ଏହି ଘର ପ୍ରତି 48 ଘଣ୍ଟାରେ ବଢୁଥିଲା 1 ଫୁଟ, ସତ୍ୟତା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।

ବେଳେବେଳେ ଆମ ଘରର ମୂଳଦୁଆରେ କିଛି ସମସ୍ୟା ଦେଖାଯାଇଥାଏ ଯାହା ଫଳରେ ସମ୍ପୂର୍ଣ୍ଣ ଘରକୁ ଭାଙ୍ଗିବାକୁ ପଡିଥାଏ । ଯଦି କୌଣସି ଘରକୁ ଭାଙ୍ଗି ଆଉଥରେ ପୁନଃ ନିର୍ମାଣ କରିବାକୁ ପଡ଼ିଥାଏ ତେବେ ଏଥିରେ ଅଧିକ ଖର୍ଚ୍ଚ ହୋଇଥାଏ । କିନ୍ତୁ ଆଜିର ସମୟରେ ଅନେକ ନୂତନ ଟେକନିକ୍ ଆସିଛି ଯାହା ଦ୍ଵାରା ଘରଟିକୁ କମ୍ ଖର୍ଚ୍ଚ ରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିହେବ ।

କେବଳ ଏତିକି ନୁହେଁ, ଯଦି କୌଣସି ଘରର ମୂଳଦୁଆ ନଷ୍ଟ ହୋଇଯାଏ ତେବେ ଏହାକୁ ପୁନର୍ବାର ତିଆରି ମଧ୍ୟ କରାଯାଇପାରିବ । ସୋସିଆଲ ମିଡିଆରେ ଏହିପରି ଚିତ୍ର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ଘଟଣା ରାଜସ୍ଥାନର ବିକାନେରରେ ଦେଖିବାକୁ ମିଳିଛି, ଯେଉଁଠାରେ ଏକ ଘରଟିକୁ ସ୍ଥାନାନ୍ତରଣ କରିବା ପାଇଁ ଏହି କୌଶଳକୁ ବ୍ୟବହାର କରାଯାଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିକାନେରର ଏକ ଘର ରାସ୍ତା ଲେଭେଲ ଠାରୁ ତଳେ ଥିବାରୁ ପାଣି ପଶୁଥିବାର ଅସୁବିଧା ଭୋଗିବାକୁ ପଡିଥିଲା,ଏହାର ସମାଧାନ ପାଇଁ ସର୍ବୋଦୟ ବସ୍ତିର ଜଣେ ବ୍ୟକ୍ତି ଜ୍ୟାକ୍ ଟେକନିକ ଦ୍ଵାରା ଘରକୁ ଉଚ୍ଚା କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଘରର ମାଲିକ ଓମ୍ ପ୍ରକାଶ ହରିୟାଣାର କାରିଗର ଦଳକୁ ଫୋନ୍ କରିଥିଲେ ଓ ସେମାନଙ୍କୁ ଘର ଦେଖାଇଥିଲେ,ଯଦିଓ ଘରକୁ ଭାଙ୍ଗି ଆଉଥରେ ତିଆରି କରିବା ପାଇଁ ଅଧିକ ଖର୍ଚ୍ଚ ହୋଇଥାନ୍ତା ।ଏପରି ପରିସ୍ଥିତିରେ, ଜ୍ୟାକ୍ ଟେକ୍ନିକ୍ ଉଠାଇବାରେ ଓମ୍ ପ୍ରକାଶଙ୍କ ସମସ୍ୟା ବହୁତ କମ୍ ମୂଲ୍ୟରେ ଦୂର ହେବ ।

ସୂଚନାନୁସାରେ, ଆଠ ଦିନ ମଧ୍ୟରେ କାରିଗରମାନେ ଜ୍ୟାକ ସାହାଯ୍ୟରେ ଘରକୁ ପ୍ରାୟ ଦୁଇ ଫୁଟ ବଢ଼ାଇ ଦେଇଛନ୍ତି । ଏହାକୁ ଚାରି ଫୁଟ ପର୍ଯ୍ୟନ୍ତ ଉଠାଇବାର ଲକ୍ଷ୍ୟ ରହିଛି । କାରିଗରଙ୍କ କହିବା ଅନୁସାରେ, ଦଶ ଦିନ ମଧ୍ୟରେ ଚାରି ଫୁଟ ଉଠାଇବା କାମ ଶେଷ ହୋଇଯାଏ । ତେବେ ମୂଳଦୁଆକୁ ମଜବୁତ କରିବା ପାଇଁ ଗ୍ରିଟ୍-ସିମେଣ୍ଟ ବିମ୍ କରାଯାଇଥିଲା । ବିଶେଷ କଥା ହେଉଛି ସମ୍ପୂର୍ଣ୍ଣ ଘରେ ସାମାନ୍ୟ ଫାଟ ମଧ୍ଯ ଆସିବାକୁ ଦିଆଯାଇନଥିଲା ।

ପତ୍ରିକା ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ ଏହି ଦୁଇ ମହଲା ଘରଟି ପ୍ରାୟ 12 ବର୍ଷ ପୁରୁଣା ଅଟେ, ଯେଉଁଥିରେ ଗ୍ରାଉଣ୍ଡ ଫ୍ଲୋରରେ 3ଟି ରୁମ୍ ଏବଂ ଫାର୍ଷ୍ଟ ଫ୍ଲୋରରେ ଦୁଇଟି ରୁମ୍ ତିଆରି କରାଯାଇଛି । ଏହା ସହିତ କିଚେନ୍, ୱାଶରୁମ୍, ଟଏଲେଟ୍ ମଧ୍ୟ ତିଆରି କରାଯାଇଛି । ଯେତେବେଳେ ଘର ଉପରକୁ ଉଠାଯିବ ସେତେବେଳେ ପୁଣିଥରେ ଚଟାଣ ତିଆରି କରାଯିବ ।

କାରିଗରଙ୍କ କହିବା ଅନୁସାରେ 100ଟି ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ଘରକୁ ଉପରକୁ ଉଠାଯାଇଥିଲା । ଏହି କାର୍ଯ୍ୟ ସମାପ୍ତ କରିବାକୁ 10ଟି ଅଭିଜ୍ଞ କାରିଗରଙ୍କ ଏକ ଦଳ ଏକତ୍ରିତ ହୋଇଥିଲେ । ପ୍ରତି 48 ଘଣ୍ଟାରେ, ଜ୍ୟାକ୍ ସାହାର୍ଯ୍ୟରେ ଘର ପ୍ରାୟ ଏକ ଫୁଟ ଉପରକୁ ଉଠାଯାଉଥିଲା । ଟିଙ୍କୁ ଅନୁଯାୟୀ 48 ଫୁଟ ବିଶିଷ୍ଟ ଏହି ଘରକୁ ଉପରକୁ ଉଠାଇବା ପାଇଁ 350 ଫୁଟର ଲୁହା ଚ୍ୟାନେଲ ଏଵଂ କାଠର ବ୍ୟବହାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *