କଟକରେ ଚାଞ୍ଚଲ୍ୟ ! ଏକ ମାସ କାଳ ନାବାଳିକା ଝିଅକୁ ଘର ଭିତରେ ଦୁ-ଷ୍କ-ର୍ମ କରୁଥିଲା ବାପା :-

ଭାରତ ହେଉ କିମ୍ବା ଅନ୍ୟ ଦେଶ ହେଉ ମହିଳାଙ୍କୁ ଦୁ-ଷ୍କ-ର୍ମ ହେଉଥିବା ଘଟଣା ପ୍ରତିଦିନ ଶୁଣିବାକୁ ମିଳୁଛି । କିନ୍ତୁ ଯଦି ଜଣେ ଜନ୍ମ କଲା ବାପା ନିଜ ଝିଅକୁ ଦୁ-ଷ୍କ-ର୍ମ କରେ ତେବେ କେଉଁ ବ୍ୟକ୍ତି ଉପରେ ବା ଜଣେ ଝିଅ ଭରସା କରିବ ? ଏହିପରି ଏକ ଘଟଣା କଟକରେ ଘଟିଛି ଯେଉଁଠି ଜଣେ ବାପା ଏକ ମାସ ହେବ ଘର ଭିତରେ ନିଜ ନାବାଳିକା ଝିଅକୁ ଦୁ-ଷ୍କ-ର୍ମ କରିଛି ଯାହା ସମ୍ବନ୍ଧରେ ପୀଡ଼ିତା ନାବାଳିକା ଝିଅ ଥାନାରେ ଅଭିଯୋଗ ଆଣିଛି ।

ତେବେ ଏହି ଘଟଣା କଟକର ବାଦାମବାଡ଼ି ଥାନାରୁ ଏହି ଘଟଣା ଜଣା ପଡ଼ିଛି । ପିଡ଼ିତା ନାବାଳିକାର ଅଭିଯୋଗ ଅନୁଯାୟୀ ଦୁ-ଷ୍କ-ର୍ମ କରିଥିବା ବାପାକୁ ପୋଲିସ ଉଠାଇଥିବା ସୂଚନା ରହିଛି । ତେବେ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣଙ୍କର ହୋସ ଉଡ଼ିଯିବ । ପିଲାମାନେ ନିଜ ପରିବାର କହିବାକୁ ଗଲେ ବାପା ମା ଙ୍କ ପାଖରେ ସବୁବେଳେ ନିର୍ଭୟରେ ରହିଥାନ୍ତି । କିନ୍ତୁ ଯଦି ସେହି ବାପା ଦାନବ ପାଲଟି ଯାଏ ତେବେ ଆଉ କେହିବି ନିଜ ବାପା ଉପରେ ଭରସା କରିବେ କି ।

ବାସ୍ତବରେ ସୂଚନା ଅନୁଯାୟୀ ଏହି ଘଟଣା ବାଦାମବାଡ଼ି ଥାନା ଶଙ୍କରପୁର ମଙ୍ଗଳାଲେନ ଅଞ୍ଚଳର ଅଟେ । ପରିବାରରେ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ଝିଅ । କିଛିଦିନ ତଳେ ସ୍ତ୍ରୀ ଅନ୍ୟ କେଉଁ ଯୁବକ ସହ ପଳାଇ ଯିବାପରେ ଘରେ ଦୁଇଝିଅ ବାପାଙ୍କ ସହିତ ରହୁଥିଲେ । ସ୍ୱାମୀ ଜୟଶ୍ରୀ ସିନେମା ହଲ ନିକଟରେ ଫଳ ବ୍ୟବସାୟ କରେ । କିନ୍ତୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ୧୫ ବର୍ଷୀୟା ନାବାଳିକା ଝିଅକୁ ବାପା ଏକ ମାସ ହେବ ଘର ଭିତରେ ଦୁ-ଷ୍କ-ର୍ମ କରି ଆସୁଥିଲା ।

ତେଣୁ ଯୌ-ନ ନିର୍ଯାତନା ରେ ଅତିଷ୍ଠ ହୋଇ ନାବାଳିକା ଜଣକ ବାଦାମବାଡ଼ି ଥାନାରେ ନିଜ ପିତାଙ୍କ ନାମରେ ଅଭିଯୋଗ ଆଣିବା ପରେ ପୋଲିସ ଏହି ଘଟଣାକୁ ଗ୍ରହଣ କରି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରିଛି । ତେଣୁ ପ୍ରଥମେ ପୋଲିସ ନାବାଳିକାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବଂସୁନ୍ଧରାରେ ଭର୍ତ୍ତି କରିଛି ଏବଂ ୧୨ ବର୍ଷୀୟ ସାନ ଭଉଣୀକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ପିତାକୁ ଗି-ର-ଫ କରିଛି । ଆସନ୍ତାକାଲି ପୀଡ଼ିତ ନାବାଳିକାଙ୍କୁ ସିଡବ୍ଲୁସି ରେ ହଜାର କରାଯାଇ ବୟାନ ରେକର୍ଡ଼ କରାଯିବାର ସୂଚନା ରହିଛି । ଯାହାଦ୍ୱାରା ଅଭିଯୁକ୍ତଙ୍କ ଉପରେ କଠିନ କାର୍ଯ୍ୟା-ନୁଷ୍ଠାନ ନିଆଯାଇ ପାରିବ ।

ତେବେ ଏଭଳି ଘଟଣା କଟକରେ ପ୍ରଥମଥର ପାଇଁ ନୁହେଁ ବରଂ ଗତ ୧୦ ବର୍ଷ ମଧ୍ୟରେ ଏହା ସପ୍ତମ ଘଟଣା ଅଟେ । ସେହି ଘଟଣା ମଧ୍ୟରୁ ୨୦୧୩ ନଭେମ୍ବର ୧୩ ରେ ଝିଅକୁ ଦୁ-ଷ୍କ-ର୍ମ ଅଭିଯୋଗରେ ବାପା ସୁରଜ ପ୍ରସାଦକୁ ମହିଳା ଥାନା ପୋଲିସ ଗିରଫ କରିଥିଲା । ୨୦୧୬ ମେ ୨୦ ତାରିଖରେ ଗୋପାଳ ଦାସକୁ ଦୁ-ଷ୍କ-ର୍ମ ଅଭିଯୋଗରେ ବାରଙ୍ଗ ଥାନା ପୋଲିସ ଗିରଫ କରିଥିଲା , ୨୦୧୮ ଜୁନ ୨ ତାରିଖରେ ଚୌଦ୍ୱାର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁ-ଷ୍କ-ର୍ମ , ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ ନିଜ ଝିଅକୁ ଦୁ-ଷ୍କ-ର୍ମ କରି ଗର୍ଭବତୀ କରିଥିବା ଅଭିଯୋଗରେ ମହିଳା ଥାନା ପୋଲିସ ଅଭିଯୁକ୍ତ ବାପା ସୂର୍ଯ୍ୟମଣି ବେହରାକୁ ଗିରଫ କରିଥିଲା ଏବଂ ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ ଲାଲବାଗ ଥାନା ଡଗରପଡ଼ା ଅଞ୍ଚଳର ନବମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ଦୁ-ଷ୍କ-ର୍ମ କରିଥିବା ବାପାକ୍ୱୟ ଗିରଫ କରାଯାଇଥିଲା ।

ଏସବୁ ସତ୍ତ୍ୱେ ବି ଦିବ୍ୟାଙ୍ଗ ଝିଅ ମଧ୍ୟ ଏସବୁରୁ ବର୍ତ୍ତି ପାରି ନଥିଲା । ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରେ ଲାଲବାଗ ଅଞ୍ଚକରେ ଜଣେ ବାପା ନିଜର ୧୨ ବର୍ଷୀୟା ଦିବ୍ୟାଙ୍ଗ ଝିଅକୁ ଦୁ-ଷ୍କ-ର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *