କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କ ହ-ତ୍ୟା ଉପରୁ ରହସ୍ୟମୟ ପରଦା ଉଠିଲା, ସତ ମାନିଲେ ନିରଞ୍ଜନ ସେଠୀ। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

ଦୀର୍ଘ ଦୁଇ ମାସର ତ-ଦ-ନ୍ତ ପରେ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କ ରହସ୍ୟମୟ ମୃ-ତ୍ୟୁ ଉପରୁ ପରଦା ଉଠି ପାରିଛି। ମାନସ ସ୍ବାଇଁଙ୍କ ରହସ୍ୟମୟ ମୃ-ତ୍ୟୁ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠେଇବାରେ ସଫଳ ହୋଇପାରିଛି। ମାନସଙ୍କ ହ-ତ୍ୟା ପଛରେ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ଙ୍କ ହାତ ରହିଛି। ତେବେ ତଦ-ନ୍ତକା-ରୀ ଟିମ କହିବାନୁଯାୟୀ ନିରଞ୍ଜନ ସମସ୍ତ ସତ ମାନିଛନ୍ତି। ଶର୍ମିଷ୍ଠାଙ୍କୁ ସେ ୧୦ ହଜାର ଟଙ୍କା ଦେବା ସହ ଭଡ଼ାରେ କାର୍ କରାଇ ଦେଇଥିବା ମଧ୍ୟ ମାନିଛନ୍ତି।

ନିରଞ୍ଜନ ସ୍ୱାଇଁ ଦେଇଥିବା ବ-ୟା-ନ ଅନୁସାରେ, ମାନସ ସ୍ବାଇଁଙ୍କ ହ-ତ୍ୟା ସମୟରେ ସେ ନିଜେ, ଶର୍ମିଷ୍ଠା, ଝୁନା ଭୋଇ ଓ ତାଙ୍କ ସ୍ୱାମୀ ଘଟ-ଣାସ୍ଥ-ଳରେ ଉପସ୍ଥିତ ଥିଲେ। ତେବେ ନିରଞ୍ଜନ ତାଙ୍କୁ ହ-ତ୍ୟା କରିଛନ୍ତି କି ନାହିଁ ସେ ବିଷୟରେ କହି ନଥିଲେ ମଧ୍ୟ ହ-ତ୍ୟା ସମୟରେ ନିରଞ୍ଜନ ସେଠାରେ ରହିଥିବା ମାନିଛନ୍ତି। ନିରଞ୍ଜନ ଙ୍କ କହିବାନୁଯାୟୀ, ସେ ଶର୍ମିଷ୍ଠା ଙ୍କୁ ଫେ-ରା-ର କରିବାରେ ସହଯୋଗ କରିଥିଲେ। ମାନସଙ୍କୁ ମା-ଡ଼ ମା-ରିଥିଲେ ଏବଂ ଧ-ମ-କ ଦେଇ ମାନ-ସିକ ଚା-ପ ପକେଇଥିଲେ କିନ୍ତୁ ହ-ତ୍ୟା କରି ନାହାଁନ୍ତି।

ନିରଞ୍ଜନ ସେଠୀଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇବା ପରେ ଶର୍ମିଷ୍ଠା କାଳିଆପାଣିକୁ ଫେ-ରା-ର ହୋଇ ଯାଇଥିଲେ। ମାନସଙ୍କୁ ଅପ-ହ-ରଣ କରାଯିବା ଦିନ ନିରଞ୍ଜନ ନିଜେ ଦୟାଲ ଆଶ୍ରମ ଯାଇଥିଲେ। କେବଳ ସେତିକି ନୁହେଁ ନିରଞ୍ଜନ ଶର୍ମିଷ୍ଠା ଙ୍କ ସମ୍ପୂର୍ଣ୍ଣ ଅଫିସକୁ ମଧ୍ୟ ଯାଇଛନ୍ତି। ଯାହାର ପ୍ରମାଣ କ୍ରାଇମବ୍ରାଞ୍ଚ କୁ ମିଳିଥିଲା। ତେବେ ନିରଞ୍ଜନ ଙ୍କ ଠାରୁ ସମସ୍ତ ସତ ଜାଣିବା ପରେ କ୍ରାଇମବ୍ରାଞ୍ଚ ଟିମ ନିରଞ୍ଜନ ଓ ଶର୍ମିଷ୍ଠା କୁ ଘ-ଟ-ଣା ଘ-ଟିଥିବା ସ୍ଥାନକୁ ନେଇଥିଲେ ଏବଂ ଦୁହେଁ ସେଠାରେ ସିନ୍ ରିକ୍ରିଏସନ କରି କ୍ରାଇମବ୍ରାଞ୍ଚ କୁ ଜଣେଇ ଥିଲେ।

ବିଶେଷ କଥା ହେଉଛି କେଉଁ ଚିପ୍ ପାଇଁ ମାନସ ଙ୍କୁ ହ-ତ୍ୟା କରାଯାଇଥିଲା। ତେବେ ସେହି ଚିପ୍ ରେ ଏପରି କଣ ପ୍ରମାଣ ରହିଥିଲା ଯେଉଁଥି ପାଇଁ ତାଙ୍କୁ ହ-ତ୍ୟା କଲେ। କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଥିଲେ ମଧ୍ୟ ଚିପ୍ ସମ୍ବଧିୟ କୌଣସି ତଥ୍ୟ ପାଇ ପାରି ନାହିଁ। ଏଭଳି ସ୍ଥିତିରେ ଅଭି-ଯୁକ୍ତଙ୍କୁ କୋର୍ଟରେ ଦୋ-ଷୀ ସାବ୍ୟସ୍ତ କରିବା କ୍ରାଇମବ୍ରାଞ୍ଚ ପାଇଁ କାଠିକର ହୋଇପାରେ। କାରଣ ହ-ତ୍ୟାର ମୋଟିଭ୍ ଅସ୍ପଷ୍ଟ ରହିଲେ, ତ-ଦ-ନ୍ତ ନିଶ୍ଚିତ ଦୁର୍ବଳ ହେବ।

ସେପଟେ ଶର୍ମିଷ୍ଠାଙ୍କ ନଣନ୍ଦ ତାଙ୍କ ସ୍କାଏ ଟାୱାରସ୍ଥିତ ଫ୍ଲାଟରୁ ସବୁକିଛି ନେଇ ପଳାଇ ଯାଇଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସାଙ୍ଗକୁ ବହୁ କାଗଜପତ୍ର ମଧ୍ୟ ସ୍କାଏ ଟାୱାରସ୍ଥିତ ସମ୍ପୃକ୍ତ ଫ୍ଲାଟରୁ ନେଇ ଚାଲି ଯାଇଥିବା ଜଣାପଡ଼ିଛି। ଯଦି କ୍ରାଇମବ୍ରାଞ୍ଚ ଶର୍ମିଷ୍ଠା ଙ୍କ ଘରକୁ ଯାଇ ତ-ଦ-ନ୍ତ କରେ ତେବେ ସେଠାରେ କୌଣସି ଠୋସ ପ୍ରମାଣ ମିଳି ପାରିବ ବୋଲି ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *