ବିଳମ୍ବିତ ରାତିରେ କୁକୁର ସହିତ ଘଟିଲା ଏପରି ଘଟଣା, ସିସିଟିଭିରେ ରେକର୍ଡ ଦେଖିବା ପରେ ମାଲିକ ହେଲେ ଆଶ୍ଚର୍ଯ୍ୟ :- ଦେଖନ୍ତୁ ଭିଡିଓ

ସମୟ ସମୟରେ ସିସିଟିଭି ଏବଂ କ୍ୟାମେରା ରେ କିଛି ଏପରି ଘଟଣା ରେକର୍ଡ ହୋଇଥାଏ ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭୟଭୀତ ହେବେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି କିଛି ଘଟଣା ବିଷୟରେ କହିବୁ ।

୧ . ଡିସେମ୍ବର ୨୦୧୯ ରେ ଓଡ଼ିଶାର କରଞ୍ଜିଆରେ ଏକ ଭୋକିଲା ହାତୀ ବିଲରେ ଯାଉଥିବା ସମୟରେ ଜଣେ ସ୍ଥାନୀୟ ଲୋକ ନିଜର ସାହାସିକତା ଦେଖାଇ ତା ପଛ ପଟରେ ଏକ ବାଡ଼ି ସାହାଯ୍ୟରେ ବାଡେଇ ଦେଲା । ଯେଉଁ କାରଣରୁ ହାତୀ ଟି କ୍ରୋଧିତ ହୋଇ ଯାଇଥିଲା ଏବଂ ଲୋକଟି ପଛରେ ଗୋଡ଼ାଇବାରେ ଲାଗିଥିଲା । ବୋଧହୁଏ ଲୋକଟିର ଭାଗ୍ୟ ଭଲ ଥିଲା ଏବଂ ଅଙ୍କାବଙ୍କା ରାସ୍ତା ଥିବାରୁ ଲୋକଟି ଦୌଡ଼ି ପଳାଇ ଯିବାକୁ ସକ୍ଷମ ହୋଇଥିଲା ଏବଂ ତାର ଜୀବନ ବଞ୍ଚି ଯାଇଥିଲା । ନଚେତ ନିଶ୍ଚିତ ଭାବରେ ତାର ଜୀବନ ଯାଇଥାନ୍ତା ।

୨ . ଡିସେମ୍ବର ୨୦୨୧ ରେ ଥାଇଲ୍ୟାଣ୍ଡ ର ୟେସୋଥାନ ର ଏକ ପ୍ରଦେଶରେ ଜଣେ ବୌଦ୍ଧ ଧର୍ମ ଜ୍ଞାନୀ ଏକ ଖଟ ଉପରେ ବସି ଆରାମ କରୁଥିଲେ । ସେହି ସମୟରେ ଏକ ସବୁଜ ରଙ୍ଗର ସାପ ସେଠାରେ ସେ ଦେଖିଲେ । ସାପଟିକୁ ଦେଖିବା ମାତ୍ରେ ପଣ୍ଡିତ ଜଣକ ନିଜର ବାଣୀ ଶୁଣାଇବା ଆରମ୍ଭ କରିଦେଲେ ଯେ ଜୀବଜନ୍ତୁ ଙ୍କ ପ୍ରତି ପ୍ରେମପୁର୍ଣ୍ଣ ରହିବା ଉଚିତ । କିନ୍ତୁ କିଛି ସମୟ ପରେ ଯେତେବେଳେ ସାପ ଟି ଖଟ ଉପରକୁ ଯିବାକୁ ଆରମ୍ଭ କରିଲା ସେତେବେଳେ ଜ୍ଞାନୀ ଙ୍କର ପ୍ରେମ ବାହାରି ଯାଇଥିଲା ଏବଂ ସେ ସେଠାରୁ ସାଇଡ଼ ହୋଇ ଯାଇଥିଲେ ।

୩ . କିଛି ଦିନ ପୂର୍ବରୁ ନେପାଳ ର କାଠମାଣ୍ଡୁ ରୁ ଏକ ସିସିଟିଭି ରେକର୍ଡ଼ ଭାଇରଲ ହୋଇଥିଲା । ରାତି ସମୟରେ ଏକ ଘର ସାମ୍ନାରେ କୁକୁର ଟି ଛିଡ଼ା ହୋଇଥିଲା ଯାହାକି ପାଳିତା କୁକୁର ଥିଲା । ଗେଟ ମଧ୍ୟ ଭିତରୁ ବନ୍ଦ ଥିଲା । କିନ୍ତୁ ହଠାତ କୁକୁର ଟି ଦୌଡ଼ି ପଳାଇ ଯାଇଥିଲା । କାରଣ ଏକ ଚିତବାଘ କୁ ସେ ଗେଟ ବାହାରେ ଥିବାର ଦେଖି ନେଇଥିଲା । ଚିତବାଘ ଟି ପରବର୍ତ୍ତୀ ସମୟରେ ଗେଟ ଡେଇଁ ମଧ୍ୟ ପଶି ଆସିଥିଲା । କୁକୁର ର ଭାଗ୍ୟ ସେଦିନ ଖରାପ ଥିଲା ଏବଂ ସେ ଚିତବାଘ କବଳରୁ ବଞ୍ଚି ପାରି ନଥିଲା ଏବଂ ଚିତବାଘ କୁକୁର ଟିକୁ କାମୁଡ଼ି ନେଇ ଯାଇଥିଲା । ପରଦିନ ଘର ମାଲିକ ସିସିଟିଭି ଚେକ କରିବା ପରେ ସବୁ ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ।

୪ . ନଭେମ୍ବର ୨୦୨୧ ରେ ଆମେରିକାର କିସମୀ ଫ୍ଲୋରିଡା ର ଏକ ସହରରେ ମହିଳା ଜଣକ ପାର୍କରେ ନିଜ କୁକୁରକୁ ଏକ ଗୁଣ୍ଡୁଚି ମୂଷାକୁ କାମୁଡ଼ି ଥିବାର ଦେଖିଲେ । ତେଣୁ ମହିଳା ଜଣକ କୁକୁର କୁ ତାଗିଦ କରି ମୂଷାଟିକୁ ଛାଡ଼ି ଦେବାକୁ କହିଲେ । ଯାହାଦ୍ୱାରା କୁକୁର ଟି ନିଜ ମାଲିକ ଉପରକୁ ଗୁଣ୍ଡୁଚି ମୂଷାକୁ ଫିଙ୍ଗି ଦେଇଥିଲା । ହୁଏତ ଏପରି କରିବା କାରଣରୁ ମହିଳା ଜଣକ ଡରି ଯାଇଥିଲେ କିନ୍ତୁ ଏକ ନିରୀହ ଜୀବର ଜୀବନ ବଞ୍ଚି ଯାଇଥିଲା ।

୫ . ଚନବୁରୀ ଥାଇଲ୍ୟାଣ୍ଡ ରେ ଜୁଲାଇ ୨୦୨୧ ରେ ଏକ ରାସ୍ତାରେ ଲୋକେ ଦେଖିବାକୁ ପାଇଲେ ଯେ ଏକ ଡ୍ରେନ ଢ଼ାଙ୍କୁଣୀ ରେ ଏକ ବିଶାଳ ଅଜଗର ଫସି ଯାଇଛି । ଅଜଗର ଟି କିଛିସମୟ ପୂର୍ବରୁ ଏକ ଜୀବ କୁ ଖାଇଥିଲା ଏବଂ ସେହି ଢ଼ାଙ୍କୁଣୀ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲା । କିନ୍ତୁ ତାର ପେଟ ମୋଟା ହୋଇ ଯାଇଥିବାରୁ ସେ ଫସି ଯାଇଥିଲା । ପରେ ସାପ ଧରାଳି ସାହାଯ୍ୟରେ ସାପଟିକୁ ଉଦ୍ଧାର କରାଯାଇଥିଲା ।

୬ . ଅକ୍ଟୋବର ୨୦୨୧ ରେ ମେକ୍ସିକୋ ରେ ରେକର୍ଡ ହୋଇଥିବା ଏକ ଘଟଣା ଅନୁଯାୟୀ ଏକ ବିବାହ ଉତ୍ସବ ସମୟରେ ଯେତେବେଳେ ଗେଷ୍ଟ ମାନେ ଖାଉଥିଲେ ସେହି ସମୟରେ ଏକ ଭାଲୁ ସେଠାକୁ ଆସିଥିଲା ଏବଂ ଖାଇବାରେ ଲାଗିଲା । ଲୋକେ ଦେଖି କିଛିବି ପ୍ରତିକ୍ରିୟା ଦେଇ ନଥିଲେ କାରଣ ପାଖରେ ଏକ ଜଙ୍ଗଲ ଥିଲା ଏବଂ ସେଠାକୁ ଭାଲୁ ଆସିବା ଏକ ସାଧାରଣ କଥା ଥିଲା ।

୭ . ମେ ୨୦୨୦ ରେ ଜାପାନ ର କ୍ୱଟୋ ସହରରେ ଏକ ଝିଅ ଖୁସିରେ ଆଇସକ୍ରିମ ଖାଉଥିଲା । କିନ୍ତୁ ସେ ଜାଣି ନଥିଲେ ଯେ ତାର ଆଇସକ୍ରିମ ଉପରେ ଆଉ କାହାର ନଜର ଅଛି ବୋଲି । ଝିଅଟି ଟିକିଏ ଆଇସକ୍ରିମ ଖାଇଛି କି ନାହିଁ ଅଙ୍କ ପକ୍ଷୀ ଝାମ୍ପ ମାରି ଆଇସକ୍ରିମ ନେଇ ଯାଇଥିଲା । ଝିଅଟି ହଠାତ ଡରି ଯାଇଥିଲା ।

Leave a Reply

Your email address will not be published. Required fields are marked *