ବୁଧବାର ଦିନ କରନ୍ତୁ ଏହି କାମ , ବଦଳି ଯିବ ଆପଣଙ୍କର ଭାଗ୍ୟ

ପ୍ରଭୁ ଗଣେଶଙ୍କୁ ଜ୍ଞାନର ଦେବତା କୁହା ଯାଇଥାଏ । ତାଙ୍କୁ ପ୍ରାର୍ଥନା କଲେ ସମସ୍ତ ସମସ୍ୟା ସମାଧାନ ହୋଇ ଯାଇଥାଏ । ଜୀବନରେ ସମସ୍ୟା ଆସୁଥିଲେ ବୁଧବାର ଦିନ ଏହି କାମ କରିନିଅନ୍ତୁ । ବୁଧବାର ଦିନ ୧୦୮ ଥର ପ୍ରଭୁ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ , ଦେଖିବେ ଆପଣଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଯିବ । ବୁଧବାର ଦିନ ଭଗବାନ ଗଣେଶଙ୍କୁ ସମର୍ପଣ କରାଯାଇଛି।

ତେଣୁ ଆପଣ ପୂଜା କରିବା ସମୟରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ଏହା ବ୍ୟତୀତ ସକାଳେ ସର୍ବପ୍ରଥମେ ଉଠି ଗଣେଶଙ୍କୁ ସ୍ମରଣ କରନ୍ତୁ , ଏହାଦ୍ବାରା ଦିନ ଭଲରେ ଯିବ । ତେବେ ଗଣେଶଙ୍କୁ ବୁଧବାର ଦିନ ପୂଜା କରିବାର ବିଶେଷ ଉପାୟ ବିଷୟରେ ଆସନ୍ତୁ ଜାଣିନେବା।

ତେବେ ଆପଣଙ୍କୁ ଲଗାତାର ୭ଟି ବୁଧବାର ଏହି ପୂଜା କରିବାର ଅଛି । ସକାଳୁ ଉଠି ଗାଧୋଇ ସାରି ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଆପଣ ମନ୍ଦିରରେ କିମ୍ବା ଘରେ ସ୍ଥାପିତ ବିଗ୍ରହରେ ମଧ୍ୟ ପୂଜା କରି ପାରିବେ । ବିଗ୍ରହକୁ କ୍ଷୀରରେ ଅଭିଷେକ କରିପାରିବେ । ତାପରେ ଆପଣ ପ୍ରଭୁ ଗଣେଶଙ୍କୁ ହଳଦିଆ ବସ୍ତ୍ର ପରିଧାନ କରାଇବେ ।

ହଳଦିଆ ପୁଷ୍ପ ଅର୍ପଣ କରିବେ ଏବଂ ଅକ୍ଷତ ଲଗାଇବେ । ହଳଦିଆ ରଙ୍ଗର ମୋଦକ ଭଗବାନଙ୍କୁ ଅର୍ପଣ କରନ୍ତୁ । ମୁଗ ଡାଲିର ଭୋଗ ମଧ୍ୟ ଭଗବାନଙ୍କୁ ଅର୍ପଣ କରିପାରିବେ । କିନ୍ତୁ ମୁଖ୍ୟ ଭୋଗ ଧନିଆ ଚୁରମା ରଖିବେ । ଆପଣ ଫଳ ଭୋଗ ମଧ୍ୟ ଅର୍ପଣ କରିପାରିବେ । ଏହାବ୍ୟତୀତ ଗଣେଶ ମନ୍ତ୍ର ଜପ କରି ମାଳ ଥରେ ଜପନ୍ତୁ ।

ପ୍ରତି ବୁଧବାର ଦିନ ଓଁ ନମଃ ଗଣପତେୟ ଜପ କରି ୧୧ ମାଳ ଜପ କରନ୍ତୁ । ଏହାଦ୍ବାରା ସବୁ ମନୋସ୍କାମନା ପୁରଣ ହୋଇଯିବ । ଏହା ଲଗାତାର ୭ ବୁଧବାର କରନ୍ତୁ , ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଏଭଳି କରିବା ଦ୍ଵାରା ଜୀବନରେ ଆପଣ ଯାହା ପାଇବାକୁ ଚାହୁଁଛନ୍ତି , ତାହା ପାଇ ପାରିବେ ।

Leave a Reply

Your email address will not be published. Required fields are marked *