ମଣିଷ ଶରୀର ସହିତ ଜଡ଼ିତ କିଛି ଏପରି ରହସ୍ୟ ଯାହା ଆପଣଙ୍କ ହୋସ ଉଡ଼ାଇ ଦେବ :-

ମଣିଷ ନିଜ ଶରୀର ବିଷୟରେ କିଛି ତଥ୍ୟ ସମ୍ବନ୍ଧରେ ଆଦୌ ଜାଣିନାହିଁ । ତାହା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ ଅଟେ । ତେବେ ଆଜିକାର ଲେଖାରେ ଆମେ ମନୁଷ୍ୟ ଶରୀରର ଅଦ୍ଭୁତ ରହସ୍ୟ ସମ୍ବନ୍ଧରେ କହିବାକୁ ଯାଉଛୁ ।

୧ . ମନୁଷ୍ୟ ଯେତେବେଳେ ନିଦ୍ରା ଯାଏ ସେତେବେଳେ ମନୁଷ୍ୟର ଶରୀର ସାମାନ୍ୟ ପରଲିସିସ ହୋଇଯାଏ । ଯାହାଦ୍ୱାରା ସେ ଆରାମରେ ଶୋଇ ପାରିବ । ମଣିଷର ଶୋଇବାର ଏକ ନିର୍ଦିଷ୍ଟ ସମୟ ବ୍ୟବଧାନ ରହିଛି । ଯାହା ଅନୁଯାୟୀ ମନୁଷ୍ୟ ଶୋଇବାର ପ୍ରଥମ ଦୁଇ ଘଣ୍ଟା ଗଭୀର ନିଦ୍ରାରେ ଥାଏ , ଏହାପରେ କିଛି ସମୟ ହାଲୁକା ନିଦ୍ରା ଏବଂ ପୁଣି ଗଭୀର ନିଦ୍ରାରେ ରହେ । ଏହି ସାଇକେଲ ସେତେ ପର୍ଯ୍ୟନ୍ତ ଚାଲିଥାଏ ଯେତେବେଳେ ମନୁଷ୍ୟକୁ ନିଦ ଆସିବା ବନ୍ଦ ନହୋଇଛି ।

୨ . ବର୍ଷର କେଉଁ ସମୟରେ ଛୋଟ ପିଲାଙ୍କର ବୃଦ୍ଧି ହୁଏ । ଆପଣ ଜାଣିଛନ୍ତି କି ? ବାସ୍ତବରେ ଏହା ଶୀତ ୠତୁର ଶେଷରେ ଅର୍ଥାତ ଯେତେବେଳେ ଗରମର ଆଗମନ ହୁଏ ମାର୍ଚ୍ଚ ରୁ ଜୁନ ମାସ ମଧ୍ୟରେ ଛୋଟ ପିଲାମାନେ ଖୁବ ଶୀଘ୍ର ବଢ଼ିଯାଆନ୍ତି । ଏହା ବ୍ୟତୀତ ମଣିଷ ଶରୀରର ମଧ୍ୟ ଆଙ୍ଗୁଠି ଖୁବ ଶୀଘ୍ର ବଢ଼ିଥାଏ । ପୁଣି ହାତର ନଖ ଗୋଡ଼ ନଖ ଅପେକ୍ଷା ଦ୍ରୁତ ବେଗରେ ବଢ଼ିଥାଏ । ଜାଣି ରଖନ୍ତୁ ଯେ ଆମ ଜୀବନକାଳ ମଧ୍ୟରେ ୨ – ୪ କିଲୋ ନଖ କାଟି ଫିଙ୍ଗିଦେଉ ଯାହାକି ଏକ ଜନ୍ମ ହେବା ଶିଶୁର ଓଜନ ସହିତ ସମାନ ଅଟେ

୩ . ଆମ ଶରୀରରେ ପ୍ରତ୍ୟେକ ଦିନ ରକ୍ତ ହୃତପିଣ୍ଡ ଦେଇ ୧୦୦୦ ଥର ଜାଆସ ଆସି ପରିଷ୍କାର କରିଥାଏ । ମଣିଷର ରକ୍ତରେ ଥିବା ଲୁଣ ମାତ୍ରା ସମୁଦ୍ର ପାଣିରେ ଥିବା ଲୁଣର ମାତ୍ରା ସହିତ ସମାନ ହୋଇଥାଏ । ପୁଣି ଆମ ଶରୀର ମଧ୍ୟରେ ୦.୨ ମିଲିଗ୍ରାମ ସୁନା ମଧ୍ୟ ରହିଥାଏ ।

୪ . ବୟସ ବୃଦ୍ଧି ସହିତ ଖାଦ୍ୟ ସ୍ୱାଦ ଜାଣିବାର ଶକ୍ତି କମି ଯାଏ । ତେଣୁ ଛୋଟ ପିଲା ମାନେ କୌଣସି ବି ଖାଦ୍ୟର ସ୍ଵାଦକୁ ଶୀଘ୍ର ବାରି ପାରନ୍ତି ।ସାଧରଣତଃ ଥଣ୍ଡା ହେଲେ କିମ୍ବା ଧୂଳି ପଶିଲେ ଛିଙ୍କ ହୋଇଥାଏ । ଯେଉଁ ଛିଙ୍କ ୧୬୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ବାହାରି ଥାଏ । ଯାହାକୁ ଅଟକାଇବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଏହାଦ୍ବାରା ଗଳାରେ ଛିଦ୍ର ସୃଷ୍ଟି ହେବା ସହିତ ବ୍ରେନ ଏବଂ ଫୁସଫୁସ ଉପରେ ବି ପ୍ରଭାବ ପଡ଼ି ଥାଏ । ମନୁଷ୍ୟର ବ୍ରେନ ଦିନ ଅପେକ୍ଷା ରାତିରେ ଅଧିକ ଦ୍ରୁତ ବେଗରେ ଚାଲିଥାଏ । ପୁଣି ବୈଜ୍ଞାନିକଙ୍କ ଅନୁଯାୟୀ ଅଧିକ ସ୍ୱପ୍ନ ଦେଖିଲେ ବ୍ରେନ ବଢ଼ିଥାଏ ।

୫ . ମନୁଷ୍ୟର ଉଚ୍ଚତା ସକାଳ ସମୟରେ ଅଧିକ ଥାଏ । ମାତ୍ର ସାରାଦିନର କାମ ଏକ ଚାପ କାରଣରୁ ତାହା ସାଧାରଣ ଉଚ୍ଚତା ଠାରୁ ସାମାନ୍ୟ କମିଯାଏ । ପୁଣି ଯଦି କୌଣସି ବ୍ୟକ୍ତି ନିଜ ଦାଢ଼ି ନକାଟନ୍ତି ତେବେ ତାହା ୩୦ ଫିଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ ।

୬ . ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କ କେଶ ୫୦ ପ୍ରତିଶତ ପତଳା ହୋଇଥାଏ ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ମହିଳାଙ୍କର ୧୦୦ ଟି କେଶ ଝଡ଼ିଥାଏ । ମହିଳା ମାନେ ପୁରୁଷଙ୍କ ତୁଳନାରେ ରଙ୍ଗକୁ ବେଶ ଭଲ ଭାବରେ ଦେଖି ପାରନ୍ତି । ମହିଳା ମାନେ ପୁରୁଷଙ୍କ ତୁଳନାରେ ନିଜ ଆଖି ପଲକକୁ ଅଧିକ ପକାଇ ଥାଆନ୍ତି । ଅର୍ଥାତ ଏକ ମିନିଟରେ ପୁରୁଷ ୧୫ ଥର ହୋଇଥିବା ବେଳେ ଝିଅ ମାନେ ୧୮ ରୁ ୨୦ ଥର ପଲକ ପକାଇଥାନ୍ତି ।ପ୍ରାୟତଃ ପିଲାଙ୍କର ଆଖି ଜନ୍ମ ସମୟରେ ନୀଳ ରଙ୍ଗର ହୋଇଥାଏ କିନ୍ତୁ ପିତା ମାତାଙ୍କ ଜିନ ଅନୁଯାୟୀ ତାହା ଧୀରେ ଧୀରେ ଧୂସର କିମ୍ବା କଳା ରଙ୍ଗର ହୋଇଯାଏ ।

୭ . ଶରୀରର ଅନ୍ୟ ଅଙ୍ଗ ତୁଳନାରେ ଗୋଡ଼ରୁ କାହିଁକି ଅଧିକ ଦୁର୍ଗନ୍ଧ ବାହାରି ଥାଏ । କାରଣ ଗୋଡ଼ରେ ଅଧିକ ସ୍ବେଦ ଗ୍ରନ୍ଥି ରହିଥାଏ । ପୁଣି ଏହା ଝିଅଙ୍କ ତୁଳନାରେ ପୁଅଙ୍କ କ୍ଷେତ୍ରରେ ଅଧିକ ରହିଥାଏ । ଯାହାକି ପ୍ରାୟ ୫ ଲକ୍ଷ ହୋଇଥାଏ । ତେଣୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୋତା ପିନ୍ଧିଲେ ଜୋତାରୁ ଦୁର୍ଗନ୍ଧ ବାହାରି ଥାଏ ।

୮ . ମନୁଷ୍ୟ ଅଧିକ ଖାଦ୍ୟ ସେବନ କଲେ ତାର ଶୁଣିବାର କ୍ଷମତା କିଛି ସମୟ ପାଇଁ କମିଯାଏ । ଏହାବ୍ୟତୀତ ଦୁନିଆରେ ପ୍ରତ୍ୟେକ ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ବ୍ୟକ୍ତିଙ୍କର ଦୃଷ୍ଟି ଶକ୍ତି କମ ଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ହୃତସ୍ପନ୍ଦନ ଅଧିକ ଦ୍ରୁତ ହୋଇଥାଏ । ତେଣୁ ମହିଳାଙ୍କ ହୃତପିଣ୍ଡ ଚିକିତ୍ସା ପୁରୁଷଙ୍କ ଠାରୁ ଭିନ୍ନ ହୋଇଥାଏ । ମନୁଷ୍ୟ ଶରୀରର ଚର୍ମରେ ପ୍ରାୟ ସାଢ଼େ ତିନି କୋଟି ବ୍ୟାକ୍ଟେରିଆ ରହିଥାଏ । ମାତ୍ର ସେଥିମଧ୍ୟରୁ ଅଧିକାଂଶ ଶରୀରର ଭଲ ପାଇଁ ରହିଥାଏ ।

Leave a Reply

Your email address will not be published. Required fields are marked *