକ୍ତ ମାନେ ଭଗବାନଙ୍କ ନାମକୁ କୀର୍ତ୍ତନ ଆକାରରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଗାଈ ନାଚିଥାନ୍ତି । ଏହା ଦେଖିବାକୁ ଖୁବ ଆକର୍ଷଣୀୟ ମଧ୍ୟ ହୋଇଥାଏ ।

କିନ୍ତୁ ଯଦି ଏହି ଦୃଶ୍ୟକୁ ଆହୁରି ଆଶ୍ଚର୍ଯ୍ୟ ଜନକ ଢ଼ଙ୍ଗରେ ଉପସ୍ଥାପନ କରାଯାଏ ତେବେ ତାହା ଦେଖିବାକୁ ଆହୁରି ଭଲ ହୋଇଥାଏ । ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଅଷ୍ଟମ ପ୍ରହରୀ କୀର୍ତ୍ତନ ଏଭଳି ଉପସ୍ଥାପିତ ହୋଇଛି ତାହା ଦେଖି ଦେଖଣାହାରି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଏହା କୌଣସି ଏକ ସ୍ଥାନର ଅଟେ । ଯେଉଁଠି କିଛି କୀର୍ତ୍ତନ ଦଳ କୀର୍ତ୍ତନରେ ମଜ୍ଜି ରହିଛନ୍ତି । ଅନ୍ୟ ଜଣେ ବ୍ୟକ୍ତି କୀର୍ତ୍ତନର ତାଳେ ତାଳେ ନାଚିବାରେ ଲାଗିଛନ୍ତି । ମାତ୍ର ତାସହିତ ଏକ ନାଗ ସାପ ମଧ୍ୟ ନାଚିବାରେ ଲାଗିଛି ।

କୀର୍ତ୍ତନ କରୁଥିବା ବ୍ୟକ୍ତି ମାନେ ଯେଉଁଭଳି ଭାବରେ ଭଗବାନଙ୍କ ନାମର ତାଳେ ତାଳେ ମଜ୍ଜି ଯାଇଛନ୍ତି ସେହିଭଳି ସାପଟି ମଧ୍ୟ ଭଗବାନଙ୍କ ନାମର ତାଳରେ ମଜ୍ଜି ଯାଇଥିବା ଭଳି ମନେ ହେଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ସେଠାରେ ଏତେ ଲୋକ ଉପସ୍ଥିତ ଥିବା ସତ୍ତ୍ୱେବି ସାପଟି କାହାର କିଛିବି କ୍ଷ-ତି କରିନାହିଁ । ପ୍ରାୟତଃ ଲୋକେ ସାପକୁ ଅଧିକ ଭ-ୟ କରିଥାନ୍ତି । କାରଣ ସର୍ପ ଦଂଶନରୁ ବର୍ତ୍ତିବା ପ୍ରାୟତଃ ଅସମ୍ଭବ ଅଟେ । କିନ୍ତୁ ଏହା ଭୁଲ ଅଟେ । ଆଉ ମଣିଷ ଜାତି ବି କିଛି କମ ନୁହେଁ । ଯେଉଁଠି ପ୍ରକୃତିର ପରିଚାଳନା ପାଇଁ ସାପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ , କିନ୍ତୁ ମଣିଷ ସମାଜ ତାକୁ କ୍ଷ-ତି ପହଞ୍ଚାଇବାକୁ ଯଥାସମ୍ଭବ ପ୍ରଚେଷ୍ଟା କରିଥାଏ ।

ତେଣୁ ଏହା ତ ନିଶ୍ଚିତ ଯେ ସାପ ବି ଏହାର ପ୍ରତିଉତ୍ତର ଦେବ । ତେଣୁ ଜଣେ ଶ୍ରେଷ୍ଠ ପ୍ରାଣୀ ହିସାବରେ ମଣିଷ ଏପରି କରିବା ଉଚିତ ନୁହେଁ । ଆଉ ସାପ ବିନା କାରଣରେ କାହା ଉପରେ ଆକ୍ର-ମଣ କରେ ନାହିଁ । ପୁଣି ଏହି ଭାଇରଲ ଭିଡ଼ିଓରେ ନାଗ ସାପର ଏପରି ଡାନ୍ସ ଦେଖି ଆପଣ ମାନେ ନିଶ୍ଚିତ ଖୁସି ହେଉଥିବେ । ତେବେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଏବଂ ଲୋକେ ଏହାକୁ ଅନେକ ମାତ୍ରାରେ ଲାଇକ ଏବଂ କମେଣ୍ଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *