ଡାକଘର ନେଇଆସିଛି ଏକ ନୂଆ ବମ୍ପର ଅଫର । ଦୈନିକ 50 ଟଙ୍କା ଜମା କରି ପାଆନ୍ତୁ 35 ଲକ୍ଷ ଟଙ୍କା…

ଯେତେବେଳେ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟ୍ ନଥିଲା ସେତେବେଳେ ଏକ ମାତ୍ର ମାଧ୍ୟମ ଥିଲା ଡାକଘର ଯାହା ଦ୍ଵାରା ଦୂର ସ୍ଥାନକୁ ବାର୍ତ୍ତା ପଠା ଯାଉଥିଲା ଏବଂ ସେତେବେଳେ ଡାକଘର ମଧ୍ୟ ବହୁତ ଭିଡ ହେଉଥିଲା । ବର୍ତ୍ତମାନ ମୋବାଇଲ୍ ଫୋନ୍ ଏବଂ ଇଣ୍ଟରନେଟର ଯୁଗ ଆସିଛି, ଯାହା ଫଳରେ ଦିନକୁ ଦିନ ଡାକଘରେ ଲୋକଙ୍କ ଭିଡ କମିବାରେ ଲାଗିଛି । ଯଦିଓ ଭିଡ଼ କମିବାରେ ଲାଗିଛି କିନ୍ତୁ ଡାକଘର ତାର ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆଣିଥାଏ ଯାହା ଲୋକଙ୍କୁ ଡାକଘର ପ୍ରତି ଆକର୍ଷିତ କରିଥାଏ । ଆଜି ଆମେ ଆପଣଙ୍କୁ ଏକ ସେହିଭଳି ଯୋଜନା ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ ସୁରକ୍ଷିତ ଭାବରେ ଟଙ୍କା ବିନିଯୋଗ କରି ଭଲ ରିଟର୍ଣ୍ଣ ଚାହୁଁଛନ୍ତି, ତେବେ ଡାକଘରର ଏହି ଯୋଜନାରେ ଆପଣଙ୍କର ଟଙ୍କା ବିନିଯୋଗ କରନ୍ତୁ । ଡାକଘରର ଏହି ଯୋଜନାର ନାମ ହେଉଛି ଗ୍ରାମ ସୁରକ୍ଷ ଯୋଜନା । ଏହି ଯୋଜନାରେ ଆପଣ ବିନା ଦ୍ଵିଗ୍ଧାରେ ଟଙ୍କା ବିନିଯୋଗ କରିପାରିବେ ଏବଂ ଭଲ ଲାଭ ପାଇପାରିବେ । ଏହି ଯୋଜନାରେ ବିନିଯୋଗ କରିବା ପାଇଁ ଆପଣଙ୍କୁ କୌଣସି ବଡ଼ ପରିମାଣର ଅର୍ଥରାଶିର ଆବଶ୍ୟକତା ନାହିଁ, ଏହି ଯୋଜନାରେ ଆପଣ ଅଳ୍ପ ଅଳ୍ପ ଅର୍ଥ ବିନିଯୋଗ କରି ଅଧିକ ଟଙ୍କା ଜମା କରିପାରିବେ । ଏହି ଯୋଜନାରେ ଆପଣ ନିୟମିତ ବିନିଯୋଗ କରି 35 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।  କେବଳ ଏତିକି ନୁହେଁ ଡାକଘର ଦ୍ୱାରା ଲାଗୁ ହୋଇଥିବା ଗ୍ରାମ ସୁରକ୍ଷ ଯୋଜନାରେ ଆପଣ ଭଲ ରିଟର୍ଣ୍ଣ ସହିତ ଲାଇଫ୍ ଇନ୍ସୁରାନ୍ସ ର ସୁବିଧା ମଧ୍ୟ ପାଇପାରିବେ ।

ଏହି ଯୋଜନାରେ ବିନିଯୋଗ କରୁଥିବା ବ୍ୟକ୍ତିଙ୍କ ବୟସ 19 ବର୍ଷରୁ 55 ବର୍ଷ ହେବା ଦରକାର । ଏହି ଯୋଜନାରେ ଜଣେ ବ୍ୟକ୍ତି 10,000 ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ । ଏହି ଯୋଜନାର ପ୍ରିମିୟମ୍ ଆପଣ ମାସିକ କିମ୍ବା ବାର୍ଷିକ ମଧ୍ୟ ଦେଇପାରିବେ । କେବଳ ଏତିକି ନୁହେଁ, ଏହି ଯୋଜନାର ପ୍ରିମିୟମ ଦେବାକୁ ଆପଣଙ୍କୁ 30 ଦିନ ପର୍ଯ୍ୟନ୍ତ ରିହାତି ମଧ୍ୟ ଦିଆଯିବ ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ଡାକଘରରୁ ଏହି ସ୍କିମ୍ ନେବାର 4 ବର୍ଷ ପରେ ଯାଇ ଆପଣ ଋଣ ନେଇପାରିବେ । ଏହି ଯୋଜନା ଅଧୀନରେ, ଯଦି ଆପଣ 19 ବର୍ଷ ବୟସରେ 10 ଲକ୍ଷ ଟଙ୍କାର ଏହି ସ୍କିମ୍ ନେଉଛନ୍ତି ତେବେ ଆପଣଙ୍କୁ 55 ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ 1515 ଟଙ୍କା ପ୍ରିମିୟମ ଦେବାକୁ ପଡିବ ଏବଂ ଯଦି ଆପଣ ଏହି ଯୋଜନାର ଅବଧି 58 ବର୍ଷ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ 1463 ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହା ସହିତ, ଯଦି ଆପଣ ଏହି ଯୋଜନାର ଅବଧି 60 ବର୍ଷ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ 1411 ଟଙ୍କା ପ୍ରିମିୟମ ଭାବରେ ଦେବାକୁ ପଡିବ । ଏହି ଯୋଜନାରେ ବିନିଯୋଗ କରୁଥିବା ବ୍ୟକ୍ତିଙ୍କୁ ପ୍ରତିଦିନ 50 ଟଙ୍କା ଅର୍ଥାତ୍ ପ୍ରତି ମାସରେ 1500 ଟଙ୍କା ଜମା କରିବାକୁ ପଡିବ ।

ଆସନ୍ତୁ ଆମେ ଏହି ଯୋଜନାର ରିଟର୍ଣ୍ଣ ବିଷୟରେ ଆପଣଙ୍କୁ ଜଣାଇବୁ । ଯଦି ଆପଣ 55 ବର୍ଷ ପାଇଁ ବିନିଯୋଗ କରୁଛନ୍ତି ତେବେ ରିଟର୍ଣ୍ଣ ଭାବରେ 31.60 ଲକ୍ଷ ଟଙ୍କା ପାଇବେ । ଯଦି ଆପଣ 58 ବର୍ଷ ପାଇଁ ବିନିଯୋଗ କରୁଛନ୍ତି ତେବେ 33.40 ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇବେ ଏବଂ ଯଦି 60 ବର୍ଷ ପାଇଁ ବିନିଯୋଗ କରୁଛନ୍ତି ତେବେ ଲାଭ ଭାବରେ 34.60 ଲକ୍ଷ ଟଙ୍କା ଫେରସ୍ତ ପାଇବେ । ଗ୍ରାମ ସୁରକ୍ଷ ଯୋଜନା ଅନୁସାରେ ଏହି ଅର୍ଥରାଶି ଜଣେ ବ୍ୟକ୍ତିଙ୍କୁ 80 ବର୍ଷ ବୟସ ପରେ ଦିଆଯାଏ, ଯଦି ଏହି ସମୟ ମଧ୍ୟରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ତେବେ ଆଇନଗତ ଭାବରେ ଏହି ଯୋଜନାର ଅର୍ଥରାଶିକୁ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *