ଭଗବାନ ଶ୍ରୀକୃଷ୍ଣ: ଘରର ମହିଳା ଏପରି ଶୋଇଲେ ହୋଇଥାଏ ଶୁଭ….

ନିଦ ମନୁଷ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । କାରଣ ମନୁଷ୍ୟ ପାଇଁ ଖାଦ୍ୟ ଯେତିକି ଜରୁରୀ ହୋଇଥାଏ ନିଦ ମଧ୍ୟ ସେତିକି ଜରୁରୀ ହୋଇଥାଏ । କାରଣ ଅଧିକ କାମ କରି ମନୁଷ୍ୟ ଥକିଗଲେ ତାକୁ ବିଶ୍ରାମର ଆବଶ୍ୟକତା ଥାଏ । ବିଶ୍ରାମ ପରେ ପୁଣିଥରେ ତାକୁ ଉପଯୁକ୍ତ ଶକ୍ତି ପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ସେ ପୁଣିଥରେ କାମରେ ଲାଗିପଡ଼େ । ଆମ ଶାସ୍ତ୍ରରେ ମହିଳା ମାନେ କେଉଁ ଭଳି ଭାବରେ ଶୋଇଲେ ଘରକୁ ଧନ ପ୍ରାପ୍ତି ହୋଇଥାଏ ଏବଂ ସକାଳୁ ଉଠି କେଉଁ କାମ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ ସେହି ବିଷୟରେ ବେଶ ଭଲ ଭାବରେ ବର୍ଣ୍ଣିତ ହୋଇଛି ।

ଭଗବାନ ଶ୍ରୀକୃଷ୍ଣ ଶାସ୍ତ୍ରରେ କହିଛନ୍ତି ଯେ ଘରର ମହିଳା ମାନେ ଏକ ବିଶେଷ ଢ଼ଙ୍ଗରେ ଶୋଇଲେ ଘରକୁ ଅପାର ଧନ ଆସିଥାଏ । ଆପଣଙ୍କ ଘରେ ଯଦି ମହିଳା ସେପରି ଶୁଅନ୍ତି ତେବେ ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ । ଏହାବ୍ୟତୀତ ଆପଣଙ୍କର ଉନ୍ନତି ମଧ୍ୟ ହେବ । ପୁଣି ମହିଳା ମାନେ କିଛି ଭିନ୍ନ ଭାବରେ ଶୋଇଲେ ଘରକୁ ଦାରିଦ୍ର୍ୟତା ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ ।

୧ . ଯେଉଁ ଘରର ମହିଳା ମାନେ ବିଳମ୍ବିତ ରାତିରେ ଶୋଇଥାନ୍ତି । ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ଏପରି କରିବା ଦ୍ୱାରା ସବୁ ଦେବଦେବୀ କ୍ରୋଧିତ ହୁଅନ୍ତି । କାରଣ ବିନା କାରଣରେ ମହିଳା ବିଳମ୍ବିତ ରାତିରେ ଶୋଇବା ଦ୍ୱାରା ଧନ ହାନୀ ହୋଇଥାଏ । ପୁଣି ବିଳମ୍ବରେ ମହିଳା ମାନେ ବିଛଣା ଛାଡ଼ିଲେ ରାହୁ କେତୁ ଏବଂ ଶନିଙ୍କ ଦୋଷ ଲାଗିଥାଏ । ଏହାଦ୍ବାରା ଧନ ହାନୀ ହୋଇଥାଏ । ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ବିଳମ୍ବରେ ଉଠିଲେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

୨ . ରାତିରେ ବିଛଣାକୁ ଯିବା ସମୟରେ ନକରାତ୍ମକ କଥା ଚିନ୍ତା କରନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ନକରାତ୍ମକତା ଆକର୍ଷିତ ହୋଇ ଆସିଥାଏ । ଯାହା ଆପଣଙ୍କ ଉପରେ ପ୍ରଭାବ ପକାଇ ଥାଏ । ତେଣୁ ରାତିରେ ବିଛଣାକୁ ଯିବା ସମୟରେ ସର୍ବଦା ସକରାତ୍ମକ ଚିନ୍ତା ନେଇ ଶୋଇବାକୁ ଯାଆନ୍ତୁ ।

୩ . ସପ୍ତାହର ଏପରି କିଛିଦିନ ଅଛି ଯେଉଁ ଦିନ ପରିବାରର ସବୁ ସଦସ୍ୟ ଶୀଘ୍ର ଉଠିବା ଉଚିତ । ତାହା ହେଉଛି ମଙ୍ଗଳବାର , ଗୁରୁବାର ଏବଂ ଶନିବାର । ଏହିଦିନ ବ୍ୟକ୍ତି ବିଳମ୍ବରେ ଉଠିଲେ ଅନେକ ଦୋଷ ଲାଗିଥାଏ । ଜୀବନରେ ଅନେକ ସମସ୍ୟା ଆରମ୍ଭ ହୋଇଯାଏ ଏବଂ ତାହାହିଁ ବର୍ବାଦିର କାରଣ ହୋଇଥାଏ । ଏହାଦ୍ବାରା ମୁଖ୍ୟତଃ ଧନ ହାନୀ ଆରମ୍ଭ ହୋଇଯାଏ ଏବଂ ଭଗବାନଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ ।

୪ . ସକାଳୁ ୪ ରୁ ୫ ମଧ୍ୟରେ ଉଠିବା ସବୁଠାରୁ ଉତ୍ତମ ହୋଇଥାଏ । ଯଦି କେହି ଅସୁସ୍ଥ ବ୍ୟକ୍ତି ଥାଆନ୍ତି ତେବେ ତାହା ଅଲଗା । ମାତ୍ର ଘରର ଅନ୍ୟ ସଦସ୍ୟ ମାନେ ନିଶ୍ଚିତ ଭାବରେ ସକାଳୁ ୪ ରୁ ୫ ମଧ୍ୟରେ ଉଠିବା ଉଚିତ । ସକାଳୁ ମହିଳା ମାନେ ଜଲଦି ଉଠି ପୁରା ଘର ଝାଡୁ କରିବା ଉଚିତ । ଯଦି ସମ୍ଭବ ନହୁଏ ତେବେ କେବଳ ମୁଖ୍ୟ ଦ୍ୱାରରେ ଝାଡୁ କରିବା ଉଚିତ । ସକାଳୁ ଜଲଦି ଉଠିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ଧନର ଆଗମନ ହୋଇଥାଏ । ଶୋଇବା ସମୟରେ ସର୍ବଦା ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

ସନ୍ଧ୍ୟା ସମୟରେ ଏହି କାମ ଘରେ ଭୁଲରେବି କରନ୍ତୁ ନାହିଁ :-

୧ . ସନ୍ଧ୍ୟା ସମୟରେ ଭୁଲରେବି କ୍ଷୀର ଦହି କାହାକୁ ଦିଅନ୍ତୁ ନାହିଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଦାରିଦ୍ର୍ୟତା ଆସିଥାଏ । ଏପରି କୁହାଯାଏ ଯେ ସନ୍ଧ୍ୟା ସମୟରେ ଯଦି ଆପଣ କାହାକୁ ଏହିସବୁ ଜିନିଷ ଦିଅନ୍ତି ତେବେ ଆପଣଙ୍କ ଘରର ସମୃଦ୍ଧି ଚାଲିଯିବ । ଯାହା ଆପଣଙ୍କୁ ବର୍ବାଦ କରିଦେବ ।

୨ . ସକାଳୁ ଉଠିବା ମାତ୍ରେ ଅର୍ଥାତ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ପୁରା ଘରକୁ ସଫାସୁତୁରା କରନ୍ତୁ । କାରଣ ସୂର୍ଯ୍ୟ ଉଦୟ ପରେ ହିଁ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରିବେ । ଏବଂ ମାତା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଛନ୍ନତା ଅଧିକ ପସନ୍ଦ ଥାଏ । ଘର ଆପରିଷ୍କାର ରହିଲେ ମାତା କ୍ରୋଧିତ ହୋଇ ଦ୍ୱାରରୁ ହିଁ ଫେରି ଯିବେ ।

୩ . ରାତିରେ ଭୋଜନ ପରେ ଅଇଁଠା ବାସନକୁ ସେମିତି ରଖି ଦିଅନ୍ତୁ ନାହିଁ । ତାହାକୁ ସଫା କରି ରଖନ୍ତୁ । ସାଧରଣତଃ ଅନେକ ଲୋକେ ରୋଷେଇ ଘରେ ଏହି ଭୁଲ କରିଥାନ୍ତି । ଏହାଦ୍ବାରା ମାତା ଲକ୍ଷ୍ମୀ ଖୁବ କ୍ରୋଧିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *