ଆପଣଙ୍କ ଏହି ୫ଟି ଜିନିଷ ଘରକୁ ଗରିବୀ ଆଣିକୀ ଆସିଥାଏ…

ବନ୍ଧୁମାନେ ଆମେ ଆମ ଜୀବନରେ ସୁଖ, ସମୃଦ୍ଧି ପାଇବା ପାଇଁ ଶାସ୍ତ୍ର ଅନୁଯାୟୀ ବହୁ ବାସ୍ତୁଗତ ସମସ୍ୟା ଉପରେ ଧ୍ୟାନ ଦେଉ। ଏହା ବ୍ୟତୀତ କେଉଁ କେଉଁ ନିୟମ ମାନ ମାନିବାକୁ ହେବ। ତାହା ଉପରେ ମଧ୍ୟ ଧ୍ୟାନ ଦେଇଥାଉ।ଆମର ବିଚାର ଧାରା ବା ଆମର ଆଚାର ବ୍ୟବହାର ଆମ ବ୍ୟକ୍ତିତ୍ୱର ପରିଚୟ ହୋଇଥାଏ। ଇଶ୍ୱରଙ୍କୁ ପୂଜା କରିବା ଆମର ସମସ୍ତ ଭଲ ଅଭ୍ୟାସ ଠାରୁ ଏହା ସର୍ବୋତ୍ତମ ହୋଇଥାଏ। ଆମର ସମସ୍ତ କାର୍ଯ୍ୟକୁ ଛାଡି ଆମେ ସର୍ବ ପ୍ରଥମେ ଇଶ୍ଵର ଆରାଧନା କରିବା ଉଚିତ୍।ପ୍ରତିଦିନ ଘରେ ପୂଜା ହେବା ମଧ୍ୟ ଉଚିତ୍।

ଦିନରେ ଥରେ ହେଉନା କାହିଁକି ଇଶ୍ଵର ଆରାଧନା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ହୋଇଥାଏ।ଏହାଦ୍ବାରା ମାନସିକ ଶାନ୍ତି ମିଳିବା ସହିତ ଘର ପରିବାରରେ ଖୁସିର ଲହର ଆସିଥାଏ।ଜୀବନରେ ଟଙ୍କା ବହୁତ୍ ମହତ୍ତ୍ଵ ପୂର୍ଣ୍ଣ ହୋଇଥାଏ।ସେଥିପାଇଁ ଧନର ଅଧିଷ୍ଠାତ୍ରୀ ଦେବୀ ମାତା ମହା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆମ ସମସ୍ତଙ୍କୁ ନିହାତି ଦରକାର୍ ଅଟେ।କେଉଁ ଘରେ ମହାଲକ୍ଷ୍ମୀ ବାସ କରନ୍ତି ସେହି ଘରେ ଆଦୌ ଦାରିଦ୍ର୍ୟତା ଆସେ ନାହିଁ।କେବେକେବେ ଏପରି ହୁଏକି ବ୍ୟକ୍ତି ବହୁତ୍ ପରିଶ୍ରମ ତ କରେ ହେଲେ ତାକୁ ସଫଳତା ମିଳେ ନାହିଁ।

ଏହି ସବୁର କାରଣ ଲୋକଙ୍କୁ ଜଣା ନଥାଏ।ହେଲେ ଆମର କିଛି ଖରାପ ଅଭ୍ୟାସ ଆମକୁ ଏପରି ଭୋଗିବାକୁ ହୋଇଥାଏ।ମହାଲକ୍ଷ୍ମୀ ଆମ ସାଙ୍ଗେ ରୁହନ୍ତି ନାହିଁ। ଆମ ହାତକୁ ପଇସା ନଆସୁ ବା ଆମ ହାତକୁ ପଇସା ଆସିକି ଖର୍ଚ୍ଚ ହେଇଯିବା ହେଉଛି ମହାଲକ୍ଷ୍ମୀଙ୍କର କୃପାର ଅଭାବ।ଯେଉଁ ଘରେ ମହାଲକ୍ଷ୍ମୀଙ୍କ ବାସ ହୋଇଥାଏ ବା ତାଙ୍କୁ ପ୍ରସନ୍ନ କରାଯାଏ।

