ଆପଣ ବି ହ୍ଵାଟସଆପ ରେ ‘ ରେଡ଼ ହାର୍ଟ ଇମୋଜି ପଠାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ ! ନଚେତ ଭୋଗିବେ ୫ ବର୍ଷ ଜେଲ ଦଣ୍ଡ ଏବଂ ୨୦ ଲକ୍ଷ ଟଙ୍କା ଫାଇନ :-

ପୂର୍ବ କାଳରେ ଯେତେବେଳେ ଲୋକେ ଭାଷା ଜାଣି ନଥିଲେ ସେତେବେଳେ ଚିହ୍ନ ଦ୍ୱାରା ସେମାନେ ନିଜର ଭାବକୁ ପ୍ରକାଶ କରୁଥିଲେ । ଆଜିକାଲି ହ୍ଵାଟସ ଏପ କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଲୋକେ ଚାଟିଂ କିମ୍ବା କମେଣ୍ଟ ରେ ଇମୋଜି ଦ୍ୱାରା ନିଜର ପ୍ରତିକ୍ରିୟା ଦିଅନ୍ତି । ଯାହାକି ଏବେକା ସମୟରେ ଏକ ଫ୍ୟାଶନ ଅଟେ । ଯାହାକୁ ଲୋକେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ହାର୍ଟ ଇମୋଜି ଆପଣଙ୍କ ପାଇଁ କାଳ ହୋଇପାରେ ବୋଲି କଣ ଆପଣ ଜାଣିଛନ୍ତି କି ? ତେବେ ଏହା କିପରି ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ ପଶ୍ଚିମ ଦେଶ ବ୍ୟତୀତ ସାଉଦି ଆରବ ରେ ଏହି ହାର୍ଟ ଇମୋଜି ପଠାଇବା ଏକ ଅପରାଧ ଅଟେ । ଏହି ହାର୍ଟ ଇମୋଜି ପଠାଇବା ପୂର୍ବରୁ ଆପଣଙ୍କୁ ହଜାରେ ଥର ଭାବିବାକୁ ପଡ଼ିବ । ସବୁ ଦେଶ ତୁଳନାରେ ସାଉଦି ଆରବ ରେ ସମସ୍ତ ନିୟମ ବେଶ କଡ଼ାକଡ଼ି । ସେଠାରେ କୌଣସି ବ୍ୟକ୍ତିଙ୍କୁ ହାର୍ଟ ଇମୋଜି ପଠାଇଲେ ଯଦି ଅଭିଯୋଗ ହୁଏ ତେବେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ଏହାସହିତ ୨୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ ।

ସେଠାକାର ନିୟମ ଅନୁଯାୟୀ ହାର୍ଟ ଇମୋଜି ପଠାଇବା ଉତ୍ପୀଡନ ଆଇନ ର ଶ୍ରେଣୀଭୁକ୍ତ ଅଟେ । ନ୍ୟୁଜ ୱେବସାଇଟ ଗଲ୍ଫ ନ୍ୟୁଜ ଡଟ କମ ରେ ପ୍ରକାଶିତ ଖବର ଅନୁଯାୟୀ ସାଉଦି ଆରବ ରେ ଆଣ୍ଟି ଫ୍ରଡ଼ ଆସୋସିଏସନ ର ସଦସ୍ୟ ଅଲ ମୋଆତାଜ କୁତବି ଙ୍କ ଅନୁଯାୟୀ ରେଡ଼ ହାର୍ଟ ଇମୋଜି ପଠାଇବା ଏକ ଉତ୍ପୀଡ଼ନ ଅପରାଧ ଅଟେ । ଯାହା ଅନୁଯାୟୀ ଯଦି କେହି କାହା ବିରୋଧରେ ଅଭିଯୋଗ କରନ୍ତି ଏବଂ ସେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଜିରୋ ଟଲେରନ୍ସ ନୀତି ରହିଛି ।

ତେଣୁ ଏହି ଅନୁଯାୟୀ କେହି ପରିବାର ଲୋକ କିମ୍ବା ବନ୍ଧୁ ଙ୍କ ପାଖକୁ ଇମୋଜି ପଠାଇବା ସମୟରେ ସତର୍କ ରହିବା ନିହାତି ଜରୁରୀ ଅଟେ । ଯଦି ଏପରି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ୨ ରୁ ୫ ବର୍ଷ ଜେଲ ଦଣ୍ଡ ହୋଇପାରେ । ଏହା ସହିତ ୧ ଲକ୍ଷ ସାଉଦି ରିୟାଲ ଜରିମାନା ମଧ୍ୟ ଲାଗିପାରେ ।

Leave a Reply

Your email address will not be published. Required fields are marked *