ଶୁକ୍ରବାର ନିଜ ପର୍ଶରେ ରଖନ୍ତୁ ୯ଟା ଭିତରୁ କୋଉ ଗୋଟିଏ ବି ଜିନିଷ,ମା ଲକ୍ଷ୍ମୀଙ୍କ କୃପାରୁ ଘରକୁ ଆସେ ସୁଖ ସମୃଦ୍ଧି।

ବନ୍ଧୁମାନେ ଆମ ଜୀବନରେ ଏମିତି କୌଣସି ବି ମନୁଷ୍ୟ ନାହିଁ ଯିଏ ଧନ ପ୍ରାପ୍ତିର ଇଚ୍ଛା ରଖେ ନାହିଁ। ସେ ଯିଏ ବି ଯେଉଁ ନା କାହିଁକି ସେମାନେ ଚାହାନ୍ତି କି ବହୁତ୍ ଧନ ରୋଜଗାର କରି ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେଉ।ବହୁତ୍ ନହେଲେ ନାହିଁ ହେଲେ ସେତିକି ଧନ ହଉ ଯେତିକି ସେ ନିଜ ପରିବାର ପୋଷଣ କରିପାରୁ।କେହି କେହି ଭଲ ରାସ୍ତା ଦେଖନ୍ତି ଧନ ପ୍ରାପ୍ତି ପାଇଁ ଆଉ କେହି କେହି ଛଳ କପଟ କରି ଧନ ପ୍ରାପ୍ତି ପାଇଁ ଉଦ୍ଦେଶ୍ୟ ରଖନ୍ତି।କେହି କେହି ଅଛନ୍ତି ତାଙ୍କ ପାଖରେ ପଇସା ବହୁ ଦିନ ଯାଏଁ ରୁହେ ନାହିଁ।କିଛି ଲୋକ କୁହନ୍ତି କି ଆମ ପାଖକୁ ଧନ ତ ଆସୁଛି ହେଲେ ଅଧିକ ଦିନ ଯାଏଁ ଏହା ରହିପାରୁନାହିଁ।ତେଣୁ ଆପଣଙ୍କ ଲାଗି ଆମେ କିଛି ଏପରି ଉପାୟ ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ପର୍ଶ କେବେ ଖାଲି ରହିବ ନାହିଁ।ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ପାଖରେ ଧନର କମି ରହିବ ନାହିଁ।

୧. ମାତାଲକ୍ଷ୍ମିଙ୍କ ବସିଥିବା ମୁଦ୍ରା ଫୋଟୋ ଯଦି ଆପଣ ନିଜ ପର୍ଷରେ ରଖିବେ। ତେବେ କେବେବି ଆପଣଙ୍କ ପଇସାର କମି ରହିବ ନାହିଁ କାରଣ ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଓ ଐଶ୍ୱର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ।

୨.ଆମ ହିନ୍ଦୁ ଧର୍ମରେ ଓସ୍ତ ଗଛକୁ ଆମେ ପୂଜା କରିଥାଉ। ଶାସ୍ତ୍ର ଅନୁଯାୟୀ ଏହି ଗଛର ପୂଜନ ମଧ୍ୟ ଧନ ସମ୍ବନ୍ଧୀୟ ଅଟେ।ବାସ୍ତୁ ଅନୁଯାୟୀ ପର୍ଷରେ ସବୁବେଳେ ଓସ୍ତ ପତ୍ର ରଖିବା ଉଚିତ୍।ଏପରି କରିବା ଦ୍ବାରା ଆର୍ଥିକ ଲାଭ ହୋଇଥାଏ। ଏହି ପତ୍ରକୁ ଆଣି ତାକୁ ପୂଜା କରି ପଇସା ସାଙ୍ଗେ ରଖିଲେ ଧନର ବୃଦ୍ଧି ହେବା ସହ ପର୍ଷ କେବେ ଖାଲି ରୁହେନି।

୩. ଗୋଟିଏ ନାଲି ରଙ୍ଗର କାଗଜ ନେବେ ସେଥିରେ ନିଜ ଇଚ୍ଛାକୁ ଲେଖିବେ।ଏହାପରେ ଏହାକୁ ଏକ ଧାଗାରେ ବାନ୍ଧି ନିଜ ପର୍ଷରେ ରଖନ୍ତୁ।ଏପରି କଲେ ଆପଣଙ୍କ ଇଚ୍ଛା ଅବଶ୍ୟ ପୂର୍ଣ୍ଣ ହେବ।

୪.ଯଦି ଆପଣ ନିଜ ପର୍ଷରେ ଅଳ୍ପ କିଛି ଚାଉଳ ରଖନ୍ତି। ତେବେ ଏହା ଅମାପ ଧନର ସୁଯୋଗ ବନେଇଥାଏ।

୫.ବାସ୍ତୁ ଶାସ୍ତ୍ର ଅନୁଯାୟୀ ପର୍ଶରେ କାଚର ଛୋଟ ଟୁକୁଡ଼ା ବା ଚାକୁ ରଖିବା ଉଚିତ୍।ଏହା ଧନ ବୃଦ୍ଧି କରିବାରେ ସହାୟ ହୋଇଥାଏ।ଏହା ବ୍ୟତୀତ ଆପଣ କଉଡ଼ି ମଧ୍ୟ ରଖିପାରିବେ।

୬.ରୂପା ଟଙ୍କା ମଧ୍ୟ ପର୍ଷରେ ରଖିଲେ ଧନ ବଢ଼ିଥାଏ।ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଧନ ବର୍ଷା କରନ୍ତି।ହେଲେ ଧ୍ୟାନ ରଖିବେ ଏହି ପଇସାକୁ ପର୍ଶରେ ରଖିବା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ଚରଣରେ ଛୁଇଁ ପୂଜା ଘରେ ପୂଜା କରି ରଖିବେ।

୭.ରୁଦ୍ରାକ୍ଷ ପର୍ଶରେ ରଖିଲେ ଏହା ଗରିବିକୁ ଦୂର କରି ଧନ ବୃଦ୍ଧିରେ ସାହାଯ୍ୟ କରିଥାଏ।

୮.ମାତାପିତା ଦେଇଥିବା ଟଙ୍କାକୁ ହଳଦୀ ବା କେଶର ଲଗେଇ ସବୁବେଳେ ଆପଣ ନିଜ ପର୍ଶରେ ରଖନ୍ତୁ।ଏଥିରେ ଧନର ବୃଦ୍ଧି ହୋଇଥାଏ।

୯.ଏହି ସବୁ ଉପାୟ ବ୍ୟତୀତ ନିଜ ପର୍ଷରେ ନୋଟ୍ ଗୁଡ଼ିକ ମୋଡ଼ିକି ରଖିବେ ନାହିଁ।କାରଣ ଏପରି କଲେ ମାତାଲକ୍ଷ୍ମୀ ରୋଷ କରନ୍ତି।ଏପରି କଲେ ଆପଣଙ୍କୁ ଆର୍ଥିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ଯଦି ମାତା ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି ତେବେ ଆମ ଇଚ୍ଛା ଠାରୁ କେତେ ଗୁଣା ଆମକୁ ମିଳିଥାଏ।ସମସ୍ତଙ୍କ କୁଣ୍ଡଳୀରେ ରାଜଯୋଗ ଏବଂ ଦୂର୍ଯୋଗ ରହିଥାଏ।ତେଣୁ କେହି ବି ଆଗରୁ ରାଜଯୋଗ ପାଇକି ଆସିନଥାଏ।କେବେ କେବେ ଆପଣ ଦେଖିଥିବେ ଆପଣ ଯେଉଁ କାମ କରନ୍ତି ତାହା ବହୁତ୍ ଜଲ୍ଦୀ ହୋଇଯାଏ।ଯାହା ରାଜଯୋଗ ହୋଇଥାଏ।ହେଲେ ଯେବେ ସମୟ ଖରାପ ଥାଏ ତେବେ ବିପରୀତ ଧାରାରେ ଯିବା ଅନୁଚିତ୍।ତେଣୁ ଯେବେ ସମୟ ଖରାପ ଚାଲିଥାଏ ତେବେ ଶାନ୍ତ ରୁହନ୍ତୁ,ଧର୍ଯ୍ୟ ଧରନ୍ତୁ।ଯେବେ ଲାଗିବ କି ସବୁ କିଛି ଠିକ୍ ହେଇଯାଇଛି ତେବେ ଆପଣ ନିଜ କାର୍ଯ୍ୟ କରିପାରିବେ।

ତେଣୁ ଶୁକ୍ରବାର ଦିନ ଯାହା ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ।ଆପଣ ଏହି ଦିନ ଗୁଜୁରାତିର ପ୍ରୟୋଗ କରି ନିଜର ଶୁକ୍ର ଗ୍ରହ ମଜବୁତ୍ କରିପାରିବେ।ଶୁକ୍ର ମଜବୁତ୍ ହେଲେ ବ୍ୟକ୍ତି କି ସୁଖ,ସମୃଦ୍ଧି ଓ ଭୋଗ ବିଳାସ ବଢ଼ି ଥାଏ।ଏହି ଗ୍ରହକୁ ମଜବୁତ୍ କରିବା ପାଇଁ ଆପଣ କିଛି ପାଣି ନିଅନ୍ତୁ।ଏହାପରେ କିଛି ଗୁଜୁରାତି ପକାଇ ଏହି ପାଣିକୁ ଗରମ କରନ୍ତୁ।ଏହାପରେ ଏହି ପାଣିକୁ ଗାଧୋଇବା ପାଣି ସାଙ୍ଗେ ମିଶେଇ ଗାଧାନ୍ତୁ।ଏପରି କଲେ ପବିତ୍ରତା ବଢେ ଓ ଏହି ପାଣିରେ ଗାଧେଇଲେ ଭାଗ୍ୟ ମଜବୁତ୍ ହୋଇଥାଏ।

କେବେକେବେ ଦେଖିବାକୁ ମିଳେ କି ଚାକିରି ବା ବ୍ୟବସାୟ କ୍ଷେତ୍ରରେ ବହୁ କଷ୍ଟ ଆସିବାର ତେବେ ଏହି ଗୁଜୁରାତିର ଉପାୟ କରନ୍ତୁ।ଯଦି ଶିକ୍ଷା କ୍ଷେତ୍ରରେ ସଫଳତା ପାଇବାକୁ ଚାହାନ୍ତି।ତେବେ ଛୋଟ ଗୁଜୁରାତି ଓ ଅଳ୍ପ ମିଶିରି ନେଇ କେଉଁ ବି ଦିନ ଓସ୍ତ ଗଛ ତଳେ ରଖି ଦିଅନ୍ତୁ।ଶୁକ୍ରବାର ଦିନ କଲେ ଏହା ବହୁତ୍ ବାଳ ରୁହେ ଓ ନିଜ ପାଠ ପଢ଼ାର କାମନା କରନ୍ତୁ।ପଛକୁ ବୁଲିକି ଚାହାନ୍ତୃ ନାହିଁ।

ଯଦି ବିବାହରେ ବାଧା ଆସୁଛି ତେବେ ଏକ ଛୋଟ ଉପାୟ କରନ୍ତୁ।ଶୁକ୍ରବାର ଦିନ ଘିଅ ଦୀପ,ଧଳା ଭୋଗ,ଗୁଜୁରାତି ଅଳ୍ପ ନେଇ ଏକ ବହୁଥିବା ନଦୀରେ ଏକ ପତ୍ର ଉପରେ ରଖି ଦୀପ ଜଳେଇ ଦିଅନ୍ତୁ ଓ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ।ଆପଣଙ୍କ ଶୁକ୍ର ମଜବୁତ୍ ହୋଇଯାଏ।ଯଦି ନଦୀ ନଥାଏ ତେବେ କୋଉ ମନ୍ଦିରରେ ଯାଇ ଏପରି କରନ୍ତୁ।

ଯଦି ଆପଣଙ୍କ ପ୍ରେମ ଆପଣ ହରେଇ ଦେଇଛନ୍ତି ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ନିଅନ୍ତୁ ଓ ଶୁକ୍ରବାର ଦିନ ୩ଟି ଗୁଜୁରାତି ନିଅନ୍ତୁ।ଆପଣ ନିଜ ଶରୀରରେ ଛୁଇଁ ଦିଅନ୍ତୁ।ଏହାପରେ ରୁମାଲ,ଚୁନିରେ ବାନ୍ଧି ନିଜ ପାଖରେ ରଖନ୍ତୁ।ଏହି ଗୁଜୁରାତିକୁ ସମ୍ଭାଳି ରଖି ସକାଳୁ ତିଆରି ହେଉଥିବା ଚାରେ ତାକୁ ଗୁଣ୍ଡ କରି କିଛି ପକେଇଦେବେ ଓ ସ୍ବାମୀଙ୍କୁ ଦେବେ।ଲଗାତାର ଶୁକ୍ରବାରରୁ ପରବର୍ତ୍ତୀ ଶୁକ୍ରବାର ଯାଏଁ ଏପରି କରିବେ।ଏହାଦ୍ବାରା ପ୍ରେମ ବଢ଼ିଥାଏ।

ଯଦି ପଢ଼ିବାରେ ମନ ଲାଗୁନି ତେବେ କିଛି ଗୁଜୁରାତିକୁ ନେଇ କ୍ଷୀରରେ ପକେଇ ଫୁଟେଇ ଦିଅନ୍ତୁ।ଘରକୁ ଆସୁଥିବା ଗରିବ ଲୋକ ବା କାମ କରୁଥିବା ଲୋକଙ୍କୁ ଚା କରି ପିଇବା ପାଇଁ ଦିଅନ୍ତୁ।ତେବେ ଯାଇ ପଢ଼ିବାରେ ମନ ଲାଗିଥାଏ।ଯଦି ଘରେ ଧନର କମି ଅଛି ତେବେ ହିଞ୍ଜଡ଼ାଙ୍କୁ କିଛି ପଇସା ସାଙ୍ଗରେ ଗୁଜୁରାତି ଦିଅନ୍ତୁ।ଯଦି ସେ ଆପଣଙ୍କ ଗୁଜୁରାତି ଖାଇଲା ତେବେ ଆପଣଙ୍କ ସବୁ ଦୁଃଖ ଗଲା ବୋଲି ଭାଵିନେବେ।
ସୁନ୍ଦର ସ୍ତ୍ରୀ ଚାହୁଁଥିଲେ କେଉଁବି ଗୁରୁବାର ଦିନ ଗୁଜୁରାତିକୁ ହଳଦିଆ କପଡ଼ାରେ ବାନ୍ଧି ଗରିବଙ୍କୁ ଦାନ କରନ୍ତୁ ବା ମନ୍ଦିରରେ ଦେଇ ଦିଅନ୍ତୁ।ଯଦି ଚାକିରି କ୍ଷେତ୍ରରେ ପ୍ରମୋଶନ ଚାହାନ୍ତି।ତେବେ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ହଳଦିଆ କପଡ଼ାରେ ଗୁଜୁରାତି ରଖି ସୁଅନ୍ତୁ ଏବଂ ଏହା ପର ଦିନ କାହାକୁ ଏସବୁ ଦେଇ ଦିଅନ୍ତୁ।

ଯଦି ବାହାରକୁ ଯାଉଛନ୍ତି ତେବେ ଡାହାଣ ହାତରେ ଗୁଜୁରାତି ୩ଟି ନେଇ ଓମ୍ ଶ୍ରୀମ ଶ୍ରୀମ ମହାଲକ୍ଷ୍ମୀଙ୍କ ମନ୍ତ୍ର ବୋଲି ଏହି ଗୁଜୁରାତି ଖାଇ ଦିଅନ୍ତୁ।ଆପଣଙ୍କୁ ସଫଳତା ମିଳିବ।ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କୁ ଗୁଜୁରାତି ଏବଂ ଲବଙ୍ଗ ଏକ ଲାଲ କପଡ଼ାରେ ବାନ୍ଧି ନିଜ ଧନ ରଖିବା ଜାଗାରେ ରଖି ଦିଅନ୍ତୁ।ଧନର କମି ହେବ ନାହିଁ।କାରଣ ଗୁଜୁରାତି ମହାଲକ୍ଷ୍ମୀଙ୍କୁ ଆକର୍ଷନ କରେ।ତେଣୁ ଦିନରେ ପ୍ରଥମେ ଗୁଜୁରାତି ଖାଇବାର ରୀତି ମଧ୍ୟ ରଖିଛି ନଚେତ୍ ଚା ରେ ପକେଇ ପିଇବେ।ଏହି ସବୁ ଉପରେ ଧ୍ୟାନ ଦେଲେ ଧନର କମି ରୁହେ ନାହିଁ।

Leave a Reply

Your email address will not be published. Required fields are marked *