ସେହି ଘର ଉପରେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି।ଲୋକଙ୍କର ଖରାପ ଅଭ୍ୟାସ ମାତାଲକ୍ଷ୍ମୀଙ୍କର ଅପମାନ ସଦୃଶ ହୋଇଥାଏ।ଏହା ସହିତ ସେହି ଘରେ ଅଶାନ୍ତି ଲାଗିରହିବା ସହ ଓ ଦାରିଦ୍ର୍ୟତା ମଧ୍ୟ ଦେଖା ଦିଏ।ମନୁଷ୍ୟର ଏପରି କଣ ଖରାପ ଅଭ୍ୟାସ ଅଛି ଯାହା ମାତା ଦେଖି ରୋଷ କରନ୍ତି ଅବା ଘରୁ ଛାଡି ଛାଲି ଯାଆନ୍ତି।ଆସନ୍ତୁ ଜାଣିବା ଏହି ବିଷୟରେ।

୧. ଯେଉଁଘରେ ପ୍ରତିଦିନ ଇଶ୍ୱରଙ୍କୁ ପୂଜା ଆରାଧନା କରାଯାଏ ବା ଇଶ୍ଵରଙ୍କ ଆଗରେ ଦୀପ ଜଳା ଯାଏ ସେହି ଘରେ ଇଶ୍ୱରଙ୍କ କୃପା ବନି ରୁହେ।

୨. ଘରେ ନିତିଦିନ ପୂଜା କରିବା ସହିତ ଘରର ଅଗଣାରେ ଚଉରା ରଖାଯାଏ।ସେଥିରେ ସକାଳେ ଧୂପ ଦେଇ ପୂଜା କରିବା ସହିତ ସନ୍ଧ୍ୟାରେ ଦୀପ ଜଳା ଯାଏ।ସେଠାରେ ମାତାଲକ୍ଷ୍ମୀ ବହୁ ପ୍ରସନ୍ନ ହୁଅନ୍ତି।

୩. ଶୁକ୍ରବାର ମାତାଲକ୍ଷ୍ମୀଙ୍କ ପ୍ରିୟ ବାର ହୋଇଥିବାରୁ ଏହିଦିନ ମାତା ଲକ୍ଷ୍ମୀଙ୍କୁ ଭଲ ମନରେ ପୂଜା ଆରାଧନା କଲେ।ସେ ପ୍ରସନ୍ନ ହୁଅନ୍ତି ଓ ସେ ଆମର ସବୁ ମନୋକାମନା ପୂର୍ଣ୍ଣ କରନ୍ତି।ଘରର ମୁଖ୍ୟ ଦ୍ଵାର ସବୁବେଳେ ତୋରଣ ବା ରଙ୍ଗୋଲିରେ ସଜେଇ ରଖନ୍ତୁ।ଏହାସହ ମୁଖ୍ୟ ଦ୍ଵାର ବା ଏହାର ଆଖ ପାଖ ସଫା ସୁତୁରା ରଖନ୍ତୁ। ସେଠାରେ ଚପଲ,ଅଳିଆ ଆବର୍ଜନା କରି କେବେବି ରଖନ୍ତୁ ନାହିଁ।ଏହାର ସୁନ୍ଦରତାର ପରିଚୟ ହିଁ ମାତାଲକ୍ଷ୍ମୀଙ୍କ ପ୍ରବେଶର ଆଶଙ୍କା ରହିଥାଏ।

ମାତା ଲକ୍ଷ୍ମୀ ଏପରି ଘରେ ପ୍ରବେଶ କରିବାକୁ ଚାହାନ୍ତି ଯେଉଁଠାରେ ସୁଧ ଓ ସୁନ୍ଦର ବାତାବରଣ ରହିଥାଏ।ତେଣୁ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ଘରକୁ ଆମନ୍ତ୍ରଣ କରିବାକୁ ଚାହାନ୍ତି ତେବେ ଘରର ବାତାବରଣ (ପ୍ରବେଶ ଦ୍ଵାର,ଘର ଭିତର)ସବୁବେଳେ ସଫା ରଖିବା ସହ ପୋଛା ମଧ୍ୟ ଲଗାନ୍ତୁ।

୪.ଘରକୁ ଆସୁଥିବା ସାଧୁ,ସନ୍ଥ,ଜ୍ଞାନୀ,ଅତିଥିଙ୍କୁ ସବୁବେଳେ ସମ୍ମାନିତ କରିବା ଉଚିତ୍।ବିନା କାରଣରେ ତାଙ୍କ ଉପରେ ନରାଗି ତାଙ୍କ ଉପରେ ଖୁସି ଖୁସି ତାଙ୍କର ସ୍ଵାଗତ ଏବଂ ଉଚିତ୍ ଆଦର ,ସମ୍ମାନ କରିବା ଦରକାର୍।ଧ୍ୟାନ ରଖିବେ ଇଶ୍ଵର ଏହି ଲୋକଙ୍କ ସାଙ୍ଗରେ ବି ବେଳେବେଳେ ଘରକୁ ଆସନ୍ତି। ତେଣୁ ଏପରି କେବେବି ତାଙ୍କୁ ଅଣ ଦେଖା କରିବେ ନାହିଁ।

୫.ଘରର ବଡ ବା ବୟସ୍କ ବୃଦ୍ଧ ବା ବୃଦ୍ଧା,ମହିଳା ଏବଂ ଛୋଟ ପିଲାଙ୍କର କେବେ ଅପମାନିତ କରିବା ଉଚିତ୍ ନୁହେଁ।ସବୁବେଳେ ତାଙ୍କୁ ସମ୍ମାନ ଦିଅନ୍ତୁ ଓ ନିଜ ଘରେ ବିନା କାରଣରେ ଏମାନଙ୍କ ଅପମାନ ହେଉ ଏହି କଥା ଉପରେ ଗୁରୁତ୍ବ ନିଶ୍ଚୟ ଦେବେ।କେଉଁ ବ୍ୟକ୍ତି ଉପରେ ବେଇମାନୀ,ଦୁଃଵ୍ୟବହାର କେବେବି କରିବେ ନାହିଁ ଅବା କେଉଁ ବ୍ୟକ୍ତିର ମଜବୁରିର ଫାଇଦା ମଧ୍ୟ ଉଠାନ୍ତୁ ନାହିଁ।ଏହି ସବୁ କଥା ମହାଲକ୍ଷ୍ମୀଙ୍କୁ ଅପ୍ରିୟ ଅଟେ।ଏହି ସବୁ ଦୁଷ୍ମନି ପାଇଁ ମହାଲକ୍ଷ୍ମୀ ରୋଷ କରନ୍ତି।

୬.ଘରର ବାତାବରଣ ସବୁବେଳେ ଖୁସି ରଖିବା ଉଚିତ୍।ଘରେ ବିନା କାରଣରେ କଳି ନହେଉ ଏହା ଉପରେ ଧ୍ୟାନ ରଖିବା ଉଚିତ୍। ଯେଉଁ ଘରେ ସବୁବେଳେ କଳି ଲାଗିଥାଏ ସେହି ଘରେ ମହାଲକ୍ଷ୍ମୀ ବିଲକୁଲ ମଧ୍ୟ ପ୍ରବେଶ କରନ୍ତି ନାହିଁ।

୭.ବିନା କାରଣରେ ପଇସା ଏବଂ ଧନ ଉପରେ ଗର୍ବ କରନ୍ତୁ ନାହିଁ।ପଇସାର ବିନା କାରଣରେ ଖର୍ଚ୍ଚ କରନ୍ତୁ ନାହିଁ ଅବା ଧନର ଦୁର୍ବ୍ୟବହାର କରନ୍ତୁ ନାହିଁ। ଏହା ମହାଲକ୍ଷ୍ମୀଙ୍କ କୃପା ଭାବି ଏହାର ସୁରକ୍ଷା ସବୁବେଳେ କରିବା ଉଚିତ୍।ସବୁ ପୂଜା ପର୍ବରେ ନିଜ ଧନର ବିଧିପୂର୍ବକ ପୂଜା ବିଧି ମଧ୍ୟ କରିବା ଉଚିତ୍।

୮.ନିଜ ଘରର ମୁଖ୍ୟ ଦ୍ଵାରରେ ଗୋଟେ ବାଲ୍ଟିରେ ପାଣି ଭରି ରଖିବା ଅଉଚିତ୍।ପାଣି ଉତ୍ତର ପୂର୍ବ ବା ଉତ୍ତର ଦିଗରେ ରଖିବା ଉଚିତ୍।ଘର ପାଖରେ ପ୍ରାକୃତିକ ପରିବେଶ ରହିବା ଉଚିତ୍ ହେଲେ ଘର ପାଖରେ ଶୁଖିଲା ଗଛ ରଖିବେ ନାହିଁ।କେବେବି ଗୋଟେ ଘରେ ୩ଟି କବାଟ ବା ଦ୍ଵାର ରଖିବା ଉଚିତ୍ ନୁହେଁ।ଏଥିରେ ପରିବାର ଲୋକଙ୍କର ଦେହ ଖରାପ ରହିବା ସହ ଘରକୁ ରୋଗ ଆସେ।କେବେ ଦ୍ଵାର ପଛରେ କ୍ୟାଲେଣ୍ଡର ଲଗେଇବା ଅନୁଚିତ୍।ଏଥିରେ ବାସ୍ତୁ ଜନିତ ସମସ୍ୟା ଦେଖାଦିଏ।

୯.ପୂଜା ଘରକୁ ଏପରି ଜାଗାରେ ରଖନ୍ତୁ ଯେଉଁଠି ଶୌଚାଳୟ,ଅସନା ବା ଅପରିଷ୍କାର ଜାଗା ହୋଇନଥିବ।ପୂଜା ଘରକୁ ସିଡି ତଳେ ମଧ୍ୟ ରଖିବା ଅନୁଚିତ୍।ଶୋଇବା କକ୍ଷରେ ଖାଇବା ବାସନ ରଖିବେ ନାହିଁ ବା ଯଦି ଖାଇବା ଖାଉଛନ୍ତି ତେବେ ଖାଇବା ପରେ ତୁରନ୍ତ ଏହି ଜାଗା ସଫା ରଖନ୍ତୁ।ଏହି କଥା ଉପରେ ଧ୍ୟାନ ନଦେଲେ ପତି ପତ୍ନୀଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

୧୦.ଘରେ ଖରାପ ଘଡି ବା ଅଚଳ ଘଡି ରଖନ୍ତୁ ନାହିଁ।ଏପରି ଘଡି ରଖିଲେ ଆସୁଥିବା ଭାଗ୍ୟ ଅଟକି ଯାଏ।ବୁଡ଼ିଥିବା ନୌକା,ତାଜମହଲ,ଜଙ୍ଗଲି ପଶୁଙ୍କ ଚିତ୍ର,କଣ୍ଟା ଜାତୀୟ ଗଛର ଚିତ୍ର ଆଦି ଲଗେଇବା ଅନୁଚିତ୍।ଏହାଦ୍ବାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ।

୧୧. ଆପଣଙ୍କ ଶୋଇବା କକ୍ଷରେ ଯଦି ଦ୍ଵାର ଆଡ଼କୁ ଗୋଡ଼ ନାରୀ ଶୁଅନ୍ତି ତେବେ ଏହା ମଧ୍ୟ ଅଶୁଭ ଲକ୍ଷଣ ଅଟେ।ଏପରି ମାନ୍ୟତା ଅଛି କି ଯଦି ଘରକୁ ଲକ୍ଷ୍ମୀ ଆସନ୍ତି ତେବେ ଦୁଆରୁ ଦୁଆରୁ ହିଁ ଚାଲି ଜାଆନ୍ତି।

୧୨.ଆପଣଙ୍କୁ ଶୋଇବା ସମୟରେ ବେଡ ଉପରେ ବା ତା ପାଖରେ ଘଡି ରଖିବା ଅନୁଚିତ୍।ଏପରି ଘରେ ନକାରାତ୍ମକ ବାସ ହୋଇଥାଏ ଏବଂ ଘରେ ବାସ୍ତୁ ଦୋଷ ଲାଗିଥାଏ।

୧୩.ଘରେ ପାରୁଥିବା ବେଡସିଟ ବହୁତ୍ ସାଧାରଣ ହୋଇଥିଲେ ମଧ୍ୟ ଅଧିକ ଚମକୁଥିବା ବେଡ଼ସିଟ୍ ପାରିବା ଏହା ଘର ପାଇଁ ଲକ୍ଷ୍ମୀଙ୍କ ଆଗମନ କୁ ରୋକି ଥାଏ।

୧୪.ଯଦି ଆପଣଙ୍କ ବେଡ ଉପରେ କୌଣସି ଲୁହା ଜିନିଷ ଅଛି।ତାହା ମଧ୍ୟ ବାସ୍ତୁ ଜନିତ ଦୋଷ ହୋଇଥାଏ।ଆପଣ ନିଜ ବେଡ ଉପରେ କୌଣସି ଲୁହା ଜିନିଷ ବା ବସ୍ତୁ ଯେପରି ପଙ୍ଖା ଏପରି କିଛି ଜିନିଷ ରଖନ୍ତୁ ନାହିଁ।ଏପରି କଲେ ଆପଣଙ୍କ ଘରେ ଲକ୍ଷ୍ମୀ ଆସନ୍ତି ନାହିଁ।

୧୫.ଧ୍ୟାନ ରଖିବେ ଯେଉଁ ଘରେ ଆପଣ ଶୁଅନ୍ତି ସେହି ଘରେ କେବେ ମନ୍ଦିର ବା ଠାକୁରଙ୍କ ମୂର୍ତ୍ତି ସହିତ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଫଟୋ ରଖନ୍ତୁ ନାହିଁ।ଏହି ସବୁ ଗୁରୁତ୍ବପୂର୍ଣ୍ଣ କଥା ମାନ ଆପଣ ଗୁରୁତ୍ବ ଦିଅନ୍ତୁ ଯାହା ଫଳରେ ମହାଲକ୍ଷ୍ମୀ ଘରକୁ ଆସନ୍ତି।

Leave a Reply

Your email address will not be published. Required fields are marked *