ସତ ଆସିଲା ସାମ୍ନାକୁ, ବ୍ରିଜରୁ ତଳକୁ କାହିଁକି ଡେଇଁଥିଲେ ବାପ ଝିଅ ।

ପରିବାର କା-ନ୍ଦ ବୋବାଳିରେ ଫାଟି ପଡୁଛି । ଜେଜେ ମା ଛାତି ଫଟାଇ ଚି-ତ୍କାର କରି କା-ନ୍ଦୁଛି । ମୋ ବାୟାଣୀ ଲୋ ମୋ ଧନଲୋ ତୁ କୁଆଡେ ଗଲୁ ବୋଲି ଜେଜେ ମା ଚିତ୍କାର କରୁଛି । କାରଣ ଟିକେ ସମୟ ପୂର୍ବରୁ କୁନି ନାତୁଣୀ ଜେଜେ ମାକୁ ଫୋନ୍ କରିଥିଲା । ଆଉ କହିଥିଲା ଜେଜେ ମା ବାପାକୁ ଆଉ ମତେ ତୁ ଆଦୌ ଖୋଜିବୁ ନାହିଁ । ଆମେ ଯାଉଛୁ ମମି ପାଖକୁ । ମମି ଯେଉଁଠି ଅଛି ଆମେ ସେହିଠାକୁ ଯାଉଛୁ । ବାସ ତା ପରେ ଜେଜେ ମା ବ୍ୟସ୍ତ ହୋଇ ଉଠିଥିଲା । କଲ ଆସିଥିବା ନମ୍ବରକୁ କଲ କରିଥିଲା ହେଲେ କିନ୍ତୁ ସେପଟୁ ଫୋନ୍ ଅଫ ଥିଲା ।

ଆଉ ତା ପରେ ଖବର ମିଳିଥିଲା କି ବାପା ଝିଅ ନଦୀକୁ ଡେ଼ଇଁ ପଡିଛନ୍ତି । ବାପା ଝିଅ କୁନି ଝିଅର ମମି ପାଖକୁ ଚାଲି ଯାଇଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକର ଚନ୍ଦନ ସାହୁ କିଛି ବର୍ଷ ପୂର୍ବରୁ ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ କରିଥିଲେ । ଆଉ ଏହା ପରେ ସେ ଯୁବତୀ ଜଣଙ୍କୁ ନେଇ ବାହାର ରାଜ୍ୟ ମାନେ ସୁରଟ ଚାଲି ଯାଇଥିଲେ । ହେଲେ ସେଠାରେ ଯାଇ କିଛି ବର୍ଷ ହସ ଖୁସିରେ ରହିବା ପରେ ଦୁହେଁ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଆଉ ଝିଅ ଜନ୍ମ ହେବା ପରେ କୌଣସି କାରଣକୁ ନେଇ ମା ତାଙ୍କର ଜୀବନ ହାରି ଦେଇଥିଲେ । ଆଉ ଏହା ପରେ କୁନି ଝିଅକୁ ନେଇ ଚନ୍ଦନ ଗାଁକୁ ଆସିଥିଲେ ।

ହେଲେ ସବୁବେଳେ କିନ୍ତୁ ସେ ନିଜ ସ୍ତ୍ରୀକୁ ଝୁରି ହେଉଥିଲେ । ଆଉ ଏହା ପରେ ଚନ୍ଦନ ଧୀରେ ଧିରେ ମାନସିକ ସ୍ତରରେ ଭାଙ୍ଗିବାକୁ ଲାଗିଲେ । ଚନ୍ଦନ ସବୁବେଳେ ଯେଉଁଠି ବସୁଥିଲେ ଖାଉଥିଲେ ତାଙ୍କ ସ୍ତ୍ରୀଙ୍କୁ ମନେ ପକାଉ ଥିଲେ । କୁନି ଝିଅ ବି ତା ମାକୁ ଝୁରି ହେଇ ବହୁତ୍ କା-ନ୍ଦୁ ଥିଲା । ଯାହା ଚନ୍ଦନଙ୍କୁ ଦୁଇ ଗୁଣା ଅଧିକ ଦୁଃ-ଖ ଦେଉଥିଲା । ତେଣୁ ଶେଷରେ ନିଜ ସ୍ତ୍ରୀକୁ ଝୁରି ଝୁରି ଚନ୍ଦନ ନେଇଥିଲେ ଏକ ଚରମ ନିଷ୍ପତ୍ତି ।

ନିଜ ଝିଅ ସହିତ ଚାଲି ଯାଇଥିଲେ ଜୀବନ ହାରିବା ପାଇଁ । ବ୍ରିଜ ଉପରୁ ଛିଡା ହୋଇ ନାତୁଣୀ ତା ଜେଜେ ମାକୁ କଲ କରିଥିଲା । କହିଥିଲା ମା ତୁ କାନ୍ଦିବୁନି କି ଆମକୁ ଆଉ ଖୋଜିବୁନି ଆମେ ଆମ ମମି ପାଖକୁ ଯାଉଛୁ । ଆଉ ଏହା ପରେ ମା କିଛି କହିବା ପୂର୍ବରୁ ସେପଟୁ ଫୋନ୍ କା-ଟି ଦେଇଥିଲେ ଚନ୍ଦନ ଆଉ ଏହା ପରେ ଅଥଳ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ତା ପରେ ପରିବାରରେ ପଡ଼ିଥିଲା କା-ନ୍ଦ ବୋବାଳି । ଜଣଙ୍କ ପାଇଁ କଣ ଦୁଇ ଜଣ ଜୀବନ ହାରି ଦିଅନ୍ତି ବୋଲି ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମା-ରିଥିଲା ।

Leave a Reply

Your email address will not be published. Required fields are marked *