କାହିଁକି ହାଇଦ୍ରାବାଦରେ ପହଞ୍ଚୁ ପହଞ୍ଚୁ ଲଣ୍ଡା ହେଲେ ପିଣ୍ଟୁ ନନ୍ଦ….

ଓଡ଼ିଶାର ଜଣେ ବରିଷ୍ଠ କଳାକାର ବର୍ତ୍ତମାନ ସମୟରେ ଏକ ବଡ ରୋଗରେ ପୀ-ଡ଼ିତ ଅଛନ୍ତି । ଯାହାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରିବାରେ ଲାଗିଛନ୍ତି । ସେ ଯେମିତି ଜଲଦି ଭଲ ହୋଇ ଯାଆନ୍ତୁ , ସେଥିପାଇଁ ଲୋକ ମାନେ ଦିନ ରାତି ନିଜ ଘରେ ପୂଜା କରିବାରେ ଲାଗିଛନ୍ତି । ଲୋକେ ମନ୍ଦିର ଯାଇ ତାଙ୍କ ପାଇଁ ଉପବାସ ମଧ୍ୟ ରଖିବାରେ ଲାଗିଛନ୍ତି । ସେ ଯେମିତି ଭଲ ହୋଇ ଯାଆନ୍ତୁ , ଆଉ ପୁଣି ଥରେ କଳା ଜଗତକୁ ଫେରି ଆସନ୍ତୁ , ସେଥିପାଇଁ ସମସ୍ତେ ଅନାଇ ବସିଛନ୍ତି ।

ତେବେ ଆମେ କାହା କଥା କହୁଛୁ , ଆପଣ ଜାଣି ସାରିଥିବେ । ତେବେ ସେ ଆଉ କେହି ନୁହନ୍ତି , ବର୍ତ୍ତମାନ ସମୟରେ ଲିଭର ରୋଗରେ ପୀ-ଡିତ ହୋଇ ହସ୍ପିଟାଲ ବେଡ଼ରେ ସଂଘର୍ଷ କରୁଥିବା ଆମ ସମସ୍ତଙ୍କ ପ୍ରିୟ ପିଣ୍ଟୁ ନନ୍ଦ । ଯାହାଙ୍କ ପାଇଁ ବର୍ତ୍ତମାନ ପୁରା ଓଡ଼ିଶା ସ୍ତବ୍ଧ ହୋଇ ଯାଇଛି ।

ସମସ୍ତେ ତାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି । କେବେ ସେ ଭଲ ହେବେ ଆଉ ପୁଣିଥରେ ପରଦା ଉପରେ ତାଙ୍କର ଯାଦୁ ଦେଖାଇବେ ଆଉ ପୁଣିଥରେ ଲୋକେ ତାଙ୍କ ଯାଦୁରେ ହଜି ଯିବେ , ସେଥିପାଇଁ ସମସ୍ତଙ୍କ ଅପେକ୍ଷା ରହିଛି । ତେବେ ଆପଣ ସମସ୍ତେ ଜାଣି ସାରିଥିବେ ଯେ , ମାସରୁ ଅଧିକ ସମୟ ବିତି ଗଲାଣି , ଶୁଣିବାକୁ ମିଳିଥିଲା କି , ଜଣେ ବରିଷ୍ଠ କଳାକାର ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍ ନାମକ ଏକ ରୋଗରେ ପୀ-ଡ଼ିତ ହୋଇ ରହିଥିଲେ ।

ଆଉ ଦୀର୍ଘ ଦିନ ଧରି ସେ ଏହି ରୋଗ ସହିତ ସଂ-ଘର୍ଷ କରି ଆସିଥିଲେ । ଶେଷରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯିବାରୁ ସେ ଯାଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ତେବେ ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ହୋଇ ପାରି ନଥିଲା , ତେଣୁ ତାଙ୍କୁ ଦିଲ୍ଲୀ ଯିବାକୁ ପଡ଼ିଥିଲା

ତେବେ ଦିଲ୍ଲୀ ଯାଇ ଚିକିତ୍ସା ହେଉଥିବା ସମୟରେ ଲୋକଙ୍କ ପାଖରେ ସେ ହାତ ଯୋଡ଼ି କିଛି ଟଙ୍କା ସାହାଯ୍ୟ କରିବା ପାଇଁ କହିଥିଲେ । କାହିଁକି ନା ତାଙ୍କର ଲିଭର ସ୍ଥାନାନ୍ତରିତ ହେବ ବୋଲି କୁହା ଯାଇଥିଲା । ତେଣୁ ଲୋକେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇ ଥିଲେ । ଆଉ ଅନେକ ଟଙ୍କା ସାହାଯ୍ୟ ମଧ୍ୟ କରିଥିଲେ । ଯାହା ପରେ ବର୍ତ୍ତମାନ ସମୟରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ଚାଲିଛି ଆଉ ବର୍ତ୍ତମାନ ମଧ୍ୟ ଲୋକେ ତାଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି ।

ସମସ୍ତଙ୍କର ଗୋଟିଏ ମାତ୍ର ଇଚ୍ଛା ସେ ଯେମିତି ଭଲ ହୋଇ ପୁଣି ଥରେ ଓଡ଼ିଶା ଫେରି ଆସନ୍ତୁ । ତେବେ ଗତକାଲି ଶୁଣିବାକୁ ମିଳିଥିଲା କି , ତାଙ୍କର ଲିଭର ପୁରାପୁରି ନ-ଷ୍ଟ ହୋଇ ଗଲାଣି ଆଉ ମାତ୍ର ୨୦ ପ୍ରତିଶତରୁ କମ୍ କାମ କରୁଛି ତାଙ୍କ ଲିଭର । ତେଣୁ ଜଲଦି ଡୋନର ଦରକାର୍ । ତେଣୁ ଏଥିପାଇଁ ତାଙ୍କ ହାଇଦ୍ରାବାଦ ଯିବାକୁ ପଡ଼ିଥିଲା ।

ଗତକାଲି ହାଇଦ୍ରାବାଦ ଯାଇ ପହଞ୍ଚି ଥିବା ପିଣ୍ଟୁ ନନ୍ଦଙ୍କର ବର୍ତ୍ତମାନ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଥିରେ ଦେଖିବାକୁ ମିଳିଚି କି , ତାଙ୍କୁ ଲଣ୍ଡା କରି ଦିଆଯାଇଛି । ତେବେ ବର୍ତ୍ତମାନ ସେହି ଫୋଟକୁ ଦେଖିବା ପରେ ଜମା ଜଣା ପଡିନାହିଁ କି , ସେ ପିଣ୍ଟୁ ନନ୍ଦ ବୋଲି । କାହିଁକି ନା ଜଣେ ବାଘ ଭଳି ଦେଖା ଯାଉଥିବା ମଣିଷ , ହଠାତ୍ ଏପରି ଦେଖାଯିବ ବୋଲି କେହି ବିଶ୍ବାସ କରି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ଏହି ଲଣ୍ଡା ହେବା ପଛର ମୁଖ୍ୟ କାରଣ ହେଉଛି ତାଙ୍କର ଚୁଟି ସବୁ ଝଡି ଯାଉଛି , କାହିଁକି ନା ଏହି ରୋଗର ମୁଖ୍ୟତଃ ଚୁଟି ମଧ୍ୟ ଝଡି ଯାଇଥାଏ । ତେଣୁ ବର୍ତ୍ତମାନ ସମୟରେ ତାଙ୍କୁ ଲଣ୍ଡା କେବଳ ଏହି କାରଣ ପାଇଁ କରାଯାଇଛି ବୋଲି ଚର୍ଚ୍ଚା ହେବାରେ ଲାଗିଛି । ତେବେ ଦେଖାଯାଉ କେବେ ଭଲ ହୋଇ ପିଣ୍ଟୁ ନନ୍ଦ ଆମ ପାଖକୁ ଫେରି ଆସୁଛନ୍ତି ।

Leave a Reply

Your email address will not be published. Required fields are marked *