ମିଳିଲା ବାପା ଚନ୍ଦନର ମୃ-ତ୍ୟୁ ଦେହ କିନ୍ତୁ ଏବେ ସୁଦ୍ଧା ନି-ଖୋଜ , ଝିଅ ତୃପ୍ତି ।

ଏଇ ଦୁଇ ଦିନ ତଳେ ଜଣେ ବାପା ନିଜର ୨ ବର୍ଷର କୁନି ଝିଅକୁ ନେଇ ନଦୀରେ ଡେଇଁ ଜୀବନ ହାରିଥିବା ଘ-ଟଣା ଶୁଣିବାକୁ ମିଳିଥିଲା । ଆଉ ନଦୀରେ ପାଣି ଅଧିକ ଥିବାରୁ ପୋ-ଲିସ ଏବଂ ଉ-ଦ୍ଧାର କର୍ମୀ ସେମାନଙ୍କ ପତ୍ତା ପାଇ ନଥିଲେ । ତେବେ ଦୁଇ ଦିନ ହେବ ବାପ ଝିଅଙ୍କୁ ଖୋଜା ଚାଲିଥିଲେ ହେଁ ଆଜି ବାପାର ମୃ-ତ ଦେହ କୂଳରେ ମିଳିଛି । କିନ୍ତୁ ଏବେ ସୁଦ୍ଧା କୁନି ଝିଅର ପତ୍ତା ମିଳିନାହିଁ । କହିରଖିବୁ ଯେ ଚନ୍ଦନ ନିଜ ଝିଅ ତୃପ୍ତିକୁ ନେଇ ଆ-ତ୍ମହ-ତ୍ୟା କରିବା ପୂର୍ବରୁ ହିଁ ନିଜ ଭଉଣୀ ସହିତ କଥା ହୋଇଥିଲେ । ଆଉ ସେତିକି ବେଳେ କୁନି ଝିଅ ତୃପ୍ତି ନିଜ ବାପାଙ୍କୁ ଗାଡ଼ି ଚଳାଇବାକୁ କହୁଥିଲା ।

ଏପଟେ ଚନ୍ଦନ ନିଜ ବଡ଼ ଭଉଣୀକୁ କହୁଥିଲେ ସେ ନିଜ ଝିଅକୁ ନେଇ ଆ-ତ୍ମହ-ତ୍ୟା କରିବେ ଆଉ ସେ ବିଷୟରେ କେହିବି ଜାଣି ପାରିବେନି । ଚନ୍ଦନ ମାନସିକ ସ୍ତରରେ ଆ-ତ୍ମହ-ତ୍ୟା କରିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ନିଜ ବଡ଼ ଭଉଣୀ ଯେତେ ବୁଝେଇବାକୁ ଚେଷ୍ଟା କଲେବି ସେ ବୁଝି ନଥିଲେ । ଏହାପରେ ନିଜ ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ ।

୨ରୁ ତିନି ଦିନ ପରେ ସେହି ସ୍ଥାନରୁ ପ୍ରାୟ ୧୩ କିଲୋମିଟର ଦୂରରେ ନଦୀ କୂଳରେ ଚନ୍ଦନଙ୍କ ମୃ-ତ ଦେହ ମିଳିଥିବା ବେଳେ ତୃପ୍ତି ଏବେ ସୁଦ୍ଧା ମିଳି ନାହାଁନ୍ତି । ତେବେ ବୈତରଣୀ ନଦୀ ପୋଲ ଉପରୁ ବାପ ଏବଂ ଝିଅ ଡେଇଁ ପଡ଼ିଥିଲେ । ୩୦ ଘଣ୍ଟା ପରେ ଏବେ ବାପାର ମୃ-ତ ଦେହ ଉ-ଦ୍ଧାର ହୋଇଥିଲେ ହେଁ ଝିଅର ଶରୀରର ନଦୀ ସୁଅରେ କେଉଁଠି ଭାସି ଯାଇଥିବ ବୋଲି କହିଛି ପୋ-ଲିସ ।

ଯାଜପୁର ଜିଲ୍ଲା ତ୍ରିଲୋଚନ ପୁର ବୁଢ଼ା ନଦୀରୁ ମିଳିଛି ଚନ୍ଦନ ସାହୁଙ୍କ ମୃ-ତ ଦେହ । ଆଉ ବର୍ତ୍ତମାନ ମଧ୍ୟ ଝିଅ ତୃପ୍ତିକୁ ଖୋଜିବା ଜାରି ରଖିଛନ୍ତି ଉ-ଦ୍ଧାର ଟିମ । ଗତ ୨୭ ତାରିଖରେ ରାତି ୯ ଟା ସମୟରେ ଏଭଳି ବାପା ଝିଅ ଭଦ୍ରକ ନିକଟ ବୈତରଣୀ ନଦୀରେ ଡେଇଁ ପଡ଼ିଥିଲେ ।

କହିରଖିବୁ ଯେ ଚନ୍ଦନ ଗତ ୪ ବର୍ଷ ତଳେ ପାଖ ମଞ୍ଜୁରୀ ଗାଁର ଲକ୍ଷ୍ମୀପ୍ରିୟାଙ୍କୁ ଭଲପାଇ ବିବାହ କରିଥିଲେ । ଦୁହେଁ ମିଶି ସୁରଟରେ ରହୁଥିଲେ । ସେହିଠାରେ ହିଁ ଝିଅଟି ଜନ୍ମ ହୋଇଥିଲା । କିନ୍ତୁ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ହେବାରୁ ସ୍ତ୍ରୀ ଜୀବନ ହାରି ଦେଇଥିଲା । ସେହି ଦୁଃ-ଖରେ ରହୁଥିବା ଚନ୍ଦନ ଶେଷରେ ଏଭଳି ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଯାଇଥିଲେ ।

Leave a Reply

Your email address will not be published. Required fields are marked *