ଭଉଣୀଙ୍କ ସହ ଥଟ୍ଟାମଜା କରୁଥିବା ସମୟରେ ଚାଲିଗଲା ପ୍ରାଣ ଭାଇର, ଭାଇର ଯନ୍ତ୍ରଣାଦାୟକ ମୃତ୍ୟୁର ଲାଇଭ ଭିଡିଓ ଦେଖିଲେ ଭଉଣୀ ।

ଛତିଶଗଡର ଯଶପୁରରେ ଥଟ୍ଟାମଜାରେ ଏପରି ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି ଯେଉଁଥିରେ କେବଳ ପୀଡିତ ପରିବାର ନୁହେଁ ବରଂ ଆଖପାଖ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଏହି ଘଟଣାରେ ପାଞ୍ଚ ଭଉଣୀଙ୍କ ଏକମାତ୍ର ଭାଇ ତାଙ୍କ ଭଉଣୀ ସହିତ କଥାବାର୍ତ୍ତା ହେବା ସମୟରେ ଥଟ୍ଟାମଜା କରିବା ଆରମ୍ଭ କଲା ଏଵଂ ମଜା ମଜାରେ ତାଙ୍କ ଜୀବନ ଚାଲିଗଲା ।

ପାଞ୍ଚ ଭଉଣୀଙ୍କ ମଧ୍ୟରୁ ଜଣେ ଭଉଣୀଙ୍କ ପାଖକୁ ଭାଇ ରାତି 11 ଟାରେ ଭିଡିଓ କଲ କଲେ । ଭିଡିଓ କଲରେ ସେ ତାଙ୍କ ଭଉଣୀକୁ କହିଲେ ଯେ ସେ ଆତ୍ମ-ହତ୍ୟା କରିବାକୁ ଯାଉଛନ୍ତି । ଏହା ଶୁଣି ଭଉଣୀଙ୍କ ହୋସ ଉଡ଼ିଗଲା, ସେ ତାଙ୍କୁ ଏପରି କିଛି କରିବାକୁ ମନା କରିଥିଲେ । କୁହାଯାଇଛି ଯେ ଏହା ପରେ ଭାଇ କହିଥିଲେ ଯେ ସେ ଥଟ୍ଟା କରୁଛନ୍ତି । ତା’ପରେ କିପରି ଆତ୍ମ-ହତ୍ୟା କରନ୍ତି ତାହା ଭଉଣୀଙ୍କୁ ଦେଖାଉଥିଲେ । ଏହା ପରେ ପଙ୍ଖାରେ ଲାଗିଥିବା ଫାସକୁ ତାଙ୍କ ବେକରେ ଗଳାଇଥିଲେ । ଏହି ସମୟରେ ହଠାତ୍ ଚେୟାରଟି ତଳେ ପଡ଼ିଗଲା । ଏହା ଦେଖି ଭଉଣୀ ସଙ୍ଗେ ସଙ୍ଗେ ତାଙ୍କ ପଡ଼ୋଶୀଙ୍କୁ କଲ୍ କଲେ । ପଡୋଶୀମାନେ ପାଚେରୀ ଡେଇଁ ଘରେ ପହଞ୍ଚି ଦେଖିଲା ବେଳକୁ ଯୁବକ ଜଣକ ପ୍ରାଣ ହରାଇଥିଲେ ।

ଛତିଶଗଡର ଜଶପୁର ଜିଲ୍ଲାର ପଥଲଗାଓଁ ପୋଲିସ ଷ୍ଟେସନ ଅଞ୍ଚଳର ବିଲାଇଟାନଗର ୱାର୍ଡ ନମ୍ବର -11 ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ରିଜୱାନ୍ ଖାନ ପଙ୍ଖାରେ ଝୁଲି ମୃତ୍ୟୁ ବରଣ କରିଛନ୍ତି । ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି । ଯୁବକ ଜଣକ ପାଞ୍ଚ ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପଥଲଗାଓଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନାନୁସାରେ ବୁଧବାର ରାତି 9 ଟାରେ ରିଜୱାନ୍ ତାଙ୍କ ବାପାଙ୍କ ସହ ଅନ୍ୟ ପରିବାର ସଦସ୍ୟଙ୍କୁ ବସ୍ ଷ୍ଟପରେ ଛାଡି ଜଶପୁର ଫେରି ଆସିଲେ ।

ପରିବାର ସଦସ୍ୟଙ୍କୁ ବସଷ୍ଟପରେ ଛାଡ଼ି ଘରକୁ ଫେରିବା ପରେ ରିଜୱାନ ରାତି ପ୍ରାୟ 11 ଟା ସମୟରେ ତାଙ୍କ ଭଉଣୀଙ୍କୁ ଭିଡିଓ କଲ କରି ଫାଶୀରେ ଝୁଲି ଆତ୍ମହତ୍ୟା କରିବା କଥା କହିଥିଲେ । କଥାବାର୍ତ୍ତା ମଝିରେ ହଠାତ୍ ତାଙ୍କ ଚେୟାର ତଳକୁ ଖସିଗଲା । ପୁଅର ମୃତ୍ୟୁ ଖବର ପାଇବା ପରେ ଅଧା ବାଟରୁ ପରିବାର ସଦସ୍ୟ ଯଶପୁରକୁ ଫେରି ଆସିଥିଲେ ।

ଗୁରୁବାର ଦିନ ପୋଲିସ ପୋଷ୍ଟମର୍ଟମ କରି ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ପରିବାର ସଦସ୍ୟଙ୍କୁ ଫେରାଇ ଦେଇଥିଲା । ଏହି ମାମଲାରେ ରିଜୱାନ ସହ ଜଡିତ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ ମିଳି ନାହିଁ । ଏହି ଘଟଣାର ପ୍ରତ୍ୟକ୍ଷ ସାକ୍ଷୀ ତାଙ୍କ ଭଉଣୀ ଅଟନ୍ତି, ଯିଏକି ଭିଡିଓ କଲରେ ତାଙ୍କ ମୃତ୍ୟୁ ଘଟିଥିବାର ଦେଖିଛନ୍ତି ।

Leave a Reply

Your email address will not be published. Required fields are marked *