ଏହି ଅଜବ ବ୍ୟକ୍ତିଙ୍କ ଶକ୍ତିରେ ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ, ଏପରି ଆଶ୍ଚର୍ଯ୍ୟ ଦାବି କରୁଛନ୍ତି ଡାକ୍ତର:-

ଆଜିକାଲି ସୋସିଆଲ ମିଡିଆରେ ଏକ ଅଜବ ଶରୀର ବିଶିଷ୍ଟ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି । ଏହି ବ୍ୟକ୍ତିଙ୍କ ଶରୀରର ଗଠନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗ୍ରାହମ୍ ନାମକ ଏହି ବ୍ୟକ୍ତିଙ୍କ ଶରୀର ଗଠନ ଅଦ୍ଭୁତ ହୋଇଥିଲେ ମଧ୍ୟ ତାଙ୍କ ଠାରେ ଏପରି ଶକ୍ତି ଅଛି ଯାହା ସାଧାରଣ ମନୁଷ୍ୟ ଠାରେ ନାହିଁ । ତେବେ ଆସନ୍ତୁ ଜାଣିବା ଗ୍ରାହମଙ୍କ ବିଷୟରେ ।

ଗ୍ରାହମ୍ ବଡ ବଡ ସଡ଼କ ଦୁର୍ଘ-ଟଣାରୁ ନିଜକୁ ରକ୍ଷା କରିପାରେ । ତାଙ୍କ ଶରୀରର ଗଠନ ଏପରି ଯେ ସଡ଼କ ଦୁର୍ଘଟଣାରେ ତାଙ୍କର କିଛି କ୍ଷତି ହେବ ନାହିଁ । ବାସ୍ତବରେ ଗ୍ରାହମଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଗ୍ରାହମଙ୍କୁ ଅଷ୍ଟ୍ରେଲୀୟ ପରିବହନ ଦୁର୍ଘ-ଟଣା ଆୟୋଗ ବିକଶିତ କରିଛି ।

ଆପଣଙ୍କୁ କହିରଖୁଛୁ ଯେ ଗ୍ରାହମ୍ ଜଣେ ଜୀବନ୍ତ ବ୍ୟକ୍ତି ନୁହଁନ୍ତି ବରଂ ସେ ଏକ ସ୍ବତନ୍ତ୍ର ମଡେଲ୍ । ମାନବ ଶରୀର ଭଳି ଦେଖାଯାଉଥିବା ଏହି ମଡେଲକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଭୟଙ୍କର ସଡ଼କ ଦୁର୍ଘ-ଟଣାରେ ମଧ୍ୟ ଏହାର କିଛି କ୍ଷତି ହେବ ନାହିଁ । ଗ୍ରାହମଙ୍କୁ ଫାଇବର ଗ୍ଲାସ୍, ସିଲିକନ୍ ଏବଂ ମାନବ କେଶରେ ପ୍ରସ୍ତୁତ କରାଯାଇଛି ।

‘ଦି ମିରର’ ୱେବସାଇଟ୍ ଅନୁସାରେ ଗ୍ରାହମଙ୍କୁ ଟ୍ରୌମା ସର୍ଜନ, ଦୁର୍ଘ-ଟଣା ଯାଞ୍ଚ୍ ବିଶେଷଜ୍ଞ ଏବଂ ଜଣେ କଳାକାର ପ୍ରସ୍ତୁତ କରିଛନ୍ତି । ଏହା ପଛରେ ଏକ ଭର୍ଚୁଆଲ୍ ମଣିଷ ସୃଷ୍ଟି କରିବାର ଆଇଡ଼ିଆ ଥିଲା, ଯିଏକି ଏକ ଭୟଙ୍କର ଦୁର୍ଘ-ଟଣାରେ ମଧ୍ଯ ବଞ୍ଚିପାରିବ । ମେଲବୋର୍ଣ୍ଣ ହସ୍ପିଟାଲର ସର୍ଜନ ଖ୍ରୀଷ୍ଟିଆନ କେନଫିଲ୍ଡ, କଳାକାର ପାଟ୍ରିସିଆ ପିଚିନିଙ୍କ ସହ ମିଶି ଗ୍ରାହାମଙ୍କୁ ଡିଜାଇନ୍ କରିଛନ୍ତି । ଗ୍ରାହାମର ସମସ୍ତ ଭିନ୍ନ ବିଶେଷତାଗୁଡିକୁ Meetgraham.com.au ସାଇଟରେ ଦେଖାଯାଇପାରିବ ଯାହା ଏକ 360 ଡିଗ୍ରୀ ଇଣ୍ଟରେକ୍ଟିଭ୍ ଟୁଲ୍ ଅଟେ ।

Leave a Reply

Your email address will not be published. Required fields are marked *