ଦଶହରା ଦିନ କରନ୍ତୁ ଏହି କାମ, ଘରେ ରହିବ ନାହିଁ ଆଉ କେବେ ଧନର ଅଭାବ

ଏପରି ଅନେକ କାମ ରହିଛି ଯାହାକୁ ଦଶହରା ଦିନ କରିବା ଅନେକ ଶୁଭ ହୋଇଥାଏ । ସମସ୍ତେ ଚାହିଁଥାଆନ୍ତି ତାଙ୍କ ଜୀବନରେ ଧନର ଅଭାବ ନ ରହୁ ଆଉ ଜୀବନରେ ଖୁସି ଆସିଯାଉ , ତେଣୁ ଏପରି କିଛି କାର୍ଯ୍ୟ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହା ଜୀବନରେ ଖୁସି ଆଣିଦେବ । ଏହି ଦଶହରାରେ କରନ୍ତୁ ଏହି କାମ , ବଦଳି ଯିବ ଆପଣଙ୍କ ଭାଗ୍ୟ ।

ତେବେ ଆସନ୍ତୁ ସେଗୁଡିକ ବିଷୟରେ ଜାଣିନେବା । ଏହି ଦଶହରାରେ ଘର ଆଗରେ ସମି ବୃକ୍ଷ ଲଗାଇ ଦିଅନ୍ତୁ । ଏବଂ ଏହାକୁ ନିୟମିତ ଭାବରେ ପାଣି ଦିଅନ୍ତୁ । ଏହା ବ୍ୟତୀତ ପ୍ରତି ଶନିବାର ଦିନ ଏହା ଆଗରେ ସୋରିଷ ଦୀପ ଜଳାଇ ଦିଅନ୍ତୁ । ଶୁଭ ଖବର ମିଳିବ । ଏହା ବ୍ୟତୀତ ଦଶହରା ଦିନ ଆପଣ କୌଣସି ମନ୍ଦିରକୁ ଯାଇ ଝାଡୁ ଦାନ କରନ୍ତୁ ।

କିନ୍ତୁ ମନେ ରଖନ୍ତୁ ଦାନ କରିବା ସମୟରେ ଆପଣଙ୍କୁ ଯେପରି କେହି ନ ଦେଖିବେ । ଏହା ବ୍ୟତୀତ ଦଶହରା ଦିନ ଘର ଆଗରେ ସ୍ଵସ୍ତିକ ବନାଇ ଦିଅନ୍ତୁ । ଘର ଉପରେ ଖରାପ ଦୃଷ୍ଟି ଆଦି ପଡ଼ିଥିଲେ , ଆପଣ ଦଶହରା ଦିନ ଏକ ଫିଟକିରି ଖଣ୍ଡ ନେଇ ଘରର ସମସ୍ତ ସଦସ୍ୟଙ୍କୁ ଛୁଆଁଇ ଛାତ ଉପରକୁ ଯାଇ ଓଲଟା ବୁଲି ଫୋପାଡ଼ି ଦିଅନ୍ତୁ ।

ଯଦି ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି , ତେବେ ଆପଣ ଦଶହରା ଦିନ ଗରିବ ଲୋକ ମାନଙ୍କୁ ଖାଇବାକୁ ଦିଅନ୍ତୁ , ଏହାଦ୍ୱାରା ଧନ ପ୍ରାପ୍ତି ହେବ । ଦଶହରାରେ ରାବଣ ଦହନ ପରେ ଟିକିଏ ପାଉଁଶ ନେଇ ଆସି ଘରେ ରଖି ଦିଅନ୍ତୁ , ଏହା ପରେ ଆଗ ବର୍ଷକୁ ଏହାକୁ ଯେକୌଣସି ନଦୀରେ ଫୋପାଡି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *