ମୋ ଗୁହାଳ ଯୋଜନାରେ ମିଳିଲାନି ଘର । ଆଉ ନ୍ୟାୟ ଦାବି କରି ପଞ୍ଚାୟତ ସମିତି ମିଟିଙ୍ଗରେ ପହଞ୍ଚିଲା ଛେଳି ।

ଆମ ଦେଶରେ କୃଷକ ମାନଙ୍କ ପାଇଁ ଏବଂ ଚାଷ ଯେପରି ସୁରୁଖୁରରେ ହେବ ସେଥିପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଚାଷୀ ମାନଙ୍କୁ ଯେପରି କୌଣସିଥିରେବି କିଛି ସମସ୍ୟା ନହୁଏ । ପୁଣି ଗୃହପାଳିତ ପଶୁ ପାଳନ ମଧ୍ୟ ଏକ ପ୍ରକାରର ଚାଷ କରିଲେ ଚଳେ । ତେବେ ଛେଳି କଣ କେବେ ନିଜ ପାଇଁ ନ୍ୟା-ୟ ମାଗି ପାରିବ । ଏଭଳି ଏକ ଘ-ଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ।

ହଁ , ଏଭଳି ଏକ ଘ-ଟଣା ଏକ ପଞ୍ଚାୟତ ସମିତି ମିଟିଙ୍ଗ ସମୟରେ ଦେଖିବାକୁ ମିଳିଛି । ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ଛେଳି ଧରି ମିଟିଙ୍ଗ ହେଉଥିବା ସ୍ଥାନକୁ ପଶି ଯାଉଛନ୍ତି ଏବଂ ଏହି ସମୟରେ ବ୍ଲକ ଅଧ୍ୟକ୍ଷ ଛେଳିକୁ ଜଲଦି ବାହାର କରିବାକୁ କହୁଛନ୍ତି ।

ବ୍ଲକ ପଞ୍ଚାୟତ ମିଟିଙ୍ଗରେ ବର୍ତ୍ତମାନ ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ଛେଳି ସମିତି ସଭ୍ୟଙ୍କ ସହିତ ସମିତି ମିଟିଙ୍ଗକୁ ନ୍ୟା-ୟ ମାଗିବା ପାଇଁ ଯାଇଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ ମୋ ଗୁହାଳ ଯୋଜନାରେ ବିଗତ ଦେଢ଼ ବର୍ଷ ମଧ୍ୟରେ ପ୍ରାୟ ୮୯୫ଟି କାର୍ଯ୍ୟ ଉତ୍ସ ଦିଆଯାଇଥିଲେ ମଧ୍ୟ ଟଙ୍କା ନପଡ଼ୁଥିବାର ଥିବାର ସାଧାରଣ ଜନତା ମାନେ ବାରମ୍ବାର ସମିତି ସଭ୍ୟଙ୍କ ନିକଟରେ ଦାବି କରି ଆସୁଛନ୍ତି । ଲୋକଙ୍କ ଅଭିଯୋଗ ପରେ ଅତିଷ୍ଠ ହୋଇ ଦେଓଗାଁ ବ୍ଲକ ହାତୀସାରା ପଞ୍ଚାୟତ ସମିତି ସଭ୍ୟ ବିଶ୍ୱଜିତ ପାତ୍ର ଗୋଟିଏ ଛେଳି ନେଇ ପ୍ରତିବାଦ କରିବାକୁ ଯାଇଥିଲେ ।

ପ୍ରଥମେ ସମିତି ଅଧ୍ୟକ୍ଷ ରା-ଗିଯାଇ ଉକ୍ତ ସମିତି ସଭ୍ୟଙ୍କୁ ବାହାରି ଯିବାକୁ କହିଥିଲେ । ମାତ୍ର ବିଶ୍ୱଜିତ ପାତ୍ର ନିଜ ଦାବିରୁ ଓହରି ଯାଇ ନଥିଲେ । ତେବେ ଏହା ଜନସାଧାରଣଙ୍କର ମାନଗଢ଼ା ଦାବି ନୁହେଁ ଯେ ଗୋଟିଏ ଦିନରେ ଶେଷ ହୋଇଯିବ । ବର୍ଷେରୁ ଅଧିକ ହେବ ଜନସାଧାରଣ ମୋ ଗୁହାଳ ଯୋଜନାରେ ଗୁହାଳ ତିଆରି କରିଥିଲେ ହେଁ ଏବେ ସୁଦ୍ଧା ଟଙ୍କା ମିଳିନାହିଁ । ଯାହା ବିଶ୍ୱଜିତ ପାତ୍ର କହିଛନ୍ତି । ତେବେ ବର୍ତ୍ତମାନ ଏଭଳି ଏକ ଘ-ଟଣା ଘଟିବା ପରେ , ପର ମୁହୂର୍ତ୍ତରେ ବ୍ଲକର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ମିଳିମିଶି ସମାଧାନ କରିବା ପାଇଁ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *