ଏମବିଏ ପଢ଼ିବାକୁ ପୁଅକୁ ଛାଡ଼ିଥିଲେ ଭୁବନେଶ୍ଵର କିନ୍ତୁ ଫେରିଲା ପୁଅର ଶ-ବ, ନଦୀ ନେଇଗଲା ଚାରି ଜଣଙ୍କ ଜୀବନ।

ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣ କ୍ଷଣକେ ଆନ କେତେ ବେଳେ ଶଙ୍ଖ ମହୁରୀ ତ କେତେବେଳେ ପାଳ ଦଉଡି । ମଣିଷ ଜୀବନରେ କେତେବେଳେ ଯେ କ’ଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ସାଙ୍ଗ ସାଥି ହେଇ ରହିବାକୁ କହାକୁ ଭଲ ନଲାଗେ। ଆମେ ସମସ୍ତେ ଚାହୁଁ ସାଙ୍ଗ ହେଇ ରହିବା, ଖାଇବା ଏବଂ ଯୁଆଡେ ଯିବା ସାଙ୍ଗ ହେଇ ବୁଲିବାକୁ ଯିବା କିନ୍ତୁ ସେଇ ବୁଲା ବୁଲି ବେଳେବେଳେ ଜିବନ ନେଇ ଯାଏ। ହଁ ଆଜ୍ଞା ଏମିତି ଏକ ଆଶ୍ଚର୍ୟ୍ଯଜନକ ଘ-ଟଣା ଭୁବନେଶ୍ଵରରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଗତକାଲି ୮ ଜଣ ସାଙ୍ଗ ଭୋଜି କରିବା ପାଇଁ ଭୁବନେଶ୍ବର ଧବଳହାର ପାଖ କୁଆଖାଇ ନଦୀ ପାଖକୁ ଯାଇଥିଲେ। ୪ ଜଣ କୂଳ ଉପରେ ଥିବା ବେଳେ ଆଉ ୪ ଜଣ ଗାଧେଇବା ପାଇଁ ନଈ ଭିତରକୁ ଗଲେ ହଠାତ୍ ଚାରିଜଣ ନଈ ସୁଅରେ ଭାସି ବୁଡ଼ିଗଲେ।

ସେଥିପାଇଁ ଅନ୍ୟ ସାଙ୍ଗ ମାନେ ତୁରନ୍ତ ବାଲିହନ୍ତା ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘ-ଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କଲେ ଗତକାଲି ୨ ଜଣଙ୍କ ମୃ-ତ ଦେହ ଉ-ଦ୍ଧାର କରାଯାଇଥିଲା ରାତି ଅଧିକ ହେବାରୁ ଉ-ଦ୍ଧାର କାର୍ଯ୍ୟ ବନ୍ଦ ଥିଲା।ଆଜି ସକାଳୁ ସକାଳୁ ବାକି ୨ ଜଣଙ୍କ ମୃ-ତ ଦେହ ଉ-ଦ୍ଧାର ହେଇଛି। ସେଥିରେ ଭୁବନେଶ୍ଵରର ଏକ ଘରୋଇ କଲେଜରେ ଏମବିଏ କରୁଥିବା କଟକର କୁମାର ଅଭିନାଶ ମଧ୍ୟ ଥିଲେ।

ଏବେ ଅଭିନାଶଙ୍କ ବାପା,ମାଆ ଏବଂ ତାଙ୍କ ପରିବାର ଲୋକ ଛାତି ପଠେଇ ଚି-ତ୍କାର କରି କାନ୍ଦୁଛନ୍ତି। ପୁଅକୁ ନ ପାଇଁ ବାପମାଆ ଚେ-ତାସୁ-ନ୍ୟ ହେଇ ପଡୁଛନ୍ତି। ଅଭିନାଶଙ୍କ ପରି ବାଲେଶ୍ଵର କଣ୍ଟାପଡ଼ାର ରୋହିତ ପରିଡ଼ା, କଟକ ବାଲିକୁଦାର ପ୍ରତୀକ ସାମନ୍ତ, ଜାମସେଦପୁରର ଆର୍ଚର୍ ମିଶ୍ର ମୃ-ତ୍ୟୁ ବରଣ କରିଛନ୍ତି। ଗତ କିଛି ମାସ ତଳେ ମଧ୍ୟ ଏମିତି ଏକ ଘ-ଟଣା କୁଆଖାଇ ନଦୀରେ ଘଟିଥିଲା।

Leave a Reply

Your email address will not be published. Required fields are marked *