ଡାକ୍ତର ହେଇଥାନ୍ତି ମାରିଦେଲେ, ସୁନ୍ଦରୀ ବୋଲି ଆଜି ବହୁତ କଷ୍ଟ ପାଇଲି…

ଡାକ୍ତରୀ ପ୍ରଫେସନ ସବୁଠାରୁ ଅମୁଲ୍ୟ ପ୍ରଫେସନ ହୋଇଥାଏ । ରୋଗୀଙ୍କ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ହିଁ ପିଲାମାନେ ଏହି ଲାଇନକୁ ଆପଣେଇଥାନ୍ତି । ଜଣେ ଡାକ୍ତରଙ୍କୁ ଲୋକେ ଭଗବାନଙ୍କ ତୁଲ୍ୟ ମଣିଥାନ୍ତି । କିନ୍ତୁ ସେହି ଡାକ୍ତର ଯଦି ରାକ୍ଷସ ପାଲଟି ଯାଏ ତେବେ ଆଉ ଲୋକେ କାହାକୁ ଭରସା କରିବେ । ଜଣେ ଡାକ୍ତର ହୋଇ ଆଉ ଜଣେ ଡାକ୍ତର କବଳରୁ ବର୍ତ୍ତି ପାରୁନାହିଁ । ତେବେ ଏ ଦୁନିଆରେ ଡାକ୍ତର ରହି ହେବ କଣ ନା ନରହି ହେବ କଣ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାହା ଜାଣିଲେ ଆପଣଙ୍କ ମୁଣ୍ଡକୁ ମଧ୍ୟ ପିତ୍ତ ଚଢ଼ିବ ।

କେତେ ସ୍ୱପ୍ନ ଦେଖି ଡାକ୍ତର ହେବାକୁ ଇଚ୍ଛା କରି ଡାକ୍ତରୀ ପରୀକ୍ଷା ଦେଇଥିଲେ , ମେଡିକାଲ କଲେଜରେ ସିଟ ପାଇଁ ପାଠ ପଢ଼ିବାକୁ ଆସିଲେ । ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ସୁନ୍ଦରତା ବୋଧହୁଏ ତାଙ୍କ ପାଇଁ କାଳ ପାଲଟି ଗଲା । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ହାଇଦ୍ରାବାଦ ଏମଜିଏମ ମେଡିକାଲ କଲେଜରେ ଦେଖିବାକୁ ମିଳିଛି । ଅନ୍ୟ ଝିଅଙ୍କ ଭଳି ପ୍ରୀତି ଧରାୱତ ଡାକ୍ତର ହେବାର ନିଜର ସ୍ୱପ୍ନ ନେଇ ଏମଜିଏମ କଲେଜରେ ପାଠ ପଢ଼ୁଥିଲେ । ସେ ସୁନ୍ଦରୀ ଥିଲେ ବୋଲି ତାଙ୍କ ଉପରେ ସିନିୟର ଡାକ୍ତର ଏବଂ ଛାତ୍ର ମାନଙ୍କର ନଜର ପଡ଼ିଥିଲା ।

ପ୍ରୀତିଙ୍କୁ ସେମାନେ ବାରମ୍ବାର ହଇରାଣ ହରକତ କରୁଥିଲେ । ରାତି ଡ୍ୟୁଟି ପକାଇବା ସହିତ ତାଙ୍କ ସହ ଖରାପ କାମ କରିବାକୁ ଚେଷ୍ଟା କରିଥିଲେ । କାହାକୁ କହିଲେ ଫେଲ କରାଇ ଦେବେ ବୋଲି କହି ଧମକ ଦେଉଥିଲେ ସିନିୟର ଛାତ୍ର ମାନେ । ଯାହାକୁ ନେଇ ପ୍ରୀତି ଦୁନିଆ ଛାଡ଼ି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ । ପାଞ୍ଚ ଦିନ ପୂର୍ବରୁ ଏମଜିଏମ ମେଡିକାଲରେ ରାତି ଶିଫ୍ଟରେ କାମ କରିବା ବେଳେ ପ୍ରୀତି ବେହୋସ ହୋଇ ଯାଇଥିଲେ । ଯାହାପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦ ଡାକ୍ତରଖାନାକୁ ଅଣା ଯାଇଥିଲା ।

ତେବେ ଗତ ରବିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଷ୍ଟ ଗ୍ରାଜୁଏଟ ଦ୍ଵିତୀୟ ବର୍ଷର ଛାତ୍ର ମହମ୍ମଦ ଅଲ୍ଲୀ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଛାତ୍ର ମାନଙ୍କୁ ଖୋଜିବା ଜାରି ରଖିଛି । ତେବେ ଏହାକୁ ନେଇ ଅନେକ ଛାତ୍ର ସଙ୍ଗଠନ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇଛନ୍ତି ।

Leave a Reply

Your email address will not be published. Required fields are marked *