ରୋଷେୟା ସହିତ କ୍ଲାସ ରୁମରେ ପ୍ରେମ କରୁଥିଲେ ପ୍ରଧାନ ଶିକ୍ଷକ, ଦେଖିଦେଲେ ଗାଁ ଲୋକ… ଚପଲ ମାଳ ପିନ୍ଧେଇ ବୁଲେଇଲେ…

ସ୍କୁଲ ଭିତରେ ପ୍ରଧାନ ଶିକ୍ଷକ ଚଳାଇ ଥିଲେ ରାସଲୀଳା । ସ୍କୁଲର ପାଚିକା ମାନେ ରୋଷେୟାଙ୍କୁ କରୁଥିଲେ ପ୍ରେମ ନିବେଦନ । ପ୍ରଧାନ ଶିକ୍ଷକ ଜଣଙ୍କ ପ୍ରେମ ନିଶାରେ ଏତେ ଉବୁଟୁବୁ ହେଉଥିଲେ ଯେ ଭୁଲି ଯାଇଥିଲେ ନିଜର ସ୍ଥାନ ଆଉ ରୋଷେୟାଙ୍କ ସ୍ଥାନ । ନିଜେ ପ୍ଲାଷ୍ଟିକ ଚେୟାରରେ ବସୁଥିଲେ ଆଉ ରୋଷେୟାଙ୍କୁ ପ୍ରଧାନଙ୍କ ସ୍ଥାନରେ ବସିବାକୁ ଅନୁମତି ଦେଉଥିଲେ । ଏହା ପ୍ରଧାନ ଶିକ୍ଷକଙ୍କ ବଡ ପ୍ରେମ ନଥିଲା ବଂର ଏହା ଥିଲା ପ୍ରଧାନ ଶିକ୍ଷକଙ୍କ ଉଛୁଳା ପ୍ରେମ । ହେଲେ ଏହି ଉଛୁଲା ପ୍ରେମ ପାଇଁ ବର୍ତ୍ତମାନ ବହେ ନାମ ନେବାକୁ ପଡ଼ିଛି ।

ସ୍କୁଲ ଭିତରେ କବାଟ ବନ୍ଦ କରି ଭିତରେ ଚାଲିଥିଲା ଚୋରା ପିରତି ପ୍ରଧାନ ଶିକ୍ଷକ ଆଉ ସ୍କୁଲ ରୋଷେୟାଙ୍କ ମଧ୍ୟରେ । ହେଲେ ଏହି ଚୋରା ପିରତି ଧରା ପଡ଼ିଯିବା ପରେ । ଦୁହେଁ ଫାଙ୍କି ଦେଉଥିଲେ । ହେଲେ ଗ୍ରାମବାସୀଙ୍କ କବଳରୁ କିନ୍ତୁ ବଞ୍ଚି ପାରିଲେ ନାହିଁ । ଆଉ ଶେଷରେ ପ୍ରଧାନ ଶିକ୍ଷକଙ୍କ ସାଥିରେ ଗ୍ରାମବାସୀ ଏପରି କରିଲେ ଯାହା ସମସ୍ତଙ୍କ ଚିନ୍ତାର ବାହାରେ ।

ଗ୍ରାମବାସୀ ମାନେ ପ୍ରଧାନ ଶିକ୍ଷକ ଓ ରୋଷେୟାଙ୍କୁ ଧରି ସ୍କୁଲ ପରିସର ଭିତରେ ପ୍ରଧାନ ଶିକ୍ଷକଙ୍କ ବେକରେ ଜୋତା ମାଳ ପକାଇ ବୁଲାଇ ଥିଲେ । ବନ୍ଧୁଗଣ ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର ଆଉ ବିଦ୍ୟାଳୟରେ ଶିକ୍ଷକ ସାକ୍ଷାତ ଈଶ୍ୱର । ହେଲେ ସେହି ବିଦ୍ୟାର ମନ୍ଦିରରେ ଯଦି ଶିକ୍ଷକ ଭିଆଉଛନ୍ତି ଏପରି କାଣ୍ଡ ।

ତାହାଲେ ଏମାନେ ଛୋଟ ଛୋଟ କୋମଲମତି ଶିଶୁ ମାନଙ୍କୁ କେଉଁ ଶିକ୍ଷା ଦେଉଥିବେ ତାହା ଏଥିରୁ ସ୍ପଷ୍ଟ ଭାବରେ ବୁଝି ହେଉଛି । ଶିକ୍ଷକ ମାନେ ସମାଜକୁ ଏକ ସୁନ୍ଦର ବାର୍ତା ଦିଅନ୍ତି । ଶିକ୍ଷକ ମାନେ ସମାଜକୁ ପରିବର୍ତ୍ତନ କରିଥାନ୍ତି । ହେଲେ ଏଠାରେ କିନ୍ତୁ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଯିଏ ବଦଳାଇବେ ଯିଏ ପିଲା ମାନଙ୍କ ଭବିଷ୍ୟତ ଗଢିବେ ସେ ନିଜେ ହିଁ ଅବଟରେ ପାଦ ଦେଇଛନ୍ତି । ତେବେ ଏଭଳି ପରିସ୍ଥିତିରେ ଗ୍ରାମବାସୀଙ୍କ କହିବା କଥା ଏହି ଶିକ୍ଷକଙ୍କ ଠାରୁ ଛାତ୍ର ଛାତ୍ରୀ ମାନେ କେଉଁ ଶିକ୍ଷା ଗ୍ରହଣ କରିବେ ।

ଶିକ୍ଷାର ମନ୍ଦିରକୁ ଏହି ପ୍ରଧାନ ଶିକ୍ଷକ ମନେ ମନେ OYO ଭାବି ନେଇ କରୁଥିଲେ ରାସ ଚୋରାପିରତି । ତେବେ ବୋଧେ ହୁଏ ପ୍ରଧାନ ଶିକ୍ଷକ ଭୁଲି ଯାଇଥିଲେ ଏହା ଏକ ଶିକ୍ଷାର ମନ୍ଦିର ବୋଲି ଆଉ ଯେଉଁ ମନ୍ଦିରରେ ସେ ନିଜେ ହିଁ ଜଣେ ଦେବତା । ତେବେ ବର୍ତ୍ତମାନ ଏହି ପ୍ରଧାନ ଶିକ୍ଷକଙ୍କ କାଣ୍ଡ କାରନାମା ସାମ୍ନାକୁ ଆସିବା ପରେ ପ୍ରଧାନ ଶିକ୍ଷକଙ୍କ ବେକରେ ଚପଲ ମାଳ ପିନ୍ଧାଇ ଗ୍ରାମବାସୀ ଦେଇଛନ୍ତି ଏକ ସୁନ୍ଦର ପୁରସ୍କାର। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଲୋକେ ପ୍ରଧାନଙ୍କ ଉପରେ ଦୃଢ଼ କାରଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *