ବିଜେପିକୁ ଖୋଲା ଚ୍ୟାଲେଞ୍ଚ:- ବିଜେପି ମହାନିଗର ନିଗମ ଜିତିଲେ, ନିର୍ବାଚନରୁ ସନ୍ୟାସ ନେବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ…

ଭାରତ ବର୍ଷରେ ନିର୍ବାଚନ ସବୁଠୁ ଭିନ୍ନ ଏବଂ ଲୋକପ୍ରିୟ ହୋଇଥାଏ। ଏଠାରେ ଅନେକ ଲୋକ ନିର୍ବାଚନ ରେ ଭାଗ ନେଇ ପ୍ରତି-ଦ୍ୱନ୍ଦୀ କରିବା ପାଇଁ ଚେଷ୍ଟା କରିଥାନ୍ତି। କେବଳ ସେତିକି ନୁହେଁ ଭାରତ ନିର୍ବାଚନରେ ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଲଢେଇ ଏମ.ଏ.ଲେ ସିଟ ପାଇଁ ହେଉ ଅବା ସରପଞ୍ଚ ସିଟ ପାଇଁ ହେଉ। କିନ୍ତୁ ନିର୍ବାଚନ ରେ ଜଣେ ହିଁ ବିଜୟ ହୋଇଥାଏ ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ପରାଜୟ ବରଣ କରିବାକୁ ପଡିଥାଏ।

ନିର୍ବାଚନରେ ମାହୋଲ ସର୍ବଦା ଗରମ ରହିଥାଏ। ଚଳିତ ବର୍ଷ ପଞ୍ଜାବ ନିର୍ବାଚନରେ ଆପ୍ ଦଳ ବାଜି ମାରିନେଇଛି। କଂଗ୍ରେସ ଗଡ଼ରେ କଂଗ୍ରେସ ଓ ବିଜେପି ଭଳି ଦୁଇଟି ବଡ଼ ପାର୍ଟିକୁ ହରାଇବାରେ ସକ୍ଷମ ହୋଇଛି। ତେବେ ଏହା ଆପ୍ ଦଳ ପାଇଁ ଏକ ବଡ଼ ବିଜୟ ଅଟେ। କେବଳ ସେତିକି ନୁହେଁ ଏହି ଦଳ ଲୋକଙ୍କ ମନରେ ଏକ ନୂଆ ଆଲୋକ ଦେଖାଇଛି। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି।

ତେବେ ଖବର ଅନୁସାରେ, ଆଗକୁ ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ନିର୍ବାଚନକୁ କେନ୍ଦ୍ରସରକାର ସ୍ଥଗିତ ରଖିଛନ୍ତି। ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଏଥର ବିଜେପି ଧ୍ୱଂସ ହେବାକୁ ଯାଉଥିଲା ଏବଂ ସେମାନଙ୍କ ପରାଜୟକୁ ଏଡାଇବାକୁ ସେମାନେ ପ୍ରଥମେ ନିର୍ବାଚନ ସ୍ଥଗିତ ରଖିବାକୁ ରାଜ୍ୟ ନିର୍ବାଚନ ଆୟୋଗ ଉପରେ ଚାପ ପକେଇଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ଯଦି ବିଜେପିର ସାହସ ଅଛି, ତେବେ ମହାନଗର ନିଗମ ନିର୍ବାଚନ ଜୟ କରି ଦେଖାଉ। ବିଜେପି ଯଦି ନିର୍ବାଚନ ରେ ଜିତିଯିବ ତେବେ ସେ ନିର୍ବାଚନ ରୁ ସନ୍ୟାସ ନେଇ ଯିବେ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି ଯେ କେନ୍ଦ୍ରସରକାର ଜାଣିଶୁଣି ଲୋକଙ୍କ ସ୍ୱରକୁ ମାରି ଦେବାକୁ ଚାହୁଁଛନ୍ତି। ଯଦି ନିର୍ବାଚନ ନ ହେବ ତେବେ ଲୋକମାନେ କିପରି ବଞ୍ଚିବେ ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *